ରାଜସ୍ଥାନର ଟଙ୍କ ଜିଲ୍ଲାରୁ ଏକ ବଡ଼ ତେଲ ଚୋରି ରାକେଟର ପର୍ଦ୍ଦାଫାଶ ହୋଇଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL)ର ମୁଖ୍ୟ କ୍ରୁଡ୍ ଅଏଲ୍ ପାଇପଲାଇନରୁ ବେଆଇନ ଭାବେ ଅଶୋଧିତ ତେଲ ଚୋରି କରିବା ପାଇଁ ମାଟି ତଳେ ପ୍ରାୟ ୪୦ ଫୁଟ୍ ଲମ୍ବର ଏକ ଗୁପ୍ତ ପାଇପଲାଇନ୍ ବିଛାଯାଇଥିବା ଜଣାପଡ଼ିଛି।
କମ୍ପାନିର ମୁଖ୍ୟ ପାଇପଲାଇନରେ ଅସ୍ୱାଭାବିକ ଭାବେ ତେଲର ଚାପ କମିଯିବା ପରେ ବିଶେଷଜ୍ଞ ଟିମ୍ ସମ୍ପୂର୍ଣ୍ଣ ରୁଟ୍ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମାଲପୁରା ସବଡିଭିଜନ୍ ଅନ୍ତର୍ଗତ ଲାଡି ଗ୍ରାମ ନିକଟରେ ମାଟି ତଳେ ବିଛାଯାଇଥିବା ବେଆଇନ ପାଇପଲାଇନ୍ ଠାବ କରାଯାଇଥିଲା। ଏହାକୁ ମୁଖ୍ୟ ହାଇ-ପ୍ରେସର କ୍ରୁଡ୍ ଅଏଲ୍ ପାଇପଲାଇନ୍ ସହ ଯୋଡ଼ାଯାଇଥିଲା।
ଘଟଣା ଜଣାପଡ଼ିବା ପରେ IOCL ପକ୍ଷରୁ ତୁରନ୍ତ ବେଆଇନ ସଂଯୋଗକୁ ହଟାଇ ପାଇପଲାଇନର ମରାମତି କରାଯାଇଛି। ଏହା ସହ କମ୍ପାନି ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ଦାଖଲ କରାଯାଇଛି।
ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ପୁଷ୍ପେନ୍ଦ୍ର ସୋଲଙ୍କି କହିଛନ୍ତି ଯେ ଅଜ୍ଞାତ ଦୁର୍ବୃତ୍ତଙ୍କ ବିରୋଧରେ ତେଲ ଚୋରି ଉଦ୍ୟମ ମାମଲା ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବ୍ୟବହୃତ ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ନୂଆ ଥିଲା ଏବଂ ଚୋରମାନେ ଏହି ଗୁପ୍ତ ପାଇପଲାଇନକୁ ଆହୁରି ବିସ୍ତାର କରିବା ଯୋଜନାରେ ଥିଲେ।
ପୋଲିସର ସନ୍ଦେହ ଯେ, ଏଭଳି ହାଇ-ପ୍ରେସର ପାଇପଲାଇନରେ ସଂଯୋଗ କରିବା ପାଇଁ ବୈଷୟିକ ଜ୍ଞାନ ଆବଶ୍ୟକ। ତେଣୁ ଏହି ଚୋରି ଚକ୍ରରେ ପ୍ରଶିକ୍ଷିତ କିମ୍ବା ଟେକ୍ନିକାଲ୍ ଜ୍ଞାନ ଥିବା ବ୍ୟକ୍ତି ସାମିଲ ଥିବା ଆଶଙ୍କା କରାଯାଉଛି। ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ ପାଇଁ ତଦନ୍ତ ଜାରି ରଖିଛି।
ବିଦେଶୀ ନିବେଶକଙ୍କ ପାଇଁ LTCG ଟ୍ୟାକ୍ସ ହଟାଇବାକୁ ପ୍ରସ୍ତ...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
ହାମିଲଟନ୍: ନ୍ୟୁଜିଲାଣ୍ଡ ମାଟିରେ T20I ସିରିଜ୍ ଜିତିବା ପର...
ସେୟାର ବଜାରରେ ଦୀର୍ଘମିଆଦୀ ନିବେଶକଙ୍କ ଉପରେ ଲାଗୁ ହେଉଥିବ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ମହାକାଶ ଅଭିଯାନରେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ...
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...