ତାମିଲନାଡୁ ମୁଖ୍ୟମନ୍ତ୍ରୀସି. ଜୋସେଫ ବିଜୟଓ ତାଙ୍କ ମାଆଙ୍କୁ ନେଇ ବିବାଦୀୟ ଏବଂ ଅପମାନଜନକ ମନ୍ତବ୍ୟ କରିବା ଅଭିଯୋଗରେ ତାମିଲନାଡୁ ବିଜେପି ସଭାପତିନୈନାର ନାଗେନ୍ଦ୍ରନଙ୍କବିରୋଧରେ ରାଜ୍ୟ ଡିଜିପିଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଛି।
ଅଭିଯୋଗକାରୀ ନାଗେନ୍ଦ୍ରନଙ୍କ ମନ୍ତବ୍ୟକୁ ମାନହାନିକର ଏବଂ ଅପମାନଜନକ ବୋଲି ଦର୍ଶାଇଛନ୍ତି। ଘଟଣାର ଅଡିଓ ଓ ଭିଡିଓ ରେକର୍ଡିଂ ସମେତ ଡିଜିଟାଲ ପ୍ରମାଣ ସୁରକ୍ଷିତ ରଖି ତଦନ୍ତ କରିବା ଏବଂ ସମ୍ପୃକ୍ତ ଆଇନ ଅନୁଯାୟୀ ଅପରାଧିକ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଅନୁରୋଧ କରାଯାଇଛି।
ଏହି ବିବାଦର ମୂଳ ଘଟଣା ଶନିବାର ଚେନ୍ନାଇର ବିଜେପି ରାଜ୍ୟ ମୁଖ୍ୟାଳୟକମଳାଳୟମ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା। ବିଜୟ ବିଧାନସଭାରେ ବାରମ୍ବାର ‘ବାପା’ଙ୍କୁ ନେଇ କରିଥିବା ଉଲ୍ଲେଖକୁ ନେଇ ନାଗେନ୍ଦ୍ରନ ତାଙ୍କୁ କଟାକ୍ଷ କରିଥିଲେ।
ନାଗେନ୍ଦ୍ରନ କହିଥିଲେ ଯେ, କାହାର ବାପା କେଉଁଠି ଅଛନ୍ତି ଜାଣିବାକୁ ହେଲେ ବିଧାନସଭାରେ ଖୋଜିବା ପରିବର୍ତ୍ତେ ଘରେ ମାଆଙ୍କୁ ପଚାରିବା ଉଚିତ। ଏହି ମନ୍ତବ୍ୟକୁ ନେଇ ତାମିଲନାଡୁର ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ବିଧାନସଭାରେ ‘କୁଟ୍ଟି କଥାଇ’ ଅର୍ଥାତ୍ ‘ଛୋଟ କାହାଣୀ’ ମାଧ୍ୟମରେ ଡିଏମକେ ସଭାପତି ଏମ୍.କେ. ଷ୍ଟାଲିନଙ୍କୁ ନେଇ କଟାକ୍ଷ କରିଥିଲେ। ଏପ୍ରିଲ ୨୦୨୬ ବିଧାନସଭା ନିର୍ବାଚନରେ ଡିଏମକେ ପରାଜୟ ପରେ ବିଜୟଙ୍କ ଏହି ମନ୍ତବ୍ୟକୁ ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ସମାଲୋଚନା କରିଥିଲେ।
ନାଗେନ୍ଦ୍ରନଙ୍କ ସଦ୍ୟତମ ମନ୍ତବ୍ୟକୁ ନେଇ ବିଜେପି ମଧ୍ୟରୁ ମଧ୍ୟ ସମାଲୋଚନା ଆସିଛି। ପୂର୍ବତନ ତାମିଲନାଡୁ ବିଜେପି ସଭାପତି କେ. ଅନ୍ନାମଲାଇ କହିଛନ୍ତି ଯେ ସରକାରଙ୍କୁ ପ୍ରଶ୍ନ କରିବା ଓ ରାଜନୈତିକ ମତଭେଦ ପ୍ରକାଶ କରିବା ଗଣତାନ୍ତ୍ରିକ ରାଜନୀତିର ଅଂଶ। କିନ୍ତୁ କୌଣସି ନେତାଙ୍କ ପରିବାର, ବିଶେଷକରି ତାଙ୍କ ମାଆଙ୍କୁ ନେଇ ବ୍ୟକ୍ତିଗତ ଆକ୍ରମଣ କରିବା ଗ୍ରହଣୀୟ ନୁହେଁ।
ଅନ୍ନାମଲାଇ ଏଭଳି ମନ୍ତବ୍ୟକୁ ରାଜନୈତିକ ଶିଷ୍ଟାଚାରର ସୀମା ଅତିକ୍ରମ କରିଥିବା ଏବଂ ‘ତୃତୀୟ ଶ୍ରେଣୀର ରାଜନୀତି’ ବୋଲି ସମାଲୋଚନା କରିଛନ୍ତି।
ତାମିଲନାଡୁ ସରକାରର ମନ୍ତ୍ରୀ ଏ. ରାଜମୋହନ ମଧ୍ୟ ନାଗେନ୍ଦ୍ରନଙ୍କ ମନ୍ତବ୍ୟକୁ ‘ଅସଭ୍ୟ ଏବଂ ଅନୁଚିତ’ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟର ରାଜନୈତିକ ପରିବେଶ ଆହୁରି ସରଗରମ ହୋଇଛି।
ମୟୂରଭଞ୍ଜ ଜିଲ୍ଲାରେ ରବିବାର ଏକ ଅଘଟଣ ଘଟିଛି। କପ୍ତିପଦା ଥ...
ଓଡ଼ିଶାରେ ଆସନ୍ତା କିଛି ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା...
କେନ୍ଦ୍ରାପଡ଼ା: ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥି...
ଭଦ୍ରକ: ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ...