ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ସହ ବିଶେଷ ନଜରଦାରି ବ୍ୟବସ୍ଥା ଲାଗୁ କରାଯାଇଛି।
ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ପ୍ରତୀକ ସିଂହ ସୂଚନା ଦେଇ କହିଛନ୍ତି ଯେ, ସ୍ନାନଯାତ୍ରା ଅବସରରେ ସହରରେ ଯାନବାହନ ଚଳାଚଳକୁ ସୁବ୍ୟବସ୍ଥିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି।
ଭୁବନେଶ୍ୱର ପଟୁ ଆସୁଥିବା ଯାନବାହନଗୁଡ଼ିକ ପାଇଁ ମାର୍କେଟ୍ ଛକ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସମୁଦ୍ର କୂଳ ଅଭିମୁଖେ ଯାଉଥିବା ଭକ୍ତମାନଙ୍କୁ ଦିଗବାରେଣୀ ନିକଟରେ ଗାଡ଼ି ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି।
ପୁରୀ ଅଭିମୁଖେ ଯାଉଥିବା ସମସ୍ତ ବସ୍ ମାଳତୀପାଟପୁରଠାରେ ଅଟକିବ। ସେହିପରି ସିଟି ବସ୍ଗୁଡ଼ିକୁ ଶରଧାବାଲିରେ ଓ ପର୍ଯ୍ୟଟକ ବସ୍ଗୁଡ଼ିକୁ ତାଳବଣିଆରେ ପାର୍କିଂ କରାଯିବ।
ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଉତ୍ତର ଦ୍ୱାର ଦେଇ ବାହାରିବେ ବୋଲି ବ୍ୟବସ୍ଥା କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ସିସିଟିଭି ନଜରଦାରିରେ ରଖାଯାଇଛି। ମନ୍ଦିର ପରିସର ଭିତରେ ୫୨ଟି ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ବାହାରେ ୨୫୦ଟି କ୍ୟାମେରା ସ୍ଥାପନ କରାଯାଇଛି। ଏହାସହ ସହରର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅତିରିକ୍ତ ୩୦ଟି କ୍ୟାମେରା ମଧ୍ୟ ଲଗାଯାଇଛି।
ପୁଲିସ ପକ୍ଷରୁ କୁହାଯାଇଛି ଯେ, ସ୍ନାନଯାତ୍ରା ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତ ପୁରୀ ଆସିବେ। ସେମାନଙ୍କ ସୁରକ୍ଷା, ସୁବିଧା ଓ ଯାତାୟାତକୁ ସୁଚାରୁ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...