ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ସ୍ୱିଗି ଇନଷ୍ଟାମାର୍ଟ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ‘ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ, ୨୦୦୬’ ଉଲ୍ଲଂଘନ ଅଭିଯୋଗରେ କମ୍ପାନୀକୁ ୯ଟି ନୋଟିସ୍ ପଠାଯାଇଛି।
ଗ୍ରାହକଙ୍କ ଠାରୁ ମିଳିଥିବା ଅଭିଯୋଗ ଆଧାରରେ ଏହି ନୋଟିସ୍ ଜାରି ହୋଇଛି। ଅଭିଯୋଗ ମଧ୍ୟରେ ଏକ୍ସପାୟାର ହୋଇଥିବା ଖାଦ୍ୟ ସାମଗ୍ରୀ, ପଚା-ସଢ଼ା ଖାଦ୍ୟ, ଦୂଷିତ ଉତ୍ପାଦ ଏବଂ ମାନବ ସେବନ ପାଇଁ ଅନୁପଯୁକ୍ତ ସାମଗ୍ରୀ ଡେଲିଭରି କରାଯାଇଥିବା ଅଭିଯୋଗ ରହିଛି।
FSSAI ଅନୁଯାୟୀ, କେତେକ ଉତ୍ପାଦ ବର୍ତ୍ତମାନର ଲାଇସେନ୍ସ ଅନୁମୋଦନ ବାହାରେ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ମିଳିଛି। ଏହା ସହିତ କେତେକ କ୍ଷେତ୍ରରେ ଭୁଲ୍ କିମ୍ବା ଅମାନ୍ୟ FSSAI ଲାଇସେନ୍ସ ନମ୍ବର ବ୍ୟବହାର ନେଇ ପ୍ରଶ୍ନ ଉଠିଛି।
ନିୟାମକ ସଂସ୍ଥା ସ୍ୱିଗିକୁ ସମସ୍ତ ଅଭିଯୋଗ ଉପରେ ଦସ୍ତାବିଜ୍ ସହିତ ବିସ୍ତୃତ ଜବାବ ଦେବାକୁ କହିଛି। ଏହା ସହିତ କ୍ୱାଲିଟି କଣ୍ଟ୍ରୋଲ, ଷ୍ଟକ୍ ମ୍ୟାନେଜମେଣ୍ଟ, ଷ୍ଟୋରେଜ୍ ଓ ଖାଦ୍ୟ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ମାଗିଛି।
ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି କମ୍ପାନୀ ପକ୍ଷରୁ ସନ୍ତୋଷଜନକ ଉତ୍ତର ନ ମିଳେ, ତେବେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି FSSAI ସ୍ପଷ୍ଟ କରିଛି।
ଭାରତରେ ସୁନା ଋଣ ବଜାର ଦ୍ରୁତ ଗତିରେ ବିସ୍ତାର ହେଉଥିବା ବେ...
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆଉ ଅଳ୍ପ ଦିନ ବାକି।...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋ...
ଭାରତୀୟ ଅଟୋମୋବାଇଲ୍ ବଜାରରେ SUV ଗାଡ଼ି ପ୍ରତି ଗ୍ରାହକଙ୍କ...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...