RBIର Repo Rate ବୃଦ୍ଧି FD ନିବେଶକଙ୍କ ପାଇଁ ଖୁସି ଖବର! ବଢ଼ିପାରେ Fixed Deposit ସୁଧ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) Repo Rateକୁ ୨୫ ବେସିସ୍ ପଏଣ୍ଟ ବଢ଼ାଇ ୫.୫୦% କରିଛି। ଏହା ଋଣ ନେଇଥିବା ଲୋକଙ୍କ ପାଇଁ ଖର୍ଚ୍ଚ ବଢ଼ାଇପାରେ, କିନ୍ତୁ Fixed Deposit (FD) ନିବେଶକଙ୍କ ପାଇଁ ଭଲ ସୁଯୋଗ ଆଣିପାରେ।
RBI repo rate hike image
RBI repo rate hike image

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗତକାଲି Repo Rateକୁ୨୫ ବେସିସ୍ ପଏଣ୍ଟ ବଢ଼ାଇ ୫.୫୦%କରିଛି। ୨୦୨୩ ଫେବ୍ରୁଆରୀ ପରେ ଏହା RBIର ପ୍ରଥମ Repo Rate ବୃଦ୍ଧି। ଏହାର ପ୍ରଭାବରେ Floating Rate ହୋମ୍ ଲୋନ୍ ଓ ଅନ୍ୟାନ୍ୟ ଋଣର EMI ବଢ଼ିପାରେ କିମ୍ବା ଋଣ ପରିଶୋଧ ସମୟ ବଢ଼ିପାରେ।

ତେବେFD ନିବେଶକଙ୍କ ପାଇଁ ଏହି Repo Rate ବୃଦ୍ଧି ଏକ ସକାରାତ୍ମକ ସଙ୍କେତ ହୋଇପାରେ।ସୁଧହାର ବଢ଼ିଲେ ବ୍ୟାଙ୍କଗୁଡ଼ିକ ଅଧିକ ଜମା ଆକର୍ଷିତ କରିବା ପାଇଁ FD ଉପରେ ସୁଧହାର ବଢ଼ାଇପାରନ୍ତି। ଏହା ବିଶେଷକରି ସ୍ଥିର ଓ ନିଶ୍ଚିତ ରିଟର୍ନ ଚାହୁଁଥିବା ନିବେଶକଙ୍କ ପାଇଁ FDକୁ ଅଧିକ ଆକର୍ଷଣୀୟ କରିପାରେ।

FD ସୁଧହାର କେତେ ବଢ଼ିପାରେ?

Repo Rate ୨୫ ବେସିସ୍ ପଏଣ୍ଟ ବଢ଼ିଛି ବୋଲି ବ୍ୟାଙ୍କଗୁଡ଼ିକ ମଧ୍ୟ FD Rateକୁ ଠିକ୍ ୨୫ ବେସିସ୍ ପଏଣ୍ଟ ବଢ଼ାଇବେ—ଏହା ନିଶ୍ଚିତ ନୁହେଁ। ପ୍ରତ୍ୟେକ ବ୍ୟାଙ୍କର ଜମା ଆବଶ୍ୟକତା, ଫଣ୍ଡିଂ ଓ ବଜାରର ପ୍ରତିଯୋଗିତା ଅନୁସାରେ FD Rate ନିର୍ଦ୍ଧାରିତ ହୁଏ।

ରିପୋର୍ଟ ଅନୁସାରେ, ବଡ଼ Private Bankଗୁଡ଼ିକରେ୧-୨ ବର୍ଷର FD ଉପରେ ₹୧ କୋଟିରୁ କମ୍ ଜମା ପାଇଁ ପ୍ରାୟ ୬.୩%ରୁ ୭%ପର୍ଯ୍ୟନ୍ତ ସୁଧ ମିଳୁଛି। କିଛି Small Finance Bankରେ ଏହି ସୁଧହାର୮.୧% ପର୍ଯ୍ୟନ୍ତରହିଛି।

ଏବେ FD କରିବା ଉଚିତ କି?

Repo Rate ବୃଦ୍ଧି ହୋଇଥିବାରୁ ତୁରନ୍ତ FD କରିବା ଆବଶ୍ୟକ ନୁହେଁ। ନିବେଶକମାନେ ବିଭିନ୍ନ ବ୍ୟାଙ୍କର FD ସୁଧହାର ତୁଳନା କରିବା ସହିତTax ପରେ ପ୍ରକୃତ ରିଟର୍ନ, FDର ଅବଧି ଏବଂ ଟଙ୍କା କେବେ ଆବଶ୍ୟକ ହେବତାହା ମଧ୍ୟ ବିଚାର କରିବା ଉଚିତ।

ଯେଉଁମାନଙ୍କର FD ଖୁବଶୀଘ୍ର Mature ହେବାକୁ ଯାଉଛି, ସେମାନେ ବର୍ତ୍ତମାନର ସୁଧହାର ସହିତ ନୂଆ FD କରିବା କିମ୍ବା ଅନ୍ୟ ବ୍ୟାଙ୍କରେ ଟଙ୍କା ରଖିବା ନେଇ ତୁଳନା କରିପାରନ୍ତି।

