ଗର୍ଭବତୀ ମହିଳାଙ୍କୁ ଅପରେସନ୍ ପୂର୍ବରୁ ଅପରେସନ୍ ଥିଏଟର (OT)ରୁ ବାହାର କରିଦେବା ନେଇ ଗୁଣପୁର ଉପଖଣ୍ଡ ଡାକ୍ତରଖାନାର ଜଣେ ଡାକ୍ତରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଉଠିଛି। ଘଟଣାକୁ ନେଇ ନିରପେକ୍ଷ ତଦନ୍ତ ଦାବି ହୋଇଛି।
ଅଭିଯୋଗ ଅନୁସାରେ, ଗୁଣପୁର ଅଞ୍ଚଳର ସରୋଜ କୁମାର ଗୌଡ଼ ତାଙ୍କ ଗର୍ଭବତୀ ପତ୍ନୀ ମୋନାଲିସା ପ୍ରଧାନଙ୍କୁ ଜୁଲାଇ ୧୧ ତାରିଖରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗର୍ଭାବସ୍ଥାରେ ଜଟିଳତା ଦେଖାଦେବାରୁ ଚିକିତ୍ସକ ଡା. ସନ୍ଦୀପ ସ୍ୱାଇଁ ଅପରେସନ୍ କରିବାକୁ ପରାମର୍ଶ ଦେଇଥିଲେ।
ପରିବାରର ଅଭିଯୋଗ ଅନୁଯାୟୀ, ମୋନାଲିସାଙ୍କୁ ଅପରେସନ୍ ପାଇଁ OTକୁ ନିଆଯାଉଥିବା ସମୟରେ ଡ୍ୟୁଟିରେ ଥିବା ଅନ୍ୟ ଜଣେ ଡାକ୍ତର ଡା. ପ୍ରଦୀପ କୁମାର ପଣ୍ଡା ଆସି ତାଙ୍କୁ OTରୁ ବାହାର କରିବାକୁ କହିଥିଲେ।
ଏହା ପରେ ପରିବାର ଲୋକେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ସଫଳ ଚିକିତ୍ସା ପରେ ମୋନାଲିସା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି।
ସରୋଜ କୁମାର ଗୌଡ଼ ଅଭିଯୋଗ କରିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ ପରେ ପ୍ରସବ ବେଦନା ପାଇଁ ଇଞ୍ଜେକ୍ସନ୍ ଦିଆଯାଇଥିଲା। ପ୍ରାୟ ୫ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ସ୍ଥିତିରେ ସୁଧାର ନ ଆସିବାରୁ OTରେ ପରୀକ୍ଷା ଓ ଆବଶ୍ୟକ ପ୍ରସ୍ତୁତି କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ପରେ ଡ୍ୟୁଟି ଡାକ୍ତର ଆସି ତାଙ୍କୁ OTରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି।
ଗୁଣପୁର ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଡା. ଶ୍ରୀକାନ୍ତ ଜେନା କହିଛନ୍ତି ଯେ, ଘଟଣା ସମୟରେ ସେ ଛୁଟିରେ ଥିଲେ। ଘଟଣା ବିଷୟରେ ଜାଣିବା ପରେ ସମ୍ପୃକ୍ତ ଡାକ୍ତରମାନଙ୍କଠାରୁ ତଥ୍ୟ ମଗାଯାଇଛି। ଘଟଣାର ତଦନ୍ତ କରାଯାଇ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ।
ଉତ୍ତରପ୍ରଦେଶରନୋଏଡାସ୍ଥିତମାମୁରା ଗ୍ରାମର ଏକ ଆବାସିକ ବିଲ୍...
ଦେଶର ପ୍ରଥମମୁମ୍ବାଇ–ଅହମ୍ମଦାବାଦ ହାଇସ୍ପିଡ୍ ରେଳ କ...
ପଶ୍ଚିମବଙ୍ଗରେ ୨୧ ଜୁଲାଇ ‘ଶହୀଦ ଦିବସ’କୁ କେ...
ଦେଶରେ ୨୦ ପ୍ରତିଶତ ଇଥାନଲ ମିଶ୍ରିତ E20 ପେଟ୍ରୋଲକୁ ନେଇ ବ...
କେରଳରୁ ଏକ ନୂଆ ସାଇବର ଠକେଇ ଉଦ୍ୟମର ଘଟଣା ସାମ୍ନାକୁ ଆସିଛ...
ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସରକାର ବଡ଼ ପଦ...
ଓଡ଼ିଶାରେ ଚାଲିଥିବା ପାଠ୍ୟପୁସ୍ତକ ତ୍ରୁଟି ବିବାଦ ଏବେ ରାଜ...
ହର୍ମୁଜ ପ୍ରଣାଳୀରେ ଘଟିଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ର...