ଭାରତୀୟ ରେଲୱେର ସୁପର-ପ୍ରିମିୟମ୍ ସେମି-ହାଇ-ସ୍ପିଡ୍ ଟ୍ରେନ‘ବନ୍ଦେ ଭାରତ’ଏବେ ଏହାର ଆଧୁନିକ ସୁବିଧା ଓ ଦ୍ରୁତ ଗତି ପାଇଁ ନୁହେଁ, ବରଂ ଅପରିଷ୍କାର ପରିବେଶ ଏବଂ ରକ୍ଷଣାବେକ୍ଷଣ ସମସ୍ୟା ପାଇଁ ଚର୍ଚ୍ଚାରେ ରହିଛି। ବିଶେଷକରି ସଫେଇ ବ୍ୟବସ୍ଥାକୁ ନେଇ ଯାତ୍ରୀମାନଙ୍କ ଅସନ୍ତୋଷ କ୍ରମାଗତ ଭାବେ ବଢ଼ୁଥିବା ଦେଖାଯାଇଛି।
ସୂଚନା ଅନୁସାରେ,ଏପ୍ରିଲ ୧ରୁ ଜୁନ୍ ୨୧ମଧ୍ୟରେ ଉତ୍ତର ରେଲୱେ ଜୋନ ଅଧୀନରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନଗୁଡ଼ିକ ବିରୋଧରେ ମୋଟ୫୩୭ଟି ଅଭିଯୋଗଦାଖଲ ହୋଇଛି। ଏଥିରେ ସଫେଇ ଓ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଅଭିଯୋଗ ସର୍ବାଧିକ ରହିଛି।
ଅଭିଯୋଗଗୁଡ଼ିକ ମଧ୍ୟରେ ସଫେଇ, ରକ୍ଷଣାବେକ୍ଷଣ, ପାଣି ଯୋଗାଣ, କ୍ୟାଟରିଂ ସେବା, ବୈଦ୍ୟୁତିକ ଉପକରଣର ତ୍ରୁଟି, ବେଡ୍ରୋଲ୍, କର୍ମଚାରୀଙ୍କ ବ୍ୟବହାର, ସୁରକ୍ଷା ଓ ଦୁର୍ନୀତି ଭଳି ବିଭିନ୍ନ ପ୍ରସଙ୍ଗ ସାମିଲ ରହିଛି।
ବର୍ତ୍ତମାନ ଦେଶରେ୧୬୪ଟି ବନ୍ଦେ ଭାରତ ଟ୍ରେନ (୮୨ ଅପ୍ ଓ ୮୨ ଡାଉନ୍)ପରିଚାଳିତ ହେଉଛି। ଏଥିମଧ୍ୟରୁ ଉତ୍ତର ରେଲୱେ ଜୋନରେ ସର୍ବାଧିକ ସଂଖ୍ୟକ ଟ୍ରେନ ଚଳାଚଳ କରୁଛି। ନୂଆଦିଲ୍ଲୀ-ବାରାଣସୀ, ନୂଆଦିଲ୍ଲୀ-ଶ୍ରୀମାତା ବୈଷ୍ଣୋ ଦେବୀ କାଟ୍ରା, ନୂଆଦିଲ୍ଲୀ-ଅମୃତସର ଏବଂ ଦିଲ୍ଲୀ କ୍ୟାଣ୍ଟ-ଯୋଧପୁର ଭଳି ବ୍ୟସ୍ତ ରୁଟ୍ରେ ଯାତ୍ରୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଉତ୍ତର ରେଲୱେର ୬ଟି ମଣ୍ଡଳ ମଧ୍ୟରୁଦିଲ୍ଲୀ ଡିଭିଜନରେ ସର୍ବାଧିକ ୨୫୦ଟି ଅଭିଯୋଗରେକର୍ଡ ହୋଇଛି। ଏହାଛଡ଼ା ଜାମ୍ମୁରେ ୧୫୦, ଲକ୍ଷ୍ନୌରେ ୯୭, ଫିରୋଜପୁରରେ ୩୦ ଏବଂ ମୁରାଦାବାଦରେ ୧୦ଟି ଅଭିଯୋଗ ଦାଖଲ ହୋଇଛି।
ଏହି ପ୍ରସଙ୍ଗରେ ଜଣେ ବରିଷ୍ଠ ରେଲୱେ ଅଧିକାରୀ କହିଛନ୍ତି ଯେ, ସମସ୍ତ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରାଯାଉଛି ଏବଂ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଭବିଷ୍ୟତରେ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଅଭିଯୋଗଗୁଡ଼ିକର ବିଶ୍ଳେଷଣ ମଧ୍ୟ କରାଯାଉଛି।
ଯଦିଓ ପାଣି, ଖାଦ୍ୟ ଓ ବିଦ୍ୟୁତ୍ ସମ୍ବନ୍ଧୀୟ ଅଭିଯୋଗ ତୁଳନାମୂଳକ ଭାବେ କମ୍ ରହିଛି, ତଥାପି ସଫେଇ ଓ ରକ୍ଷଣାବେକ୍ଷଣକୁ ନେଇ ବଢ଼ୁଥିବା ଅସନ୍ତୋଷ‘ବନ୍ଦେ ଭାରତ’ର ପ୍ରିମିୟମ୍ ପରିଚୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରଥଯାତ୍ରା ୨୦୨୬ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ...
ସୂଚନା ଅଧିକାର ବାଆର୍ଟିଆଇ ଆଇନ-୨୦୦୫ର କାର୍ଯ୍ୟକାରିତାକୁ ନ...
ଗଜପତି ମହାରାଜାଙ୍କୁ ଚିଠି ଲେଖିଛିଇସ୍କନ ବେଙ୍ଗାଳୁରୁ। ଶ୍ର...
ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରଣର ଲୁଟ ଘଟଣା ସାମ୍...
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଆଦିତ୍ୟ ବିର୍ଲା ଗ୍...