Saudi Arabia launches strikes against Houthi rebels with US support amid rising Middle East tensions.

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନୂଆ ମୋର୍ଚ୍ଚା: ଟ୍ରମ୍ପଙ୍କ ସମର୍ଥନରେ ହୁତିଙ୍କ ବିରୋଧରେ ସାଉଦିର ବଡ଼ ଆକ୍ରମଣ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ସାଉଦି ଆରବ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିଥିବା ବେଳେ ଆମେରିକା ଏହାକୁ ସମର୍ଥନ କରିଛି। ଉଭୟ ପକ୍ଷର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଅଞ୍ଚଳରେ ତିବ୍ର ଉତ୍ତେଜନା ସୃଷ୍ଟି ହୋଇଛି।

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଆଉ ଏକ ନୂଆ ମୋଡ଼ ନେଇଛି। ହର୍ମୁଜ୍ ପ୍ରଣାଳୀକୁ କେନ୍ଦ୍ର କରି ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସାଉଦି ଆରବ ମଧ୍ୟ ସିଧାସଳଖ ଭାବେ ଯୁଦ୍ଧରେ ସାମିଲ ହୋଇଛି। ଫଳରେ ସମଗ୍ର ଅଞ୍ଚଳରେ ସୁରକ୍ଷା ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ିଛି।

ରିପୋର୍ଟ ଅନୁସାରେ, ସାଉଦି ଆରବ ୟେମେନର ରାଜଧାନୀ ସାନାର ବିମାନବନ୍ଦରକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ସମୟରେ ଇରାନର ମାହାନ ଏୟାରଲାଇନ୍ସର ଏକ ବିମାନ ସାନା ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବା ବେଳେ ରନୱେକୁ ଟାର୍ଗେଟ କରାଯାଇଥିବା ଦାବି କରାଯାଇଛି। ବିଶେଷଜ୍ଞମାନଙ୍କ ମତରେ, ୨୦୨୨ ପରଠାରୁ ସାଉଦି ଆରବ ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ଏହା ସବୁଠାରୁ ବଡ଼ ସାମରିକ ମୁହାଁମୁହିଁ।

ସୂଚନା ଅନୁଯାୟୀ, ବିମାନରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରୁ ଫେରୁଥିବା ହୁତି ପ୍ରତିନିଧିମଣ୍ଡଳୀ ଯାତ୍ରା କରୁଥିଲେ। ସାଉଦି ଆରବର ସନ୍ଦେହ ଯେ, ଇରାନ ଏହି ବିମାନ ମାଧ୍ୟମରେ ହୁତି ବିଦ୍ରୋହୀଙ୍କୁ ସାମରିକ ସହାୟତା ଏବଂ ଅସ୍ତ୍ରଶସ୍ତ୍ର ପହଞ୍ଚାଉଛି।

ଆମେରିକୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆକ୍ରମଣ ପୂର୍ବରୁ ସାଉଦିର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ। ହୁତି ବିରୋଧୀ ଅଭିଯାନ ପାଇଁ ସାମରିକ ଓ କୂଟନୈତିକ ସମର୍ଥନ ମାଗିଥିବା ବେଳେ ଟ୍ରମ୍ପ ପ୍ରଶାସନ ସାଉଦିକୁ ସମର୍ଥନ କରିଥିବା କୁହାଯାଉଛି।

ଏହାର ଜବାବରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ମଧ୍ୟ ସାଉଦି ଆରବର ବିଭିନ୍ନ ସ୍ଥାନକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛନ୍ତି। ହୁତି ସାମରିକ ମୁଖପାତ୍ର ୟାହୟା ସୁରୀ କହିଛନ୍ତି, ଯଦି ସେମାନଙ୍କ ବିମାନ ଚଳାଚଳରେ ବାଧା ସୃଷ୍ଟି କରାଯିବ, ତେବେ ସାଉଦିର ଅନ୍ତର୍ଜାତୀୟ ବିମାନବନ୍ଦରଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯିବ।

ହୁତି ପକ୍ଷ ଅଭିଯୋଗ କରିଛି ଯେ, ସାଉଦି ଆରବ ବେସାମରିକ ବିମାନ ଚଳାଚଳରେ ବାଧା ସୃଷ୍ଟି କରି ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରୁଛି। ଏହି ନୂଆ ସଂଘର୍ଷ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ଆହୁରି ବ୍ୟାପକ ଓ ବିପଦଜନକ କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Latest News
ଏବେ ଆସିବ ୧୦ କେଜି ଏଲ୍‌ପିଜି ସିଲିଣ୍ଡର: ଭଡ଼ାଟିଆ, ଛାତ୍ରଛାତ୍ରୀ ଓ ଛୋଟ ବ୍ୟବସାୟୀଙ୍କୁ ମିଳିବ ବଡ଼ ସୁବିଧା

ଏବେ ଆସିବ ୧୦ କେଜି ଏଲ୍‌ପିଜି ସିଲିଣ୍ଡର:...

