ଗଞ୍ଜାମ ଜିଲ୍ଲାରେ ସ୍କୁଲ ଫାଟକ ନିକଟରେ ଜଣେ ଶିକ୍ଷକଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ବାଲୁକେଶ୍ୱରପୁର ହାଇସ୍କୁଲର ସହକାରୀ ଶିକ୍ଷକ ଭବାନୀ ପ୍ରସାଦ ଦାସ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଆଜି ଭବାନୀ ପ୍ରସାଦ ସ୍କୁଲକୁ ଆସୁଥିବା ସମୟରେ ଫାଟକ ନିକଟରେ ଜଣେ ଯୁବକ ତାଙ୍କୁ ଅଟକାଇଥିଲେ। ପ୍ରଥମେ ଗାଳିଗୁଲଜ କରିବା ପରେ ଯୁବକ ଜଣକ କାଠଫାଳିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆକ୍ରମଣରେ ଶିକ୍ଷକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେ ଗୁରୁତର ଆହତ ହୋଇପଡ଼ିବା ପରେ ତାଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଆକ୍ରମଣ କରିଥିବା ଯୁବକଙ୍କୁ ସେ ଚିହ୍ନିନଥିବା ଭବାନୀ ପ୍ରସାଦ କହିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଏହି ଆକ୍ରମଣ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘଟଣାକୁ ନେଇ ତଦନ୍ତ ପରେ ଆକ୍ରମଣର ପ୍ରକୃତ କାରଣ ଏବଂ ଆକ୍ରମଣକାରୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।
ଆମେରିକାର Federal Bureau of Investigation (FBI) ମଞ୍...
ଆଷ୍ଟନ୍ ଭିଲା ପାଇଁ ଚଳିତ ପ୍ରିମିୟର ଲିଗ୍ ସିଜନର ଆରମ୍ଭ ଆଶ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଅଲିମ୍ପିକ୍ ଲଙ୍ଗ୍ ଜମ୍ପ୍ ଚାମ୍ପିଅନ୍ତାରା ଡେଭିସ୍-ଉଡହଲ୍କା...