ଚଳିତ ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଦଳର ତାରକା ସ୍ପିନର ଶ୍ରେୟଙ୍କା ପାଟିଲ ଆହତ ହେବା ପରେ ସମ୍ପୂର୍ଣ୍ଣ ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି।
ନେଦରଲାଣ୍ଡ୍ସ ବିପକ୍ଷରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ଏହି ଦୁର୍ଘଟଣା ଘଟିଥିଲା। ପାୱାର ପ୍ଲେର ଶେଷ ଓଭରରେ ବୋଲିଂ କରୁଥିବା ବେଳେ ୨୩ ବର୍ଷୀୟା ଶ୍ରେୟଙ୍କା ଏକ ବଲ୍କୁ ଅଟକାଇବାକୁ ଯାଇ ତାଙ୍କ ଗୋଇଠି ମୋଡ଼ି ହୋଇଯାଇଥିଲା। ଆହତ ହେବା ପରେ ତାଙ୍କୁ ପଡ଼ିଆ ମଧ୍ୟରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ତେବେ ସେ ସାଧାରଣ ଭାବେ ଚାଲିପାରି ନଥିବାରୁ ଷ୍ଟ୍ରେଚର୍ ଯୋଗେ ପଡ଼ିଆ ବାହାରକୁ ନିଆଯାଇଥିଲା।
ଶ୍ରେୟଙ୍କା ଏହି ଓଭରରେ ମାତ୍ର ଗୋଟିଏ ବଲ୍ ବୋଲିଂ କରିପାରିଥିଲେ। ଡାକ୍ତରୀ ପରୀକ୍ଷା ପରେ ସେ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ଗୁଡ଼ିକରେ ଖେଳିବା ଅସମ୍ଭବ ବୋଲି ସ୍ପଷ୍ଟ ହୋଇଥିଲା।
ଶ୍ରେୟଙ୍କାଙ୍କ ସ୍ଥାନରେ ୨୪ ବର୍ଷୀୟା ଲେଗ୍ ସ୍ପିନର ପ୍ରେମା ରାୱତଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ପ୍ରେମା ମହିଳା ପ୍ରିମିୟର ଲିଗ୍ରେ ଆର୍ସିବି ପକ୍ଷରୁ ଦୁଇଟି ଋତୁରେ ମୋଟ ୬ଟି ମ୍ୟାଚ୍ ଖେଳିଛନ୍ତି।
ଏହାଛଡ଼ା ଇଂଲଣ୍ଡ ବିପକ୍ଷରେ ଆସନ୍ତା ଧଳାବଲ୍ ଶୃଙ୍ଖଳା ପାଇଁ ଘୋଷିତ ଭାରତୀୟ ଦଳରେ ମଧ୍ୟ ପ୍ରେମାଙ୍କ ନାମ ରହିଥିଲା। ସେ ରାଇଜିଂ ଷ୍ଟାର୍ ମହିଳା ଏସିଆ କପ୍ ବିଜେତା ଭାରତ ‘ଏ’ ଦଳର ସଦସ୍ୟା ଥିଲେ।
ଉକ୍ତ ପ୍ରତିଯୋଗିତାରେ ପ୍ରେମା ରାୱତ ଚମତ୍କାର ପ୍ରଦର୍ଶନ କରି ୪.୨୭ ଇକୋନୋମି ରେଟ୍ରେ ୮ଟି ୱିକେଟ୍ ଦଖଲ କରିଥିଲେ। ଏବେ ବିଶ୍ୱକପ୍ ପରି ବଡ଼ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି ପ୍ରେମା।
ଭାରତୀୟ ପାଣିପାଗ ବିଭାଗ (IMD) ଶୁକ୍ରବାର ଓଡ଼ିଶାର ୯ଟି ଜି...
ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଓଡ଼ିଶା ବିକାଶ ପ୍ର...
ମୟୂରଭଞ୍ଜ ଜିଲ୍ଲା ପାଇଁ ଆସନ୍ତା ଜୁନ୍ ୨୦ ତାରିଖ ଏକ ଐତିହା...
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ...
ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଆର୍ଥିକ, ପ୍ରଯୁକ୍ତିଗତ ଏବଂ...
ପଶ୍ଚିମବଙ୍ଗ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ପରେ ଭାରତୀୟ ଜ...
ପ୍ରତିକୂଳ ପାଣିପାଗ କାରଣରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ...
ଗଶାଣୀ ପୀଠକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛ...