ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବିମାନବନ୍ଦରର ବୃହତ ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ବର୍ଷ ଧରି ଜନସାଧାରଣଙ୍କ ଦାବି ଓ ଆନ୍ଦୋଳନ ପରେ ଏହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଛି। ବର୍ତ୍ତମାନ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ଅଧୀନରେ ଥିବା ଏହି ବିମାନବନ୍ଦରକୁ ଶୀଘ୍ର ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ନିକଟକୁ ହସ୍ତାନ୍ତର କରାଯିବ।
ବିମାନବନ୍ଦରର ସମ୍ପ୍ରସାରଣ ପରେ ବଡ଼ ବିମାନ ଅବତରଣ ଓ ଉଡ଼ାଣ ସମ୍ଭବ ହେବ। ଏଥିସହ ନାଇଟ୍ ଲ୍ୟାଣ୍ଡିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ ହେବ, ଯାହା ରାଉରକେଲା ସହରର ବିମାନ ସଂଯୋଗକୁ ଅଧିକ ସୁଦୃଢ଼ କରିବ।
ପୂର୍ବରୁ ପୁରୁଷ ହକି ବିଶ୍ୱକପ୍ ସମୟରେ ୭୨ ଆସନ ବିଶିଷ୍ଟ ବିମାନ ରାଉରକେଲାରୁ ନିୟମିତ ଚଳାଚଳ କରୁଥିଲା। ତେବେ କିଛି ମାସ ପରେ ଏହି ସେବା ବନ୍ଦ ହୋଇଯାଇଥିଲା। ଚଳିତ ବର୍ଷ ଏକ ୯ ଆସନ ବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଛୋଟ ବିମାନରେ ଯାତ୍ରା କରିବାକୁ ଅନେକ ଯାତ୍ରୀ ଅନାଗ୍ରହ ପ୍ରକାଶ କରିଥିଲେ।
ନାଇଟ୍ ଲ୍ୟାଣ୍ଡିଂ ସୁବିଧାର ଅଭାବ ଓ ପ୍ରତିକୂଳ ପାଗ ପରିସ୍ଥିତିରେ ବିମାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ବିମାନବନ୍ଦରର ପୂର୍ଣ୍ଣ କ୍ଷମତା ବ୍ୟବହାର ହୋଇପାରୁନଥିଲା।
ଏହି ସମ୍ପ୍ରସାରଣ ପ୍ରକଳ୍ପ ଫଳରେ ରାଉରକେଲା ସ୍ମାର୍ଟ ସିଟିର ହଜାର ହଜାର ବାସିନ୍ଦା, ଶିଳ୍ପ ସଂସ୍ଥା ଓ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT) ରାଉରକେଲାର ଛାତ୍ରଛାତ୍ରୀମାନେ ଉପକୃତ ହେବେ।
କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି ଯେ, ବିମାନବନ୍ଦର ସମ୍ପ୍ରସାରଣ ପ୍ରକ୍ରିୟା ଅତିଶୀଘ୍ର ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଆରଏସ୍ପି କର୍ତ୍ତୃପକ୍ଷଙ୍କ ସହ ନିୟମିତ ଆଲୋଚନା ଚାଲିଛି। ଉନ୍ନତ ବିମାନ ସେବା ଲକ୍ଷାଧିକ ଲୋକଙ୍କୁ ଉପକୃତ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସୁବିଧାଜନକ ହେବ।
ତେବେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୫୦୦ଟି ଆରଏସ୍ପି କ୍ୱାର୍ଟର ଉଚ୍ଛେଦ ହେବାର ସମ୍ଭାବନା ରହିଛି। ଫଳରେ ପ୍ରଭାବିତ ପରିବାରଙ୍କ ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ କହିଛନ୍ତି ଯେ, ପ୍ରଭାବିତ ପରିବାରଙ୍କ ପାଇଁ ଉଚିତ ପୁନର୍ବାସ ବ୍ୟବସ୍ଥା କରାଯିବ।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଘାଟ ପାଇକ...
ଦେଶର ସାଧାରଣ ଉପଭୋକ୍ତାଙ୍କ ପାଇଁ ମହଙ୍ଗା ମାଡ଼ ଆହୁରି ବଢ଼...
ପରିଷ୍କାର ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ନିଜର ଉପସ୍...
ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଆ...
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁର...
ଇ-୨୦ ପେଟ୍ରୋଲ୍‌କୁ ନେଇ ସୋସିଆଲ ମିଡିଆରେ କଥିତ ଭ୍ରମ...
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଆଦିତ୍ୟ ବିର୍ଲା ଗ୍...
୨୦୨୩ ମସିହାରେ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଥିବା ଜଣେ ନ...