SBI ATM in Odisha’s Mayurbhanj looted after robbers sprayed paint on CCTV cameras.

ଓଡ଼ିଶାରେ ପୁଣି SBI ATM ଲୁଟ୍; ଏଥର ସିସିଟିଭିରେ ପେଣ୍ଟ ସ୍ପ୍ରେ କରି ଚୋରି

ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏକ SBI ATMରୁ ଅଜଣା ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇଛନ୍ତି। ଲୁଟେରାମାନେ ପ୍ରଥମେ ସିସିଟିଭି କ୍ୟାମେରାରେ ପେଣ୍ଟ ସ୍ପ୍ରେ କରି ଅକ୍ଷମ କରିବା ସହ ଆଲାର୍ମ ସିଷ୍ଟମ୍‌କୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ଓଡ଼ିଶାରେ ଏଟିଏମ୍ ଲୁଟ୍ ଘଟଣା ଥମିବାର ନାମ ନେଉନାହିଁ। ପୁଣିଥରେ ଏକ SBI ATMକୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଘଟଣା ସାମ୍ନାକୁ ଆସିଛି। ଏଥର ଲୁଟେରାମାନେ ନୂଆ କୌଶଳ ଅପନାଇ ସିସିଟିଭି କ୍ୟାମେରାରେ ପେଣ୍ଟ ସ୍ପ୍ରେ କରି ତାହାକୁ ଅକ୍ଷମ କରିବା ପରେ ATMରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟ ଖୁଣ୍ଟା ଅଞ୍ଚଳର ବଙ୍ଗଳା ସ୍କ୍ୱାରରେ ଘଟିଛି। ସୂଚନା ଅନୁସାରେ, ବୁଧବାର ଦେରରାତିରେ ଅଜଣା ଦୁର୍ବୃତ୍ତମାନେ SBI ATM କିଓସ୍କକୁ ଟାର୍ଗେଟ୍ କରିଥିଲେ।

ଘଟଣାସ୍ଥଳରୁ ମିଳିଥିବା CCTV ଫୁଟେଜ୍ରେ ଦେଖାଯାଇଛି ଯେ ଲୁଟେରାମାନେ ପ୍ରଥମେ ସିସିଟିଭି କ୍ୟାମେରାରେ ପେଣ୍ଟ ସ୍ପ୍ରେ କରି ଲେନ୍ସକୁ ଅକ୍ଷମ କରିଦେଇଥିଲେ। ପରେ ସେମାନେ ATM କିଓସ୍କ ଭିତରକୁ ପ୍ରବେଶ କରି ଆଲାର୍ମ ସିଷ୍ଟମ୍କୁ ମଧ୍ୟ ଭାଙ୍ଗିଦେଇଥିଲେ, ଯାହାଦ୍ୱାରା ସାଇରେନ୍ ବାଜି ଆସପାସ ଲୋକ କିମ୍ବା ପୋଲିସ ସତର୍କ ହୋଇପାରିବେ ନାହିଁ।

ଏହାପରେ ଦୁର୍ବୃତ୍ତମାନେ ATMରୁ ଅଜଣା ପରିମାଣର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ATMରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ଘଟଣାର ତଦନ୍ତ ପାଇଁ ପୋଲିସ ଓ ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛନ୍ତି। ପୋଲିସ ଆସପାସ ଅଞ୍ଚଳର ସିସିଟିଭି ଫୁଟେଜ୍ ଖତିଆନ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିପଡ଼ିଛି।

ଏହା ପୂର୍ବରୁ ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ SBI ସହ ଅନ୍ୟାନ୍ୟ ବ୍ୟାଙ୍କର ATM ଲୁଟ୍ ଘଟଣା ଘଟିଥିଲା। ଗତବର୍ଷ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଲୁଟେରାମାନେ ଗ୍ୟାସ୍ କଟର୍ ବ୍ୟବହାର କରି SBI ATM ଭାଙ୍ଗିଥିଲେ।

