ସମ୍ବଲପୁର ମହାନଗର ନିଗମରେ ସଫେଇ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଦୀର୍ଘଦିନ ଧରି ଦରମା ନମିଳିବାରୁ ଅଳିଆ ସଂଗ୍ରହ ଗାଡ଼ି ଚାଳକମାନେ ଧାରଣାରେ ବସି ପ୍ରତିବାଦ କରୁଛନ୍ତି। ଏହାର ପ୍ରଭାବରେ ସହରର ସଫେଇ ବ୍ୟବସ୍ଥା ଅସ୍ତବ୍ୟସ୍ତ ହୋଇପଡ଼ିଛି।
ସୂଚନା ଅନୁଯାୟୀ, ସମ୍ବଲପୁର ମହାନଗର ନିଗମ ଅଧୀନରେ କାର୍ଯ୍ୟରତ ଅଳିଆ ସଂଗ୍ରହ ଗାଡ଼ି ଚାଳକମାନେ ମାସ ମାସ ଧରି ଦରମା ପାଇନଥିବା ଅଭିଯୋଗ କରିଛନ୍ତି। ଏହାସହ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଦରମାରୁ ଟଙ୍କା କାଟୁଥିବା ନେଇ ମଧ୍ୟ ଚାଳକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଦରମା ପ୍ରଦାନ ଦାବିରେ ଚାଳକମାନେ ଝଗଉ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗତ ଦୁଇ ଦିନ ଧରି ପ୍ରାୟ ୩୦ଟି ଅଳିଆ ସଂଗ୍ରହ ଗାଡ଼ି ବନ୍ଦ ରହିଥିବାରୁ ସହରର ବିଭିନ୍ନ ଅଞ୍ଚଳରୁ ଅଳିଆ ଉଠିପାରୁନାହିଁ।
ଫଳରେ ଅନେକ ସ୍ଥାନରେ ଅଳିଆ ଗଦା ହୋଇ ରହିଥିବା ବେଳେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଋତୁ ପୂର୍ବରୁ ସହରରେ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ସ୍ୱାସ୍ଥ୍ୟ ଓ ପରିବେଶ ସମସ୍ୟା ନେଇ ଚିନ୍ତା ବଢ଼ିଛି।
ପ୍ରତିବାଦରତ ଚାଳକମାନେ କହିଛନ୍ତି ଯେ, ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ। ଏପର୍ଯ୍ୟନ୍ତ ମହାନଗର ନିଗମ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ **‘Last Man in T...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
‘KGF’ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସମର୍ଥ...
AI ଦ୍ୱାରା ତିଆରିDeepfakeଓ ମର୍ଫଡ୍ ଫଟୋ-ଭିଡିଓର ଅନଧିକୃତ...
ସୋସିଆଲ୍ ମିଡିଆରେ‘Hanuman Ansh’ଫିଲ୍ମକୁ ନ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...