ବାଲିଅନ୍ତା ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମାମଲାକୁ ନେଇ ପୁଣିଥରେ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ମୃତ ସୌମ୍ୟରଞ୍ଜନଙ୍କ ପରିବାର। ଏହି ମାମଲାରେ ସୌମ୍ୟଙ୍କ ବାପା କ୍ରାଇମବ୍ରାଞ୍ଚରେ ହାଜର ହୋଇ ମାମଲା ସମ୍ପର୍କିତ କିଛି ନୂଆ ତଥ୍ୟ ଦାଖଲ କରିଥିବା ଜଣାପଡ଼ିଛି।
ମାମଲାରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇସାରିଛି। ତେବେ ତଦନ୍ତରେ ଅଧିକ ସ୍ପଷ୍ଟତା ଏବଂ ନିରପେକ୍ଷତା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ପରିବର୍ତ୍ତନ କରିବାକୁ ସୌମ୍ୟଙ୍କ ପରିବାର ଦାବି କରିଛି। ଏନେଇ କ୍ରାଇମବ୍ରାଞ୍ଚ ଡିଆଇଜିଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି।
ପରିବାର ପକ୍ଷରୁ ମାମଲାରେ ଆପରାଧିକ ଷଡ଼ଯନ୍ତ୍ର ଏବଂ ଭିଡ଼ ହିଂସା ସମ୍ପର୍କିତ ଦଫା ଯୋଡ଼ି ତଦନ୍ତ କରିବାକୁ ପୋଲିସକୁ ପୁଣିଥରେ ଅବଗତ କରାଯାଇଛି।
ସୌମ୍ୟଙ୍କ ବାପାଙ୍କ କହିବା ଅନୁସାରେ, ଏଡିଜି ଦୟାଲ ଗଙ୍ଗୱାରଙ୍କ ସହ ସୌମ୍ୟ ମାମଲା ସମ୍ପର୍କିତ କିଛି ନୂଆ ତଥ୍ୟ ମଧ୍ୟ କ୍ରାଇମବ୍ରାଞ୍ଚରେ ଦାଖଲ କରାଯାଇଛି। ଏହି ତଥ୍ୟ ତଦନ୍ତରେ ସହାୟକ ହେବ ବୋଲି ପରିବାର ଆଶା ରଖିଛି।
ଘଟଣା ଦିନ କିଛି ପୋଲିସ କର୍ମଚାରୀ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ, ସେନେଇ ମଧ୍ୟ ପରିବାର ପ୍ରଶ୍ନ ଉଠାଇଛି।
ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ବଦଳାଇବା ସହ ଆବଶ୍ୟକ ଅନ୍ୟ ଦଫା ଯୋଡ଼ି ନିରପେକ୍ଷ ଓ ବ୍ୟାପକ ତଦନ୍ତ କରିବାକୁ ସୌମ୍ୟଙ୍କ ପରିବାର ଦାବି କରିଛି। ଏବେ କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...
ଟିମ୍ ଇଣ୍ଡିଆର ‘ହିଟ୍‌ମ୍ୟାନ୍’ ରୋହିତ...
ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ନେଇ ବଡ଼ ବୟାନ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...