ପୁରୀ ସମୁଦ୍ରରେ ରବିବାର ଆଉ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ସମୁଦ୍ରରେ ଗାଧୋଇବା ବେଳେ ପ୍ରବଳ ଜୁଆର ଓ ସମୁଦ୍ର ସ୍ରୋତରେ ଭାସିଯାଇଥିବା ଦୁଇଜଣ ପର୍ଯ୍ୟଟକଙ୍କୁ ସରକାରୀ ଲାଇଫଗାର୍ଡମାନେ ସାହସିକ ଭାବେ ଉଦ୍ଧାର କରିଛନ୍ତି।
ସୂଚନା ଅନୁଯାୟୀ, ପୁରୀ ସମୁଦ୍ରକୂଳର ଏକ ହୋଟେଲ ସମ୍ମୁଖରେ ଥିବା ସେକ୍ଟର-୩ ବେଳାଭୂମିରେ ଦୁଇ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ପ୍ରବେଶ କରିଥିଲେ। ସେହି ସମୟରେ ସେମାନେ ପ୍ରବଳ ଜୁଆର ଓ ରିପ୍ କରେଣ୍ଟ (Rip Current)ରେ ଫସି ଯାଇ କୂଳକୁ ଫେରିପାରିନଥିଲେ।
ଦୁଇଜଣ ପର୍ଯ୍ୟଟକ ସମୁଦ୍ର ଭିତରେ ବୁଡ଼ିବାକୁ ଲାଗିଥିବା ଦେଖି ସେଠାରେ ମୁତୟନ ଥିବା ସରକାରୀ ଲାଇଫଗାର୍ଡମାନେ ତୁରନ୍ତ ସମୁଦ୍ରକୁ ଡେଇଁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିଥିଲେ।
ଉଦ୍ଧାର ପାଇଥିବା ପର୍ଯ୍ୟଟକମାନଙ୍କ ପରିଚୟ ଝାରଖଣ୍ଡର ଅମନ କୁମାର ଓ ବିହାରର ରବି କୁମାର ବୋଲି ଜଣାପଡ଼ିଛି। ଉଦ୍ଧାର ପରେ ଲାଇଫଗାର୍ଡମାନେ ସେମାନଙ୍କୁ ବେଳାଭୂମିରେ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ।
ପୁରୀ ସମୁଦ୍ରରେ ରିପ୍ କରେଣ୍ଟରେ ପର୍ଯ୍ୟଟକ ଫସିବା ଘଟଣା ବାରମ୍ବାର ଘଟୁଛି। ଅନେକ ସମୟରେ ଏଭଳି ସ୍ରୋତରେ ଭାସିଯାଇ ପର୍ଯ୍ୟଟକଙ୍କ ଜୀବନ ମଧ୍ୟ ଯାଇଛି।
ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପର୍ଯ୍ୟଟକମାନଙ୍କୁ ସମୁଦ୍ରରେ ପ୍ରବେଶ ସମୟରେ ସତର୍କ ରହିବା, ଲାଇଫଗାର୍ଡଙ୍କ ପରାମର୍ଶ ମାନିବା ଏବଂ ନିଷିଦ୍ଧ ଅଞ୍ଚଳକୁ ନଯିବା ପାଇଁ ଅନୁରୋଧ କରିଛି।
ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...
ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...