ଆମେରିକାର ଜଣେ ଫେଡେରାଲ ବିଚାରପତି ଟ୍ରମ୍ପ ପ୍ରଶାସନକୁ ବଡ଼ ଝଟକା ଦେଇ ନାଗରିକଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରୁଥିବା ଏକ ବିବାଦୀୟ ଡାଟାବେସ୍କୁ ବେଆଇନ ଘୋଷଣା କରିଛନ୍ତି। ଏହି ଡାଟାବେସ୍ରେ ଆମେରିକୀୟ ନାଗରିକଙ୍କ ନାଗରିକତା ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସୂଚନା ସଂରକ୍ଷିତ ଥିଲା।
ଫେଡେରାଲ ବିଚାରପତି ସ୍ପାର୍କଲ ସୁକନାନନ ତାଙ୍କ ରାୟରେ କହିଛନ୍ତି ଯେ, ସରକାର ଜାଣିଶୁଣି ନାଗରିକଙ୍କ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିଛି ଏବଂ ଏହା ଭୋଟ ଦେବାର ମୌଳିକ ଅଧିକାରକୁ ବିପଦରେ ପକାଇଛି। ଏପରି ଘଟଣାକୁ କୋର୍ଟ ଅଣଦେଖା କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ବିଚାରପତିଙ୍କ ଅନୁଯାୟୀ, ଫେଡେରାଲ ଏଜେନ୍ସିଗୁଡ଼ିକ ନିର୍ବାଚନ ବ୍ୟବସ୍ଥାରେ ତ୍ୱରିତ ପରିବର୍ତ୍ତନ ଆଣିବା ସମୟରେ ଲକ୍ଷ ଲକ୍ଷ ନାଗରିକଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ ଏବଂ ପୁନଃବ୍ୟବହାର କରିଥିଲେ। ଏଥିରେ ନାଗରିକତା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଥିଲା, ଯାହାର ବିଶ୍ୱସନୀୟତା ନେଇ ପୂର୍ବରୁ ପ୍ରଶ୍ନ ଉଠିଥିଲା।
ରାୟରେ କୁହାଯାଇଛି ଯେ, କେତେକ ରାଜ୍ୟ ଏହି ଡାଟାବେସ୍ର ତଥ୍ୟ ବ୍ୟବହାର କରି ଅନେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରୁ ବାଦ୍ ଦେଇଥିଲେ। ଏହା ଫଳରେ ନାଗରିକଙ୍କ ଭୋଟାଧିକାର ଉପରେ ସିଧାସଳଖ ପ୍ରଭାବ ପଡ଼ିଥିଲା।
ବିଚାରପତି ସୁକନାନନ କହିଛନ୍ତି ଯେ, ଏହି ମାମଲା ଦୁଇଟି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଅଧିକାର—ଗୋପନୀୟତାର ଅଧିକାର ଏବଂ ଭୋଟ ଦେବାର ଅଧିକାର—ସହ ଜଡିତ। ଏହି ଦୁଇ ଅଧିକାରକୁ ସୁରକ୍ଷା ଦେବା କୋର୍ଟର ଦାୟିତ୍ୱ ବୋଲି ସେ ମତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୦୨୫ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରି ସଂଘୀୟ ନିର୍ବାଚନରେ ଭୋଟ ପଞ୍ଜିକରଣ ପାଇଁ ନାଗରିକତା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିଥିଲେ। ଏହା ସହ ରାଜ୍ୟ ଓ ସ୍ଥାନୀୟ ଅଧିକାରୀଙ୍କୁ ଭୋଟରଙ୍କ ନାଗରିକତା ଏବଂ ପ୍ରବାସ ସ୍ଥିତି ଯାଞ୍ଚ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ କୋର୍ଟଙ୍କ ଏହି ରାୟ ଟ୍ରମ୍ପ ପ୍ରଶାସନର ସେହି ନୀତି ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।
ପ୍ରାୟ ଏକ ସପ୍ତାହ ଧରି ଲାଗିଥିବା ପ୍ରତିବନ୍ଧକ ପରେ ଲୋକପ୍ର...
ଭାରତ ଏବଂ ଚୀନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ସୀମା...
ଆସନ୍ତା ଜୁଲାଇ ୧ ତାରିଖରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆ...
ଆଗାମୀ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଟି-୨୦...
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଧି...
ଓଡ଼ିଶାର ସେବାରତ ଶିକ୍ଷକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର...
ପୁରୀର ଐତିହାସିକ ଅଠରନଳା ସେତୁ ଉପରେ ଶ୍ରମିକମାନଙ୍କ ଭୋଜି...
ଇରାନକୁ କେନ୍ଦ୍ର କରି ଉପସାଗର ଅଞ୍ଚଳରେ ଚାଲିଥିବା ସଂଘର୍ଷ...
ବିଶ୍ବ କନିଷ୍ଠ ବନ୍ଧୁକଚାଳନା ଚାମ୍ପିଅନସିପ୍ରେ ଭାରତୀୟ ସୁଟ...
ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାର ଏକ ସି-ଫୁଡ୍ ପ୍ରୋସେସି...
ଅନୁଗୁଳ ଜିଲ୍ଲାରେ ଶିକ୍ଷକ ଓ କର୍ମଚାରୀଙ୍କ ବଦଳିକୁ ନେଇ ଉଠ...