ପ୍ରାୟ ୨୦ ବର୍ଷରୁ ଅଧିକ ସମୟ ପରେ ବାଂଲାଦେଶୀ ନିର୍ବାସିତ ଲେଖିକା ତସଲିମା ନାସରିନ କୋଲକାତା ଫେରୁଛନ୍ତି। ସେ ଅଗଷ୍ଟ ୧ ତାରିଖରେ ରବୀନ୍ଦ୍ର ସଦନରେ ଆୟୋଜିତ ଏକ କଟ୍ଟରପନ୍ଥୀ ବିରୋଧୀ ସାହିତ୍ୟିକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ସୂଚନା ସେ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଦେଶ-ବିଦେଶର ବିଭିନ୍ନ କବି, ଲେଖକ ଓ ବୁଦ୍ଧିଜୀବୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତସଲିମାଙ୍କ ଫେରିବା ଘୋଷଣା ପରେ ସାହିତ୍ୟ ମହଲ ଓ ସାମାଜିକ ପରିସରରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
୨୦୦୭ ମସିହାରେ କୋଲକାତାରେ ତାଙ୍କ ବିରୋଧରେ ତୀବ୍ର ପ୍ରତିବାଦ ଓ ଆଇନ-ଶୃଙ୍ଖଳା ପରିସ୍ଥିତି ଉପୁଜିବା ପରେ ତସଲିମାଙ୍କୁ ସହର ଛାଡ଼ିବାକୁ ପଡ଼ିଥିଲା। ଏହା ପରେ ସେ ଅନେକଥର କୋଲକାତା ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ ଅନୁମତି ମିଳିନଥିଲା।
ତସଲିମା ନାସରିନଙ୍କ ଚର୍ଚ୍ଚିତ ଉପନ୍ୟାସ ‘ଲଜ୍ଜା’ ପ୍ରକାଶ ପାଇବା ପରେ ବାଂଲାଦେଶରେ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ତାଙ୍କ ବିରୋଧରେ ଫତୱା ଜାରି ହେବା ସହ ହତ୍ୟା ଧମକ ମଧ୍ୟ ମିଳିଥିଲା। ଦୀର୍ଘ ସମୟ ଲୁଚି ରହିବା ପରେ ୧୯୯୪ ମସିହାରେ ସେ ସ୍ୱିଡେନ ଚାଲିଯାଇଥିଲେ ଏବଂ ସେହିଠାରୁ ନିର୍ବାସିତ ଜୀବନ ବିତାଉଛନ୍ତି।
ତସଲିମାଙ୍କ କୋଲକାତା ଫେରିବା ଖବରକୁ ନେଇ ସାହିତ୍ୟିକ, ସାମାଜିକ ଓ ରାଜନୈତିକ ମହଲରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି।
ଭାରତୀୟ ଟେବୁଲ ଟେନିସ ପାଇଁ ଆସିଛି ଏକ ଗର୍ବର ମୁହୂର୍ତ୍ତ।...
ରାଜ୍ୟରେ ଆଡଭେଞ୍ଚର ପର୍ଯ୍ୟଟନର ବିକାଶକୁ ଆହୁରି ଗତି ଦେବା...
କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନରେ ବିଫଳ ହେବା ଅଭିଯୋଗରେ...
ଅନ୍ତର୍ଜାତୀୟ ଫୁଟବଲ୍ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନା...
ଥଳପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଚଳଚ୍ଚିତ୍ର &lsqu...
ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ବୁଧବାର ରାତି ୧...
ମୁମ୍ବାଇରେ ଏକ ପୋଷାକ ବ୍ରାଣ୍ଡର ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ...
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଓ ପୂର୍ବତନ ମୁଖ୍ୟ କୋଚ୍...
ବଲିଉଡ ଅଭିନେତା ସିଦ୍ଧାର୍ଥ ମଲ୍ହୋତ୍ରା ଓ ତମନ୍ନା ଭାଟିଆଙ୍...