ରଥଯାତ୍ରା ୨୦୨୬ ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ଯୋଗୁଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଭୟଙ୍କର ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ରାତିରୁ ହଠାତ୍ ଯାନବାହନର ସଂଖ୍ୟା ବୃଦ୍ଧି ପାଇବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଯାତ୍ରୀମାନେ ମାଳତୀପାଟପୁର ନିକଟରେ ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରାଫିକ୍ ଜାମ୍ରେ ଫସି ରହିଥିଲେ। ପୁରୀ ସହରକୁ ବିପୁଳ ସଂଖ୍ୟାରେ ଯାନବାହନ ପ୍ରବେଶ କରିବାରୁ ଟ୍ରାଫିକ୍ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ପରିସ୍ଥିତିର ଗମ୍ଭୀରତାକୁ ଦେଖି ପୁରୀ ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଯାନବାହନର ଚାପ କମିବା ପର୍ଯ୍ୟନ୍ତ ଭକ୍ତ ଏବଂ ପର୍ଯ୍ୟଟକମାନଙ୍କୁ ପୁରୀ ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଟ୍ରାଫିକ୍ ସୂଚନା ଜାରି ହେବା ପରେ ଯାତ୍ରା କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।
ଅନ୍ୟପଟେ, ଲଗାତର ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ପୁରୀ ସହରର ସାରଦାବାଲି, ବଲ୍ଲଭ ମଠ, ବଳଗଣ୍ଡି ହାଇସ୍କୁଲ୍, ପୁଲିସ କ୍ୟାଣ୍ଟିନ୍ ଅଞ୍ଚଳ, ହୋଟେଲ୍ ନାୟକ ପ୍ଲାଜା ଓ ଭୋଳାନାଥ ବିଦ୍ୟାପୀଠ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି। ପ୍ରମୁଖ ପାର୍କିଂ ସ୍ଥଳରେ ପାଣି ଜମି ରହିବାରୁ ପୂର୍ବ ନିର୍ଦ୍ଧାରିତ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।
ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପୂର୍ବରୁ କମିଶନରେଟ୍ ପୁଲିସ ଓ ଖୋର୍ଦ୍ଧା ପୁଲିସର ସହଯୋଗ ଲୋଡ଼ିଥିଲା। ସେହିପରି, ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ଅଗ୍ନିଶମ ବିଭାଗ ଏବଂ ପୌର ନିଗମର କର୍ମଚାରୀମାନେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପସେଟ୍ ନିୟୋଜିତ କରି କାର୍ଯ୍ୟ ଜାରି ରଖିଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...
ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...
ଆମେରିକାର Federal Bureau of Investigation (FBI) ମଞ୍...
ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...