ସେହିପରି ଭୁବନେଶ୍ୱରର ଶ୍ରୀରାମ ନଗର ଅଞ୍ଚଳରେ ଦୁର୍ବୃତ୍ତମାନେ ସମ୍ପୂର୍ଣ୍ଣ SBI ATM ମେସିନ୍କୁ ଉଠାଇ ଏକ ଚୋରା ଅଟୋରିକ୍ସାରେ ନେଇ ପଳାଇଥିଲେ। ପରେ ଏହି ATMଟିକୁ ଏକ କେନାଲ୍ ନିକଟରୁ କ୍ଷତିଗ୍ରସ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେତେବେଳେ ATM ଭିତରେ ୨୦ ଲକ୍ଷ ଟଙ୍କାରୁ ଅଧିକ ରାଶି ଥିବା ଅନୁମାନ କରାଯାଇଥିଲା।

Latest News
ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର ଲର୍ଡ୍ସ ଟେଷ୍ଟ ବୟକଟ୍ ଧମକ: କ୍ରିକେଟ୍‌ରେ ରାଜନୀତିର ପ୍ରଭାବ ନେଇ ବଢ଼ିଲା ପ୍ରଶ୍ନ

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର...

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ଛାତ୍ର ଆନ୍ଦୋଳନ ମାମଲା: ୧୩ FIR ଆଉ ଚଳାଇବାକୁ ଚାହୁଁନି ଦିଲ୍ଲୀ ପୋଲିସ, ୨୮୭୩ଙ୍କ ବିରୋଧରେ ନୂଆ FIR ପାଇଁ SC ଅନୁମତି ମାଗିଲା

ଛାତ୍ର ଆନ୍ଦୋଳନ ମାମଲା: ୧୩ FIR ଆଉ...

ନୂଆଦିଲ୍ଲୀ: ଜୁଲାଇ ମାସରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦ...

SIRରେ ୪୭ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ, କେଜ୍ରିୱାଲଙ୍କ କଟାକ୍ଷ

SIRରେ ୪୭ ଲକ୍ଷରୁ ଅଧିକ ଭୋଟରଙ୍କ ନାମ...

ନୂଆଦିଲ୍ଲୀ: ଦିଲ୍ଲୀର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ...

ନେପାଳ ବନ୍ୟାରେ ଭାସି ଆସିଲା ୧୩ ମୃତଦେହ, ପରିଚୟ ଜାଣିବାକୁ ଚାଲିଛି ପ୍ରକ୍ରିୟା

ନେପାଳ ବନ୍ୟାରେ ଭାସି ଆସିଲା ୧୩ ମୃତଦେହ,...

ଲକ୍ଷ୍ନୌ:ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏହାର ପ୍...

ନୀରଜଙ୍କ ପରେ ଭାରତର ନୂଆ ଜାଭେଲିନ୍ ଆଶା ରୋହିତ ଯାଦବ, ୯୦ ମିଟର ଲକ୍ଷ୍ୟ

ନୀରଜଙ୍କ ପରେ ଭାରତର ନୂଆ ଜାଭେଲିନ୍ ଆଶା...

ଭାରତୀୟ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ପରେ ଏବେ ରୋହି...

ବ୍ରାଜିଲ, ଉରୁଗୁଏ ଓ ପାନାମାକୁ ଟକ୍କର ଦେବ ଭାରତ: ଖାଲିଦ ଜାମିଲ ଘୋଷଣା କଲେ ୨୬ ଜଣିଆ ଦଳ

ବ୍ରାଜିଲ, ଉରୁଗୁଏ ଓ ପାନାମାକୁ ଟକ୍କର ଦେବ...

ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର କାହାଣୀ, ଯାହା ବଦଳାଇଦେଲା ଅନ୍ତର୍ଜାତୀୟ ଫୁଟବଲ୍‌ର ଇତିହାସ

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର...

ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+