୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ଗୁରୁବାର ୮୦ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଦିଲ୍ଲୀର ତିହାର ଜେଲରେ ଥିବା ସଜ୍ଜନ କୁମାରଙ୍କୁ ଅସୁସ୍ଥତା ପରେ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ‘ବ୍ରଟ୍ ଡେଡ୍’ ଘୋଷଣା କରିଥିଲେ।
ସଜ୍ଜନ କୁମାର ଦିଲ୍ଲୀର ଜଣେ ପ୍ରଭାବଶାଳୀ ଜାଟ ନେତା ଭାବେ ପରିଚିତ ଥିଲେ। ୧୯୮୪ ଅକ୍ଟୋବର ୩୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ଶିଖ ସୁରକ୍ଷାକର୍ମୀଙ୍କ ଦ୍ୱାରା ହତ୍ୟା ହେବା ପରେ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶିଖ ବିରୋଧୀ ଦଙ୍ଗା ହୋଇଥିଲା।
ଏହି ଦଙ୍ଗା ସମ୍ପର୍କିତ ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ସେ ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ତାଙ୍କ ମୃତ୍ୟୁ ସହ ୧୯୮୪ ଦଙ୍ଗା ସମ୍ପର୍କିତ ଏହି ବହୁଚର୍ଚ୍ଚିତ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି।
ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ଦାବି କିମ୍ବା ଅନ୍ୟ କୌଣସି ଦ...
ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ଅନଲାଇନ୍ କ୍ୟାବ୍...
ପର୍ବପର୍ବାଣୀ ସମୟରେ ଭେଜାଲ ଖାଦ୍ୟ ସାମଗ୍ରୀ ବିକ୍ରି ରୋକିବ...
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର BDO ନମିତା ବାରିକଙ...
ରାଜ୍ୟର ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ ପାଇଁ ଆସନ୍ତା ୭ ଦିନ...