ମାସିକ ଦରମା ୫ ହଜାରରୁ ଚାକିରି ଆରମ୍ଭ, ସମ୍ପତ୍ତି କୋଟି କୋଟି! ଯନ୍ତ୍ରୀଙ୍କ ଘରୁ ମିଳିଲା ୫୫୦ ଗ୍ରାମ ସୁନା

ଯାଜପୁର ବଡ଼ଚଣା ଆର୍‌ ଆଣ୍ଡ ବି ସବ୍‌ଡିଭିଜନ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ସହ ସମ୍ପୃକ୍ତ ୭ଟି ଠିକଣାରେ ଓଡ଼ିଶା ଭିଜିଲାନ୍ସର ଚଢ଼ାଉ।
Odisha Vigilance raid on engineer Tapan Sethi
Odisha Vigilance raid on engineer Tapan Sethi

କଟକ/ଭୁବନେଶ୍ୱର: ମାସିକ ୫ ହଜାର ଟଙ୍କା ଦରମାରୁ ସରକାରୀ ଚାକିରି ଆରମ୍ଭ କରିଥିବା ଯନ୍ତ୍ରୀଙ୍କ ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ।ଯାଜପୁର ଜିଲ୍ଲା ବଡ଼ଚଣା ଆର୍ ଆଣ୍ଡ ବି ସବ୍ଡିଭିଜନ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ସହ ସମ୍ପୃକ୍ତ ୭ଟି ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଭିଜିଲାନ୍ସର ଚଢ଼ାଉ ସମୟରେ ତପନ ସେଠୀଙ୍କ ଘରୁ୫୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାରଠାବ ହୋଇଥିବା ବେଳେ ଏହାର ପରିମାଣ ପ୍ରାୟ୫୫୦ ଗ୍ରାମବୋଲି ସୂଚନା ମିଳିଛି। ଏହା ସହିତ ଏକାଧିକ ବହୁତଳ କୋଠା, ଫାର୍ମହାଉସ୍, ଦାମୀ ଜମି ଓ ଗାଡ଼ି ଥିବା ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଛି।

୩ଟି ବହୁତଳ କୋଠା ଠାବ

ଭିଜିଲାନ୍ସର ସୂଚନା ଅନୁସାରେ, କଟକ ସିଡିଏ ସେକ୍ଟର-୭ରେ ପ୍ରାୟ୨,୦୦୦ ବର୍ଗଫୁଟ୍ର ଏକ ତିନି ମହଲା କୋଠାଠାବ ହୋଇଛି।

ସେହିପରି ପୁରୀର ସିଦ୍ଧ ମହାବୀର ଅଞ୍ଚଳରେ ପ୍ରାୟ୩,୬୦୦ ବର୍ଗଫୁଟ୍ର ଆଉ ଏକ ତିନି ମହଲା କୋଠାଏବଂ ଭୁବନେଶ୍ୱର କଣ୍ଟାବାଡ଼ରେ ପ୍ରାୟ୨,୨୦୦ ବର୍ଗଫୁଟ୍ର ଦୁଇ ମହଲା କୋଠାଥିବା ସୂଚନା ମିଳିଛି।

୧ ଏକର ଜମିରେ ଫାର୍ମହାଉସ୍

ଚଢ଼ାଉ ବେଳେ କଟକ ସଦର କଣ୍ଟାପଡ଼ା ଅଞ୍ଚଳରେ ପ୍ରାୟ୧ ଏକର ଜମିରେ ଥିବା ଏକ ଫାର୍ମହାଉସ୍ର ସନ୍ଧାନ ମିଳିଛି।

ଏହା ବ୍ୟତୀତ ଭୁବନେଶ୍ୱରରେ୨ଟି ଏବଂ କଟକ ସିଡିଏରେ ୧ଟି ଦାମୀ ପ୍ଲଟ୍ଥିବା ମଧ୍ୟ ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ତାଙ୍କ ନାମରେ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ୨ଟି ଚାରିଚକିଆ ଗାଡ଼ିଥିବା ମଧ୍ୟ ଠାବ ହୋଇଛି।

