ଓଡ଼ିଶାରେ ପୁଣି ଏକ ବର୍ଷା ପର୍ଯ୍ୟାୟ ଆସିବାର ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗରରେଅଗଷ୍ଟ ୧୩ରେ ନୂଆ ଲଘୁଚାପ କ୍ଷେତ୍ରସୃଷ୍ଟି ହୋଇପାରେ। ଏହା ପୂର୍ବରୁ ଅଗଷ୍ଟ ୧୧ରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସଞ୍ଚାରଣ ସୃଷ୍ଟି ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ପାଣିପାଗ ପ୍ରଣାଳୀ ପରବର୍ତ୍ତୀ ସମୟରେ ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେଭାରୀରୁ ଅତି ଭାରୀ ବର୍ଷାହୋଇପାରେ।
ବର୍ତ୍ତମାନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଛତିଶଗଡ଼ ଅଞ୍ଚଳରେ ଏକ ଲଘୁଚାପ ସକ୍ରିୟ ରହିଛି। ଏହା ସହିତ ବାୟୁମଣ୍ଡଳୀୟ ପରିସ୍ଥିତି ଓ ମୌସୁମୀ ଟ୍ରଫ୍ର ପ୍ରଭାବ ମଧ୍ୟ ଓଡ଼ିଶାର ପାଣିପାଗକୁ ପ୍ରଭାବିତ କରୁଛି।
ବର୍ଷା ସହିତ ବଜ୍ରପାତ ଓ ଘଡ଼ଘଡ଼ିକୁ ନେଇ୨୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି।
ନବରଙ୍ଗପୁର, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରଜିଲ୍ଲାରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରିମାଲକାନଗିରି, କଳାହାଣ୍ଡି, ରାୟଗଡ଼ା, ଗଜପତି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ଭଦ୍ରକଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହିତ ଘଡ଼ଘଡ଼ି ହୋଇପାରେ।
ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଅଞ୍ଚଳରେ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାହୋଇପାରେ। ଏହା ସହିତ କେତେକ ସ୍ଥାନରେଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନବହିବାର ଆଶଙ୍କା ରହିଛି।
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସ...
ବେଙ୍ଗାଲୁରୁରେ ଆୟୋଜିତ ‘ଟକ୍ସିକ୍: ଏ ଫେୟାରି ଟେଲ୍...
ବେଙ୍ଗାଲୁରୁରେ ‘ଟକ୍ସିକ୍: ଏ ଫେୟାରି ଟେଲ୍ ଫର୍ ଗ୍ର...
ୱାଶିଂଟନ୍:ରୁଷିଆରୁ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କିଣୁ...
ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ...
ରାଧିକା ବଂସଲଙ୍କ ସିନେମା ଯାତ୍ରା ଅନ୍ୟମାନଙ୍କ ଭଳି ଫିଲ୍ମ...
ବିଶ୍ୱ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଭା...
‘ରାକା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦି...
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ Food Safety...
କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ପଦକ ଜିତିଥିବା ଖେଳାଳ...