ଦୂଷିତ ଓ ଅସୁରକ୍ଷିତ ଖାଦ୍ୟ ସାରା ବିଶ୍ୱରେ ଜନସ୍ୱାସ୍ଥ୍ୟ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଦୂଷିତ ଖାଦ୍ୟ ସେବନ ଯୋଗୁଁ ବିଶ୍ୱର ପ୍ରାୟ ୮୬.୬ କୋଟି ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହୋଇଥିବା ବେଳେ ପ୍ରାୟ ୧୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ ୫ ବର୍ଷରୁ କମ୍ ବୟସର ଶିଶୁମାନେ ଏହି ବିପଦର ସବୁଠାରୁ ବଡ଼ ଶିକାର ହେଉଛନ୍ତି। ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ତୁଳନାମୂଳକ ଭାବେ କମ୍ ଥିବାରୁ ବୟସ୍କଙ୍କ ତୁଳନାରେ ସଂକ୍ରମଣର ଆଶଙ୍କା ପ୍ରାୟ ତିନି ଗୁଣ ଅଧିକ ରହିଛି। ବିଶ୍ୱ ଜନସଂଖ୍ୟାରେ ସେମାନଙ୍କ ଅଂଶ ମାତ୍ର ୯ ପ୍ରତିଶତ ହୋଇଥିଲେ ମଧ୍ୟ, ମୋଟ ଖାଦ୍ୟଜନିତ ରୋଗର ଏକ-ତୃତୀୟାଂଶ ମାମଲା ଏହି ବୟସ ବର୍ଗରେ ଦେଖାଯାଏ। ଅନେକ କ୍ଷେତ୍ରରେ ଏହା ଗୁରୁତର ଡାଇରିଆର ରୂପ ନେଇ ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ।
WHO ରିପୋର୍ଟ ଅନୁଯାୟୀ, ଅଧିକାଂଶ ଲୋକ ବ୍ୟାକ୍ଟେରିଆ ଓ ଭାଇରସ୍ ଯୋଗୁଁ ଅସୁସ୍ଥ ହେଉଥିବା ବେଳେ ମୃତ୍ୟୁ ପଛରେ ରାସାୟନିକ ପ୍ରଦୂଷଣ ସବୁଠାରୁ ବଡ଼ କାରଣ ଭାବେ ଚିହ୍ନଟ ହୋଇଛି। ୨୦୨୧ରେ ଖାଦ୍ୟଜନିତ ମୃତ୍ୟୁର ପ୍ରାୟ ୭୩ ପ୍ରତିଶତ କେମିକାଲ୍ ପ୍ରଦୂଷଣ ସହ ଜଡ଼ିତ ଥିଲା।
ଏଥିମଧ୍ୟରୁ ଅଜୈବିକ ଆର୍ସେନିକ୍ ପ୍ରାୟ ୪୨ ପ୍ରତିଶତ ଏବଂ ସୀସା (ଲେଡ୍) ପ୍ରାୟ ୩୧ ପ୍ରତିଶତ ମୃତ୍ୟୁ ପାଇଁ ଦାୟୀ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ବିଷାକ୍ତ ପଦାର୍ଥଗୁଡ଼ିକ କ୍ୟାନ୍ସର, ହୃଦ୍ରୋଗ ଓ ଅନ୍ୟାନ୍ୟ ଜଟିଳ ରୋଗ ସୃଷ୍ଟି କରିଥାଏ। ସେହିପରି ସୀସା ଓ ମିଥାଇଲ୍ ମର୍କୁରୀ ଶିଶୁମାନଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତର ପ୍ରଭାବ ପକାଇଥାଏ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ବିଶ୍ୱର ମୋଟ ଖାଦ୍ୟଜନିତ ରୋଗର ବଡ଼ ଅଂଶ ଏବଂ ମୃତ୍ୟୁର ପ୍ରାୟ ୬୦ ପ୍ରତିଶତ ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ଘଟୁଛି। ଏହି ସ୍ୱାସ୍ଥ୍ୟ ସଙ୍କଟ ଯୋଗୁଁ ଲକ୍ଷ ଲକ୍ଷ ଲୋକ କାର୍ଯ୍ୟକ୍ଷମତା ହରାଉଥିବାରୁ ବିଶ୍ୱ ଅର୍ଥନୀତିକୁ ମଧ୍ୟ ଭାରୀ କ୍ଷତି ସହିବାକୁ ପଡ଼ୁଛି। ଆନୁମାନିକ ଭାବେ ବିଶ୍ୱ ଅର୍ଥନୀତି ପ୍ରତିବର୍ଷ ପ୍ରାୟ ୩୧୦ ବିଲିୟନ ଆମେରିକୀୟ ଡଲାରର ଉତ୍ପାଦନ କ୍ଷମତା ହରାଉଛି।
ବିଶେଷଜ୍ଞମାନେ ଖାଦ୍ୟ ସୁରକ୍ଷା ମାନଦଣ୍ଡକୁ ଆହୁରି କଡ଼ାକଡ଼ି କରିବା, ଖାଦ୍ୟ ପ୍ରକ୍ରିୟାକରଣ ଓ ସଂରକ୍ଷଣରେ ସତର୍କତା ବଢ଼ାଇବା ସହ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି।
ପ୍ୟାରିସରେପ୍ରିୟଙ୍କା ଚୋପ୍ରା ଓ ଜେନିଫର ଲରେନ୍ସଙ୍କ ଏକ ମଜ...
ଭାରତୀୟ ସିନେମାରେ ମହିଳାଙ୍କୁ କିପରି ଉପସ୍ଥାପନ କରାଯାଉଛି,...
ୟୁକ୍ରେନ୍‌ରେ ଚାଲିଥିବା ଦୀର୍ଘ ଯୁଦ୍ଧକୁ ଶେଷ କରିବା...
ୱାଶିଂଟନ୍: ଇରାନ ସହ ଚାଲିଥିବା ଯୁଦ୍ଧ ସମ୍ପର୍କିତ ଆମେରିକୀ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
‘ବିଗ୍ ବସ୍ ୨୦’ର ଗ୍ରାଣ୍ଡ ପ୍ରିମିୟର ଶୁଟିଂ...
ଭିସା ଆବେଦନ ସମୟରେ ଦିଆଯାଉଥିବା ବାୟୋମେଟ୍ରିକ୍ ତଥ୍ୟ କେତେ...
ରକିଂ ଷ୍ଟାର୍ ୟଶଙ୍କ ଅଭିନୀତ‘Toxic: A Fairy Tale...