ଅର୍ଥାତ୍,ଋଣ ନେଇଥିବା ଲୋକଙ୍କ ପାଇଁ Repo Rate ବୃଦ୍ଧି ଚିନ୍ତାର କାରଣ ହୋଇପାରେ, କିନ୍ତୁ ଅତିରିକ୍ତ ଟଙ୍କା FDରେ ରଖୁଥିବା ନିବେଶକଙ୍କ ପାଇଁ ବ୍ୟାଙ୍କ ସୁଧହାର ବଢ଼ିଲେ ଏହା ଏକ ଭଲ ସୁଯୋଗ ହୋଇପାରେ।

LIVE TV
LIVE
Latest News
ଇରାନ ଯୁଦ୍ଧରେ ଆମେରିକାର ବଡ଼ କ୍ଷତି: ୮୧ ବିମାନ, ଡ୍ରୋନ୍ ଓ ହେଲିକପ୍ଟର ନଷ୍ଟ କିମ୍ବା କ୍ଷତିଗ୍ରସ୍ତ

ଇରାନ ଯୁଦ୍ଧରେ ଆମେରିକାର ବଡ଼ କ୍ଷତି: ୮୧...

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷରେ ଆମେ...

ପୋଲିସ ଉପରେ ‘ଆକ୍ରମଣ’ ଅଭିଯୋଗ: ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ FIR

ପୋଲିସ ଉପରେ ‘ଆକ୍ରମଣ’ ଅଭିଯୋଗ: ରାହୁଲ ଓ...

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ଓ INDIA ବ୍ଲକ୍‌ର ବ...

୧୦ ବର୍ଷରୁ କମ୍ ପିଲାଙ୍କୁ ମୋଟାପଣ ଔଷଧ ମନା! WHOର ନୂଆ ଗାଇଡଲାଇନ୍‌, କିଶୋରଙ୍କ ପାଇଁ ସର୍ତ୍ତସାପେକ୍ଷ ଅନୁମତି

୧୦ ବର୍ଷରୁ କମ୍ ପିଲାଙ୍କୁ ମୋଟାପଣ ଔଷଧ...

ସଚେତନତା ଅଛି, କିନ୍ତୁ ଖାଦ୍ୟରେ ପ୍ରୋଟିନ୍‌-ଫାଇବର କ...

ବୟସ ଅନୁସାରେ କେତେ Health Insurance କଭର ଦରକାର? ₹୧୦ କିମ୍ବା ₹୧୫ ଲକ୍ଷ ଯଥେଷ୍ଟ କି, ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ବୟସ ଅନୁସାରେ କେତେ Health Insurance କଭର...

ation, procedure ଓ medicine ଖର୍ଚ୍ଚ ଅଧିକ ହୋଇପାରେ। ଏ...

ପାକିସ୍ତାନକୁ ନେଇ ଜାତିସଂଘରେ ଭାରତର କଡ଼ା ଆକ୍ରମଣ, କହିଲା- ଆତଙ୍କବାଦର ନିଆଁ ଏବେ ନିଜ ଘରେ ଜଳୁଛି

ପାକିସ୍ତାନକୁ ନେଇ ଜାତିସଂଘରେ ଭାରତର କଡ଼ା ଆକ୍ରମଣ,...

ନୂଆଦିଲ୍ଲୀ:ପାକିସ୍ତାନର ଆତଙ୍କବାଦୀ ନେଟୱର୍କ ଓ ଆତଙ୍କବାଦକ...

ମୟୂରଭଞ୍ଜରେ ବଢ଼ୁଛି ଯକ୍ଷ୍ମା ରୋଗ ଚିନ୍ତା, ସ୍ୱାସ୍ଥ୍ୟ ବିଭାଗର ତତ୍ପରତା

ମୟୂରଭଞ୍ଜରେ ବଢ଼ୁଛି ଯକ୍ଷ୍ମା ରୋଗ ଚିନ୍ତା, ସ୍ୱାସ୍ଥ୍ୟ...

ମୟୂରଭଞ୍ଜ ଜିଲ୍ଲାରେ ଯକ୍ଷ୍ମା ବାTuberculosis (TB)ରୋଗକୁ...

୧୦ ବର୍ଷରୁ କମ୍ ପିଲାଙ୍କୁ ମୋଟାପଣ ଔଷଧ ମନା! WHOର ନୂଆ ଗାଇଡଲାଇନ୍‌, କିଶୋରଙ୍କ ପାଇଁ ସର୍ତ୍ତସାପେକ୍ଷ ଅନୁମତି

୧୦ ବର୍ଷରୁ କମ୍ ପିଲାଙ୍କୁ ମୋଟାପଣ ଔଷଧ...

WHOର ନୂଆ guideline କାହିଁକି ଗୁରୁତ୍ୱପୂର୍ଣ୍ଣ? WHO...

ନାନା ପାଟେକରଙ୍କ ପରଲୋକରେ ଶୋକପ୍ରକାଶ କଲେ ପିଏମ୍ ମୋଦି, କହିଲେ- ‘କମ୍ ଅଭିନେତାଙ୍କ ପାଖରେ ଥିଲା ତାଙ୍କ ଭଳି ଅଭିନୟର ତୀବ୍ରତା’

ନାନା ପାଟେକରଙ୍କ ପରଲୋକରେ ଶୋକପ୍ରକାଶ କଲେ ପିଏମ୍...

ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକର...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+