୨୦୨୩ ମସିହାରେ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଥିବା ଜଣେ ନାବାଳିକାଙ୍କ ଦୁଷ୍କର୍ମ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଦିଲ୍ଲୀରେ ଚାଲାଣ କରି ବିକ୍ରି କରାଯାଇଥିବା ଘଟଣାରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ କଡ଼ା ରାୟ ଶୁଣାଇଛନ୍ତି।
କୋର୍ଟଙ୍କ ରାୟ ଅନୁଯାୟୀ, ଦୁଷ୍କର୍ମ ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦାୟ କଲେ ସେମାନଙ୍କୁ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ସେହିପରି, ନାବାଳିକାଙ୍କୁ ଚାଲାଣ ଏବଂ ବିକ୍ରି କରିବା ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଜରିମାନା ଅନାଦାୟ କଲେ ସେମାନଙ୍କୁ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଏହା ସହିତ, ପୀଡ଼ିତା ନାବାଳିକାଙ୍କ ପୁନର୍ବାସ ଓ ଆର୍ଥିକ ସହାୟତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ମାଧ୍ୟମରେ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନାବାଳିକାଙ୍କ ବିରୋଧରେ ଘଟିଥିବା ଏହି ଜଘନ୍ୟ ଅପରାଧ ମାମଲାରେ କୋର୍ଟଙ୍କ କଡ଼ା ରାୟ ଶିଶୁ ସୁରକ୍ଷା ଆଇନର କଠୋର ପ୍ରୟୋଗକୁ ପ୍ରତିଫଳିତ କରିଥିବା ବେଳେ ଏହା ଏଭଳି ଅପରାଧ ବିରୋଧରେ ଏକ କଡ଼ା ସନ୍ଦେଶ ଦେଇଛି।
ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ଦେଇ ପ୍ରଶାସନିକ...
ବୟସ ମାତ୍ର ୧୭ ବର୍ଷ। ହାତରେ ନଥିଲା କୌଣସି ବଡ଼ ୱାର୍କସପ୍&...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ପଶୁଚିକିତ୍ସା ଇଣ୍ଟର୍ନଙ୍କ ଷ୍ଟାଇପେଣ୍ଡ୍ରେ ୭ ହଜାର ଟଙ୍କା...
ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ଯୁବକଯୁବ...