ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ସେହି ଦେଶର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭାରତ ସହ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ଲକ୍ସନ କହିଛନ୍ତି ଯେ, ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହେବା ପରେ ନ୍ୟୁଜିଲାଣ୍ଡରୁ ଭାରତକୁ ରପ୍ତାନି ହେଉଥିବା ୫୭ ପ୍ରତିଶତ ସାମଗ୍ରୀ ଉପରେ ପ୍ରଥମ ଦିନରୁ କୌଣସି ଶୁଳ୍କ ଲାଗିବ ନାହିଁ। ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ସହ ଆର୍ଥିକ ସହଯୋଗକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି ଲକ୍ସନ କହିଛନ୍ତି ଯେ, ଭାରତ ସହ ଏହି ଚୁକ୍ତି ନ୍ୟୁଜିଲାଣ୍ଡ ପାଇଁ ନୂଆ ବାଣିଜ୍ୟିକ ସୁଯୋଗ ସୃଷ୍ଟି କରିବ ଏବଂ ଦ୍ୱିପାକ୍ଷିକ ବ୍ୟବସାୟକୁ ନୂଆ ଗତି ଦେବ।
ପ୍ରଧାନମନ୍ତ୍ରୀ ମୋଦୀ ୧୦ ଓ ୧୧ ଜୁଲାଇରେ ଦୁଇ ଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ପ୍ରାୟ ଚାରି ଦଶନ୍ଧି ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ।
ଅକଲାଣ୍ଡରେ ରହଣି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ବୈଠକରେ ବାଣିଜ୍ୟ, ପ୍ରତିରକ୍ଷା, ବିନିଯୋଗ, କୃଷି, ଶିକ୍ଷା ଓ ଅନ୍ୟାନ୍ୟ କୌଶଳଗତ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହେବ।
ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ପ୍ରମୁଖ ବ୍ୟବସାୟୀ, କ୍ରୀଡ଼ା ବ୍ୟକ୍ତିତ୍ୱ ଓ ଭାରତୀୟ ପ୍ରବାସୀ ସମୁଦାୟ ସହ ମଧ୍ୟ ସାକ୍ଷାତ କରିବେ। ଭାରତୀୟ ପ୍ରବାସୀଙ୍କ ଏକ ବିଶାଳ ସମାବେଶକୁ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହି ଗସ୍ତ ସମୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଉଭୟ ଦେଶ ମଧ୍ୟରେ ସମ୍ପର୍କ ସମ୍ପ୍ରତି ବର୍ଷଗୁଡ଼ିକରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସରକାର କହିଛନ୍ତି।
ଜର୍ମାନୀର ଚାନ୍ସେଲର ଫ୍ରିଡ୍ରିକ୍ ମେର୍ଜଙ୍କ ଉପରେ ପୁଣିଥରେ...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...
ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆମେରିକା ଗସ୍ତ ନେଇ ଅଧ...
ବିମାନବନ୍ଦରରେ ଯାତ୍ରୀଙ୍କ ସମୟ ବଞ୍ଚାଇବା ଏବଂ ଚେକିଂ ପ୍ରକ...
ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକରେ ନୂଆ ପାଠ୍ୟକ୍ରମ ଅନୁଯାୟୀ...
IIT Bombayର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ରବୀନ୍ଦ...
ରାଜ୍ୟର ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ...
ସେପ୍ଟେମ୍ବରର ଏହି ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ...
ଇଟାଲୀରେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ନୂଆ ନିୟମ ଆଣିବା...