Police investigating suspected murder of elderly woman in Ganjam Odisha

ଗଞ୍ଜାମରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ: ଲୁଟ୍‌ ପରେ ହତ୍ୟା ସନ୍ଦେହ, ଗାଏବ ସୁନା ଅଳଙ୍କାର

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଜଣେ ବୃଦ୍ଧାଙ୍କ ମୃତଦେହ ଘର ଭିତରୁ ମିଳିଛି। ଲୁଟ୍‌ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ଘଟଣାସ୍ଥଳରୁ ସୁନା ହାର, କାନଫୁଲ ଓ ଚୁଡ଼ି ଗାଏବ ଥିବା ଜଣାପଡ଼ିଛି। ପୋଲିସ ତଦନ୍ତ ଆରମ୍ଭ କରିଛି।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଘାଟ ପାଇକ ସାହିରେ ଜଣେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲୁଟ୍ ସମୟରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ବୃଦ୍ଧାଙ୍କୁ ପ୍ରତିମା ଜେନା ବୋଲି ଚିହ୍ନଟ କରାଯାଇଛି। ବୁଧବାର ସକାଳେ ତାଙ୍କ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଥିଲା।

ସୂଚନା ଅନୁସାରେ, ପ୍ରତିମା ଜେନା ଏକୁଟିଆ ରହୁଥିଲେ। ତାଙ୍କର କୌଣସି ପୁଅ କିମ୍ବା ଝିଅ ନଥିଲେ। ମଙ୍ଗଳବାର ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ସେ ଘର ବାରଣ୍ଡାରେ ବସି ପଡ଼ୋଶୀଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ପରେ ସେ ଶୋଇବାକୁ ଯାଇଥିଲେ।

ବୁଧବାର ସକାଳେ ପଡ଼ୋଶୀମାନେ ତାଙ୍କ ଘରର କବାଟ ଖୋଲା ଥିବା ଦେଖି ସନ୍ଦେହ କରିଥିଲେ। ଘର ଭିତରକୁ ଯାଇ ଦେଖିବା ପରେ ଖଟ ତଳେ ପ୍ରତିମାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।

ଘର ଯାଞ୍ଚ କରିବା ପରେ ତାଙ୍କ ପିନ୍ଧିଥିବା ସୁନା ହାର, କାନଫୁଲ ଓ ଚୁଡ଼ି ଗାଏବ ଥିବା ଜଣାପଡ଼ିଥିଲା। ଏହା ସହ ଘର ଭିତରେ ଥିବା ଆଲମାରି ମଧ୍ୟ ଖୋଲା ଥିଲା।

ଏହି ପରିସ୍ଥିତିକୁ ଦେଖି ପରିବାର ଲୋକେ ଲୁଟ୍ ଉଦ୍ଦେଶ୍ୟରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପୋଲିସକୁ ଖବର ଦେଇଥିଲେ।

ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ତେବେ ଘଟଣାର ପ୍ରକୃତ କାରଣ, ହତ୍ୟାର ପଛରେ ଥିବା ଉଦ୍ଦେଶ୍ୟ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

Latest News
ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା କଲେ ଓ୍ୱାସିମ୍‌ ଆକ୍ରମ୍‌, କହିଲେ- ‘ମୁଁ ଏକା କିଛି କରିପାରିବିନି’

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା...

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ! ମାଡ଼ି ଆସିବ ଅଜଣା ରୋଗ, ଜନ୍ମ ନେବେ ‘ସୁପରହ୍ୟୁମାନ୍’!

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ!...

ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି ଚୀନ୍‌! ଚୀନ୍‌ର AI କମ୍ପାନୀ ବିରୋଧରେ ୱାଶିଂଟନ୍‌ର ଗୁରୁତର ଅଭିଯୋଗ

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି...

ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗାଏକୱାଡ ଓ ପାଡିକ୍କଲଙ୍କୁ ମିଳିଲା ଅଲଗା ଅଲଗା କ୍ୟାପ୍ଟେନ୍ସି

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍...

ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ ୧୫-୦ରେ ହରାଇ ସେମିଫାଇନାଲରେ ଭାରତ, ଚମକିଲେ ଓଡ଼ିଆ ପୁଅ ଅନମୋଲ

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ...

କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...

ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭ ଦିନରେ ୫୨ ପାକ୍‌ ଯବାନ ନିହତ

ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭...

ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର ଆସୋସିଏଟ୍‌ ପାର୍ଟନର ହେଲେ ୩ ବଡ଼ ବ୍ରାଣ୍ଡ୍

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର...

ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର ନୂଆ ପ୍ରଦେଶ! ଲଣ୍ଡନର ୯୦ ମିନିଟ୍‌ର ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର...

ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+