କ୍ରିକେଟ୍ ଜଗତରେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ‘ହିଟ୍ମ୍ୟାନ୍’ ଭାବେ ପରିଚିତ ରୋହିତ ଶର୍ମା ଏବେ ମନୋରଞ୍ଜନ ଜଗତରେ ନିଜର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ସୋନି ଏଣ୍ଟରଟେନ୍ମେଣ୍ଟ୍ ଟେଲିଭିଜନ୍ ପକ୍ଷରୁ ପ୍ରସାରିତ ହେବାକୁ ଥିବା ରିୟଲିଟି ଶୋ’ **‘ଦ ରୋହିତ ଶର୍ମା’**କୁ ନେଇ ଏବେଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏହି ଶୋ’ର ପ୍ରସାରଣ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବାର ସମ୍ଭାବନା ରହିଛି।
ସୋମବାର ଶୋ’ର ପ୍ରମୋ ରିଲିଜ୍ ହେବା ପରେ ରୋହିତ ଶର୍ମା ନିଜେ ଏହାକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଯଦିଓ ଶୋ’ର ଫର୍ମାଟ୍ ଏବଂ ବିଷୟବସ୍ତୁ ସମ୍ପର୍କରେ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ଦିଆଯାଇନାହିଁ, ରୋହିତଙ୍କ ପ୍ରମୋ ଭିଡିଓ ଦର୍ଶକଙ୍କ ଉତ୍ସୁକତା ବଢ଼ାଇଛି।
ପ୍ରମୋରେ ରୋହିତ ଲେଖିଛନ୍ତି,“ମଞ୍ଚ ପ୍ରସ୍ତୁତ, କ୍ୟାମେରା ପ୍ରସ୍ତୁତ, ଖୁବ ଶୀଘ୍ର ଦେଖା ହେବ।”ଏହା ତାଙ୍କ ଟେଲିଭିଜନ୍ ଡେବ୍ୟୁକୁ ନେଇ ଆଶା ଆହୁରି ବଢ଼ାଇଛି।
ପ୍ରମୋରେ ରୋହିତଙ୍କ କ୍ରିକେଟ୍ କ୍ୟାରିୟର ସହ ଜଡ଼ିତ ଏକ ପୁରୁଣା ଚର୍ଚ୍ଚିତ ସଂଳାପର ମଧ୍ୟ ଉଲ୍ଲେଖ ରହିଛି। ପଡ଼ିଆରେ ରୋହିତଙ୍କ ଲୋକପ୍ରିୟ ଅନ୍ଦାଜକୁ ମନୋରଞ୍ଜନ ଜଗତ ସହ ଯୋଡ଼ି ଶୋ’ଟିକୁ ଦର୍ଶକଙ୍କ ପାଇଁ ଆକର୍ଷଣୀୟ କରାଯାଉଥିବା ଜଣାପଡ଼ିଛି।
କ୍ରିକେଟ୍ରେ ଅଧିନାୟକ ଓ ବ୍ୟାଟର୍ ଭାବେ ବିଶେଷ ପରିଚୟ ସୃଷ୍ଟି କରିଥିବା ରୋହିତ ଏବେ ଟିଭି ପରଦାରେ କେମିତି ଦର୍ଶକଙ୍କ ମନ ଜିତୁଛନ୍ତି, ତାହା ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ ବିରୋଧୀ ଦଳ ନେତା ରାହୁଲ...
ଲକ୍ଷ୍ନୌ:ଆଗାମୀ ଫିଲ୍ମ **‘ବଟୱାରା ୧୯୪୭’**କ...
ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...
ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜି...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ରେଢ଼ାଖୋଲ:ରେଢ଼ାଖୋଲ ସଭାମଞ୍ଚରୁ ବିଜେଡି ସୁପ୍ରିମୋ ନବୀନ ପ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...