ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସମ୍ପୂର୍ଣ୍ଣ ହୋଇଛି। ଜୁନ୍ ୧୨ ତାରିଖରେ ଓଡ଼ିଶାରେ ପ୍ରବେଶ କରିଥିବା ମୌସୁମୀ ବାୟୁ ୧୧ ଦିନ ପରେ ମଙ୍ଗଳବାର ସୁଦ୍ଧା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାକୁ ଆବୃତ କରିଛି। ଏହା ସହିତ ଆଗାମୀ କିଛି ଦିନ ଧରି ରାଜ୍ୟରେ ବ୍ୟାପକ ବର୍ଷାର ଅନୁକୂଳ ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ସେହିପରି ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ବଜ୍ରପାତ ସହ ଘଡ଼ଘଡ଼ି ଏବଂ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିପାଗ ବିଭାଗ ବୁଧବାର କୋରାପୁଟ, ରାୟଗଡ଼ା, ଗଜପତି, ନୟାଗଡ଼ ଓ କଟକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଜଣାଇଛି। ମୌସୁମୀ ସକ୍ରିୟ ରହିଥିବାରୁ ବିଭିନ୍ନ ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହେବା ଆଶଙ୍କା ଥିବାରୁ ଲୋକମାନଙ୍କୁ ସତର୍କ ରହିବା ସହ ପାଣିପାଗ ସମ୍ବନ୍ଧୀୟ ପରାମର୍ଶ ପାଳନ କରିବାକୁ କୁହାଯାଇଛି।
ଆଇଏମଡିର ମଧ୍ୟାହ୍ନ ବୁଲେଟିନ୍ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସମେତ ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରର ଅବଶିଷ୍ଟ ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି। ସେହିପରି ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଓ ଟ୍ରଫ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ବର୍ଷା କାର୍ଯ୍ୟକଳାପ ଅଧିକ ସକ୍ରିୟ ରହିବ ବୋଲି କୁହାଯାଇଛି।
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
ୟୁରୋପ: ୟୁରୋପରେ ବିମାନ ଯାତ୍ରାକୁ ନେଇ ଦେଖାଦେଇଛି ଆତଙ୍କ।...
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
ଛତ୍ରପୁର: ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ...
ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...
ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...