ଗ୍ରାହକଙ୍କ ଆବଶ୍ୟକତା ଓ ସୁବିଧାକୁ ଧ୍ୟାନରେ ରଖି ତୈଳ ବିପଣ...

ହର୍ମୁଜ ପ୍ରଣାଳୀରେ ଭୀଷଣ ଉତ୍ତେଜନା: ୨ ତେଲ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ, ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ

ହର୍ମୁଜ ପ୍ରଣାଳୀରେ ଭୀଷଣ ଉତ୍ତେଜନା: ୨ ତେଲ...

ହର୍ମୁଜ ପ୍ରଣାଳୀରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ ସ...

ପହଲଗାମ ଆକ୍ରମଣ ମାମଲା: ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା, ଅନୁପସ୍ଥିତିରେ ବିଚାର ପାଇଁ ଖୋଲିଲା ବାଟ

ପହଲଗାମ ଆକ୍ରମଣ ମାମଲା: ହାଫିଜ୍ ସଇଦଙ୍କ ବିରୋଧରେ...

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ବଡ଼ ଆଇନଗତ ପଦକ୍ଷେପ...

ହର୍ମୁଜ୍ ଆକ୍ରମଣରେ ଭାରତୀୟ ନାବିକଙ୍କ ମୃତ୍ୟୁ: ଇରାନୀ ଦୂତାବାସକୁ ସମନ ଜାରି କରି ସ୍ପଷ୍ଟୀକରଣ ମାଗିଲା ଭାରତ

ହର୍ମୁଜ୍ ଆକ୍ରମଣରେ ଭାରତୀୟ ନାବିକଙ୍କ ମୃତ୍ୟୁ: ଇରାନୀ...

ହର୍ମୁଜ୍ ପ୍ରଣାଳୀରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଏକ...

ଭୁବନେଶ୍ୱରରେ ବଡ଼ ଧରଣର ଲୁଟ: ଘରୁ ଚୋରି ହେଲା ୨୦ ଲକ୍ଷ ଟଙ୍କାର ସୁନା ଓ ଦାମୀ ଘଡ଼ି

ଭୁବନେଶ୍ୱରରେ ବଡ଼ ଧରଣର ଲୁଟ: ଘରୁ ଚୋରି...

ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରଣର ଲୁଟ ଘଟଣା ସାମ୍...

ନେପାଳକୁ ପଳାଇବା ବେଳେ ଏସଏସବି ହାତରେ ଧରାପଡ଼ିଲେ ପୂର୍ବତନ ଆମେରିକୀୟ ନୌସେନା ଅଧିକାରୀ

ନେପାଳକୁ ପଳାଇବା ବେଳେ ଏସଏସବି ହାତରେ ଧରାପଡ଼ିଲେ...

ଉତ୍ତରପ୍ରଦେଶରମହାରାଜଗଞ୍ଜ ଜିଲ୍ଲାଅନ୍ତର୍ଗତସୋନୌଲି ଭାରତ-ନ...

ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇଲା ଭାରତ; ଶରଣାର୍ଥୀଙ୍କ ପୁନର୍ବାସ ପାଇଁ ପଠାଇଲା ତମ୍ବୁ

ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇଲା ଭାରତ; ଶରଣାର୍ଥୀଙ୍କ...

ଆଫଗାନିସ୍ତାନର ସାଧାରଣ ଲୋକଙ୍କ ପାଇଁ ଭାରତ ପୁଣିଥରେ ମାନବି...

କ୍ଷେପଣାସ୍ତ୍ର ଆକ୍ରମଣରେ ଥରିଲା କିଭ୍‌: ରୁଷର ବାଲିଷ୍ଟିକ୍ ମିସାଇଲ୍ ମାଡ଼, ଅନେକ ସ୍ଥାନରେ ବିସ୍ଫୋରଣ

କ୍ଷେପଣାସ୍ତ୍ର ଆକ୍ରମଣରେ ଥରିଲା କିଭ୍‌: ରୁଷର ବାଲିଷ୍ଟିକ୍...

ୟୁକ୍ରେନର ରାଜଧାନୀକିଭ୍ରେ ମଙ୍ଗଳବାର ମଧ୍ୟରାତ୍ରିରେ ଏକାଧି...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+