ମେଘାଳୟର ବହୁଚର୍ଚ୍ଚିତରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରମୁଖ ଅଭିଯୁକ୍ତସୋନମ ରଘୁବଂଶୀସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି।
ସୋନମ କହିଛନ୍ତି ଯେ, ତାଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ତାଙ୍କୁ ଯୋଜନାବଦ୍ଧ ଭାବେ ଏହି ମାମଲାରେ ଫସାଯାଇଛି। ମେଘାଳୟ ସରକାର ପକ୍ଷରୁ ତାଙ୍କ ଜାମିନ ରଦ୍ଦ ପାଇଁ ଦାଖଲ ହୋଇଥିବା ଆବେଦନର ଜବାବରେ ସେ ଏହି ସତ୍ୟପାଠ ଦାଖଲ କରିଛନ୍ତି।
ସତ୍ୟପାଠରେ ସୋନମ ଦର୍ଶାଇଛନ୍ତି ଯେ, ତାଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ। କେବଳ ପରିସ୍ଥିତିଜନିତ ପ୍ରମାଣ ଆଧାରରେ ତାଙ୍କୁ ଅଭିଯୁକ୍ତ କରାଯାଇଛି। ସେ ତଦନ୍ତ ଓ ବିଚାର ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସହ ବିଚାର ବିଳମ୍ବ ପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ମେଘାଳୟ ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ, ରାଜା ରଘୁବଂଶୀଙ୍କ ହତ୍ୟା କୌଣସି ଦୁର୍ଘଟଣା ନୁହେଁ ବରଂ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ସରକାରଙ୍କ ଦାବି ଅନୁଯାୟୀ, ସୋନମ ଅନ୍ୟ ଅଭିଯୁକ୍ତମାନଙ୍କ ସହ ମିଶି ଏହି ହତ୍ୟାର ଯୋଜନା କରିଥିଲେ ଏବଂ ପରେ ଅପହରଣର ଏକ ମିଥ୍ୟା କାହାଣୀ ଗଢ଼ିଥିଲେ।
ସରକାର ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସୋନମଙ୍କ ଜାମିନ ରଦ୍ଦ କରିବାକୁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
ଏହାପୂର୍ବରୁ ସୁପ୍ରିମକୋର୍ଟ ସୋନମଙ୍କୁ ମିଳିଥିବା ଜାମିନ ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କରିଥିଲେ। ତେବେ ଜାମିନ ପ୍ରଦାନ ସମ୍ପର୍କିତ ମେଘାଳୟ ହାଇକୋର୍ଟଙ୍କ କିଛି ପର୍ଯ୍ୟବେକ୍ଷଣ ଉପରେ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଥିଲେ।
ଅଦାଲତ କହିଥିଲେ ଯେ,ଆଇନ ଅନୁଯାୟୀ ଜାମିନ ସାଧାରଣ ନିୟମ ଏବଂ ଜେଲ୍ ବ୍ୟତିକ୍ରମ। ବର୍ତ୍ତମାନ ମେଘାଳୟ ସରକାରଙ୍କ ଆବେଦନ ଓ ସୋନମଙ୍କ ସତ୍ୟପାଠକୁ ବିଚାର କରି ପରବର୍ତ୍ତୀ ଶୁଣାଣିରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ଏହି ମାମଲାରେ ଅନେକ ସାକ୍ଷୀଙ୍କ ବୟାନ ଗ୍ରହଣ ବାକି ଥିବାରୁ ବିଚାର ପ୍ରକ୍ରିୟା ଜାରି ରହିଛି।
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ବାତ୍ୟା ‘ମୁରାସୁ’ର ପ୍ରଭାବରେ ଓଡ଼ିଶାର ବିଭି...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...