ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଦୁଇ ଭାଗର ମହାକାବ୍ୟ ଫିଲ୍ମ **‘ରାମାୟଣ’**କୁ ନେଇ ଦର୍ଶକଙ୍କ ଉତ୍ସାହ ମଧ୍ୟରେ ଆଉ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଫିଲ୍ମ ନିର୍ମାତାମାନେ ଅରୁଣ ଗୋଭିଲଙ୍କରାଜା ଦଶରଥଚରିତ୍ରର ପ୍ରଥମ ସୋଲୋ ପୋଷ୍ଟର ରିଲିଜ୍ କରିଛନ୍ତି। ପୋଷ୍ଟରରେ ସେ ଅଯୋଧ୍ୟାର ରାଜା ଭାବେ ଶାହୀ ଅବତାରରେ ନଜର ଆସିଛନ୍ତି।
ଏହି କାଷ୍ଟିଂ ବିଶେଷ କାରଣରୁ ଚର୍ଚ୍ଚାରେ ରହିଛି। ଅରୁଣ ଗୋଭିଲ ୧୯୮୭-୮୮ରେ ରମାନନ୍ଦ ସାଗରଙ୍କ ଟିଭି ଧାରାବାହିକ **‘ରାମାୟଣ’**ରେ ଭଗବାନ ରାମଙ୍କ ଭୂମିକା କରି ଦେଶବ୍ୟାପୀ ଲୋକପ୍ରିୟତା ପାଇଥିଲେ। ଏବେ ସେହି ଅରୁଣ ଗୋଭିଲ ନୂଆ ଫିଲ୍ମରେ ରାମଙ୍କ ପିତା ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରୁଛନ୍ତି।
ଫିଲ୍ମରେରଣବୀର କପୁର ଭଗବାନ ରାମ,ସାଇ ପଲ୍ଲବୀ ସୀତା,ୟଶ ରାବଣ,ସନି ଦେଓଲ ହନୁମାନଏବଂରବି ଦୁବେ ଲକ୍ଷ୍ମଣଭୂମିକାରେ ଅଭିନୟ କରୁଛନ୍ତି। ‘ରାମାୟଣ’ର ପ୍ରଥମ ଭାଗ ୨୦୨୬ ଦୀପାବଳି ସମୟରେ ରିଲିଜ୍ ହେବାକୁ ଥିବାବେଳେ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ଆସିବ। ଫିଲ୍ମଟି ହିନ୍ଦୀ ସହ ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ୍ ଭାଷାରେ ଏବଂ IMAX ଫର୍ମାଟ୍ରେ ମଧ୍ୟ ରିଲିଜ୍ ହେବ।
ଓମାନ ଉପକୂଳ ନିକଟରେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ...
ସଚେତନତା ଅଛି, କିନ୍ତୁ ଖାଦ୍ୟରେ ପ୍ରୋଟିନ୍‌-ଫାଇବର କ...
ନିଶାଯୁକ୍ତ ଔଷଧର ଅବୈଧ ବିକ୍ରି ଅଭିଯୋଗରେ କେନ୍ଦ୍ରାପଡ଼ାରେ...
୨୦୨୬ ମସିହାର ନୋବେଲ୍ ଭୌତିକ ବିଜ୍ଞାନ ପୁରସ୍କାର ଫ୍ରାନ୍ସି...
ଜମ୍ମୁ: ଜମ୍ମୁ-କଶ୍ମୀରର ଜମ୍ମୁ ଜିଲ୍ଲା ଅର୍ଣ୍ଣିଆ ସୀମା ଅଞ...
ମୟୂରଭଞ୍ଜ ଜିଲ୍ଲାରେ ଯକ୍ଷ୍ମା ବାTuberculosis (TB)ରୋଗକୁ...
ପଞ୍ଜାବ ପୁଲିସ ଏକ କଥିତ ପାକିସ୍ତାନ ସମର୍ଥିତ ଆତଙ୍କୀ ଷଡ଼ଯ...
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସରକା...