ଇଭି ଚାର୍ଜିଂ ବେଳେ ଭୟଙ୍କର ଅଗ୍ନିକାଣ୍ଡ: ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ୫୦ ପରିବାର ଉଦ୍ଧାର

ଉତ୍ତରପ୍ରଦେଶର ନୋଏଡାର ମାମୁରା ଗ୍ରାମର ଏକ ଆବାସିକ ବିଲ୍ଡିଂରେ ଇଲେକ୍ଟ୍ରିକ୍ ଭେହିକିଲ୍ (EV) ଚାର୍ଜିଂ ସମୟରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘନ କଳା ଧୂଆଁ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୫୦ଟି ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
Fire breaks out during EV charging in a Noida residential building leaving two people dead.
Fire breaks out during EV charging in a Noida residential building leaving two people dead.

ଉତ୍ତରପ୍ରଦେଶରନୋଏଡାସ୍ଥିତମାମୁରା ଗ୍ରାମର ଏକ ଆବାସିକ ବିଲ୍ଡିଂରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର ପାର୍କିଂରେ ଏକଇଲେକ୍ଟ୍ରିକ୍ ଭେହିକିଲ୍ (EV)ଚାର୍ଜ ହେଉଥିବା ବେଳେ ସ୍ପାର୍କ ସୃଷ୍ଟି ହୋଇ ନିଆଁ ଲାଗିଥିଲା।

କିଛି ସମୟ ମଧ୍ୟରେ ନିଆଁ ପାର୍କିଂରେ ଥିବା ଅନ୍ୟାନ୍ୟ ପେଟ୍ରୋଲ ଚାଳିତ ଗାଡ଼ିକୁ ବ୍ୟାପିଯାଇଥିଲା। ଏହାଫଳରେ ସମଗ୍ର ବିଲ୍ଡିଂ ଘନ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା, ଯାହାରେ ବାସିନ୍ଦାମାନେ ଫସି ଯାଇଥିଲେ।

ଘଟଣାର ସୂଚନା ପାଇ ଅଗ୍ନିଶମ ବିଭାଗର୭ଟି ଦମକଳ ଗାଡ଼ିଏବଂହାଇଡ୍ରୋଲିକ୍ ପ୍ଲାଟଫର୍ମସହ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଉଦ୍ଧାର ଅଭିଯାନରେ ପ୍ରାୟ୫୦ଟି ପରିବାରକୁ ସୁରକ୍ଷିତ ଭାବେବାହାର କରାଯାଇଥିଲା।

ତେବେ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଗୁରୁତର ଅସୁସ୍ଥ ହୋଇଥିବା ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଗୌତମ ବୁଦ୍ଧ ନଗରର ଯୁଗ୍ମ ପୋଲିସ କମିଶନରରାଜୀବ ନାରାୟଣକହିଛନ୍ତି ଯେ, ଏହି ଘଟଣାରେଫେଜ୍-୩ ଥାନାରେ ଏଫଆଇଆର୍ ରୁଜୁକରାଯାଇଛି। ବିଲ୍ଡିଂର ମାଲିକ ଓ ଲିଜଧାରୀଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରାଯାଉଛି।

ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ସହ ପ୍ରଭାବିତ ପରିବାରଙ୍କୁ ଆବଶ୍ୟକ ସହାୟତା ଓ ଆହତମାନଙ୍କୁ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ ଓ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି।

LIVE TV
LIVE
Latest News
କଟକ ମହିଳା ହତ୍ୟା ମାମଲାରେ ବଡ଼ ଖୁଲାସା! କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍

କଟକ ମହିଳା ହତ୍ୟା ମାମଲାରେ ବଡ଼ ଖୁଲାସା!...

କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ  ...

ରୋହିତ-କୋହଲିଙ୍କୁ ଅଟକାଇବାକୁ ସାଣ୍ଟନର୍‌ଙ୍କ ମାଷ୍ଟରପ୍ଲାନ୍! ସର୍ଟ ବଲ୍‌ରେ ରୋହିତଙ୍କୁ ରୋକିବା କଷ୍ଟକର

ରୋହିତ-କୋହଲିଙ୍କୁ ଅଟକାଇବାକୁ ସାଣ୍ଟନର୍‌ଙ୍କ ମାଷ୍ଟରପ୍ଲାନ୍! ସର୍ଟ ବଲ୍‌ରେ...

ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ ପୂର୍ବରୁ ଭାରତୀୟ କ୍ରିକ...

IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ଅଦଳବଦଳ! ପଞ୍ଜାବ ଯାଇପାରନ୍ତି ହାର୍ଦ୍ଦିକ, LSGର ନଜରରେ ସୂର୍ଯ୍ୟକୁମାର

IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼...

IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତ...

Bihar Board Exam 2027: ଦଶମ ଓ ଦ୍ୱାଦଶ ଶ୍ରେଣୀ Sent-up ପରୀକ୍ଷା ସୂଚୀ ଜାରି, ଜାଣନ୍ତୁ ତାରିଖ

Bihar Board Exam 2027: ଦଶମ ଓ...

ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...

UPSC CDS-I ଫାଇନାଲ୍ ରେଜଲ୍ଟ ୨୦୨୬ ପ୍ରକାଶ: ଲୋହିତାକ୍ଷ ମହାଜନ ଟପ୍ପର୍‌, ୨୪୩ ପ୍ରାର୍ଥୀ ସୁପାରିଶ

UPSC CDS-I ଫାଇନାଲ୍ ରେଜଲ୍ଟ ୨୦୨୬ ପ୍ରକାଶ:...

UPSC CDS-I ଫାଇନାଲ୍ ରେଜଲ୍ଟ ୨୦୨୬ ପ୍ରକାଶ ପାଇଛି। ଏହି ପ...

NH-୫୫ରେ ହାତୀ ଆତଙ୍କ! ବାରିକେଡ୍ ଭାଙ୍ଗି ରାଜପଥ ପାର୍ ହେଲା ଗଜରାଜ

NH-୫୫ରେ ହାତୀ ଆତଙ୍କ! ବାରିକେଡ୍ ଭାଙ୍ଗି ରାଜପଥ...

କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଦନ୍...

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଚର୍ଚ୍ଚା! ପଞ୍ଜାବକୁ ଯାଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଅଧିନାୟକ ହେବେନି?

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଚର୍ଚ୍ଚା!...

IPL ୨୦୨୭ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ବଦଳ ଚର୍ଚ...

BITSAT ୨୦୨୭ର ଟପ୍‌ ୧୦୦୦ ରାଙ୍କଧାରୀଙ୍କୁ ୧୦୦% ଟ୍ୟୁସନ୍ ଫି’ ଛାଡ଼! BITS ପିଲାନୀର ବଡ଼ ଘୋଷଣା

BITSAT ୨୦୨୭ର ଟପ୍‌ ୧୦୦୦ ରାଙ୍କଧାରୀଙ୍କୁ ୧୦୦%...

ଉଚ୍ଚଶିକ୍ଷା ହାସଲ କରିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+