ବଲିଉଡର ପ୍ରସିଦ୍ଧ କମେଡି ଅଭିନେତା ରାଜପାଲ ଯାଦବଙ୍କୁ ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ବଜାୟ ରଖି ତାଙ୍କୁ ୩ ମାସର କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ତାଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ମଧ୍ୟ ବଳବତ୍ତର ରହିଛି।
ଶୁକ୍ରବାର ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ରାଜପାଲ ଯାଦବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବାରମ୍ବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ବକେୟା ରାଶି ପରିଶୋଧ କରିନଥିଲେ। ଏହାକୁ ଧ୍ୟାନରେ ରଖି କୋର୍ଟ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ରିହାତିକୁ ପ୍ରତ୍ୟାହାର କରି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲା ୨୦୧୦ ମସିହାର। ରାଜପାଲ ଯାଦବ ତାଙ୍କ ପ୍ରଥମ ପ୍ରଯୋଜିତ ଚଳଚ୍ଚିତ୍ର 'ଅତା ପତା ଲାପତା' ନିର୍ମାଣ ପାଇଁ ଦିଲ୍ଲୀସ୍ଥିତ ମୁରଲୀ ପ୍ରୋଜେକ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ। ପରେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିଫଳ ହେବା ପରେ ଋଣ ପରିଶୋଧକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
୨୦୧୮ ମସିହାରେ ଟ୍ରାଏଲ୍ କୋର୍ଟ ରାଜପାଲ ଯାଦବ ଓ ତାଙ୍କ ପତ୍ନୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡ ଶୁଣାଇଥିଲେ। ପରେ ସେସନ୍ସ କୋର୍ଟ ମଧ୍ୟ ସେହି ରାୟକୁ ବଜାୟ ରଖିଥିଲେ।
ପରବର୍ତ୍ତୀ ସମୟରେ ଦିଲ୍ଲୀ ହାଇକୋର୍ଟ ସଜା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଦେଇ ବକେୟା ରାଶି ପରିଶୋଧ ପାଇଁ ଏକାଧିକ ସୁଯୋଗ ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଅର୍ଥ ପରିଶୋଧ ନ ହେବାରୁ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ତେବେ ଶୁଣାଣି ବେଳେ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ରାଜପାଲ ଯାଦବ ଫେରାର ନୁହନ୍ତି ଏବଂ ସେ ନିୟମିତ ଭାବେ ଅଦାଲତରେ ହାଜର ହୋଇଆସୁଛନ୍ତି। ସେ କିଛି ଅର୍ଥ ପରିଶୋଧ କରିଥିବା ସତ୍ତ୍ୱେ ବାକି ରାଶି ପରିଶୋଧ ନ ହେବାରୁ ମାମଲାରେ ତାଙ୍କୁ ରିହାତି ମିଳିନାହିଁ।
ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ଇସ୍ରାଏଲ୍‌ର ରାଜନୀତିରେ ବଡ଼ ହଲଚଲ୍। ଦୀର୍ଘଦିନ ଧରି...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...