ସୂଚନା ଅନୁସାରେ, ସୁଧୁଖଣ୍ଡ ମୌଜାର ଏକ ବିବାଦୀୟ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଥିଲା।
ଅଭିଯୋଗ ଅନୁଯାୟୀ, ବୈରିପୁର ଗାଁର ବିପିନୀ ସ୍ୱାଇଁ ଓ ଜଗା ସ୍ୱାଇଁଙ୍କ ସହ ମହାପୁର ଗାଁର ବାବୁ ନାୟକ, ରାଜୁ ନାୟକ ଓ ଅନ୍ୟ କିଛି ଲୋକ ଏକ ଟ୍ରାକ୍ଟର ନେଇ ବିବାଦୀୟ ଜମିରେ ଚାଷ କରିଥିଲେ।
ଏହାକୁ ସୁଧୁଖଣ୍ଡ ଗାଁର କିଛି ବାସିନ୍ଦା ବିରୋଧ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଓ ଯୁକ୍ତିତର୍କ ହୋଇଥିବା ଅଭିଯୋଗ ହୋଇଛି।
ଘଟଣା ପରେ ଚିତ୍ତରଞ୍ଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଫୋନ୍ ଯୋଗେ ଧମକ ଦିଆଯାଇଥିବା ଅଭିଯୋଗ ରହିଛି।
ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଓ ତାଙ୍କ ପରିବାର ଘର ବାହାରୁ କିଛି ଶବ୍ଦ ଶୁଣିଥିଲେ। ବାହାରକୁ ଆସି ଦେଖିବା ବେଳେ ଘର ସମ୍ମୁଖରେ ଥିବା ତାଙ୍କ କାର୍ ଜଳୁଥିବା ଦେଖିଥିଲେ।
ଏହାପରେ ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।
ଅଭିଯୋଗ ପାଇବା ପରେ ଗୋପ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କାର୍ରେ ନିଆଁ କିପରି ଲାଗିଲା, ଏହା ପଛରେ କାହାର ହାତ ରହିଛି ଏବଂ ପୂର୍ବରୁ ହୋଇଥିବା ଜମି ବିବାଦ ସହ ଘଟଣାର କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।
ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ବହୁ ଦିନର ଅପେକ୍ଷା ପରେ **‘Mirzapur: The Movie&...
ମହାନ ସଙ୍ଗୀତକାର ରାହୁଲ ଦେବ ବର୍ମନ, ଅର୍ଥାତ୍ ଆର୍ଡି ବର୍ମ...
ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...
ବଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକରାହୁଲ ଦେବ ବର୍ମନ,...
କ୍ରିକେଟ୍ ଜଗତରେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ‘ହି...
ଆଇପିଏଲ୍‌ ୨୦୨୭ ନିଲାମକୁ ଆହୁରି କିଛି ମାସ ବାକି ଥିବ...
ନାଇଜେରିଆର ଲାଗୋସ୍‌ରେ ଆୟୋଜିତ ୨୩ ବର୍ଷରୁ କମ୍&zwnj...
ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡରହାର୍ଦ୍ଦିକ ପାଣ୍ଡ୍ୟାଙ୍କ...
ଓଡ଼ିଶାରେ ପୁଣି ଏକ ବର୍ଷା ପର୍ଯ୍ୟାୟ ଆସିବାର ସମ୍ଭାବନା ରହ...
ବିରାଟ କୋହଲିଙ୍କ ବ୍ୟାଟ୍ରୁ ଆଉ ଏକ ବଡ଼ ରେକର୍ଡର ଅପେକ୍ଷା...