ମୋଟ ସମ୍ପତ୍ତିର ଆକଳନ ଜାରି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢ଼ାଉ କରିଛି। ଏବେବି ତପନ ସେଠୀଙ୍କ ସହ ସମ୍ପୃକ୍ତ ବିଭିନ୍ନ ଠିକଣାରେ ତଦନ୍ତ ଓ ସର୍ଚ୍ଚ ଜାରି ରହିଥିବାରୁମୋଟ ସମ୍ପତ୍ତିର ପରିମାଣ ଏବଂ ମୂଲ୍ୟର ଚୂଡ଼ାନ୍ତ ଆକଳନ ହୋଇନାହିଁ।

ଭିଜିଲାନ୍ସର ତଦନ୍ତ ଶେଷ ହେବା ପରେ ଯନ୍ତ୍ରୀଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ।

LIVE TV
LIVE
Latest News
ମାଳଦ୍ୱୀପରେ ସମୁଦ୍ର ତଳେ ଦୁଇଟି ପୁରୁଣା ବିମାନ, ତିଆରି ହେଲା ଅନନ୍ୟ ଡାଇଭିଂ ସାଇଟ୍

ମାଳଦ୍ୱୀପରେ ସମୁଦ୍ର ତଳେ ଦୁଇଟି ପୁରୁଣା ବିମାନ,...

ପର୍ଯ୍ୟଟନ ସହ ପରିବେଶ ସଂରକ୍ଷଣକୁ ଯୋଡ଼ିବା ପାଇଁ ମାଳଦ୍ୱୀପ...

ଦିଲ୍ଲୀର ପ୍ରତିବାଦ ଭାରତର ଆଭ୍ୟନ୍ତରୀଣ ମାମଲା, ମନ୍ତବ୍ୟ ଦେବୁନି: ମାର୍କୋ ରୁବିଓ 🇮🇳🇺🇸

ଦିଲ୍ଲୀର ପ୍ରତିବାଦ ଭାରତର ଆଭ୍ୟନ୍ତରୀଣ ମାମଲା, ମନ୍ତବ୍ୟ...

ନୂଆଦିଲ୍ଲୀ:ଭାରତରେ ଚାଲିଥିବା ସାମ୍ପ୍ରତିକ ପ୍ରତିବାଦକୁ ନେ...

ଓଡ଼ିଶାରେ ପୁଣି ବଦଳିବ ପାଗ: ଅକ୍ଟୋବର ୨୬ରୁ ବର୍ଷା, ୧୦ ଜିଲ୍ଲାକୁ Yellow Warning

ଓଡ଼ିଶାରେ ପୁଣି ବଦଳିବ ପାଗ: ଅକ୍ଟୋବର ୨୬ରୁ...

୧୦ ଜିଲ୍ଲାକୁ Yellow Warning ଅକ୍ଟୋବର ୨୬ ଓ ୨୭ ପାଇଁ...

ଭାରତର ଆତଙ୍କବାଦ ଚିନ୍ତାକୁ ଆମେ ବୁଝୁଛୁ: ମାର୍କୋ ରୁବିଓ, ପାକିସ୍ତାନ ସହ ସମ୍ପର୍କ ନେଇ ଆମେରିକାର ବଡ଼ ସ୍ପଷ୍ଟୀକରଣ

ଭାରତର ଆତଙ୍କବାଦ ଚିନ୍ତାକୁ ଆମେ ବୁଝୁଛୁ: ମାର୍କୋ...

ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଭାରତ-ଆମେରିକା-ପାକି...

ଦିଲ୍ଲୀ-NCRରେ ପୁଣି ବର୍ଷା! ଅକ୍ଟୋବର ୧୬ରେ ହାଲୁକା ବର୍ଷା ସହ ବଜ୍ରପାତ ସମ୍ଭାବନା

ଦିଲ୍ଲୀ-NCRରେ ପୁଣି ବର୍ଷା! ଅକ୍ଟୋବର ୧୬ରେ ହାଲୁକା...

ଦିଲ୍ଲୀ-NCRରେ ପୁଣି ପାଗ ବଦଳିବାକୁ ଯାଉଛି। ଅକ୍ଟୋବର ୧୬,...

ସାଉଦି ଆରବରେ ୨ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ ପରେ ଭାଇରାଲ ହେଉଛି ‘ଭାରତୀୟ ଯୁବକ’ଙ୍କୁ ନେଇ ଅପ୍ରମାଣିତ ଦାବି

ସାଉଦି ଆରବରେ ୨ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ ପରେ...

ନୂଆଦିଲ୍ଲୀ:ସାଉଦି ଆରବରେ ଦୁଇ ବାଂଲାଦେଶୀ ନାଗରିକନଜରୁଲ ଇସ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+