ଭୁବନେଶ୍ୱରର ନଖରା-ସୁନ୍ଦରପୁର ମୁଖ୍ୟ ରାସ୍ତା ନିକଟସ୍ଥ ଏକ କେନାଲ କଡ଼ରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ ଅନନ୍ତପୁର ଗାଁର ପ୍ରଭାତ ବେହେରା। ଘଟଣାସ୍ଥଳରୁ ଏକ ସ୍କୁଟର, ପ୍ଲାଷ୍ଟିକ ପାଇପ, ଦଉଡି ଏବଂ କିଛି ବିୟର ବୋତଲ ଜବତ କରାଯାଇଛି। ପ୍ରଭାତଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଚିହ୍ନ ଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହୋଇଛି।
ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ ବାଲି ବ୍ୟବସାୟୀ ଟେନିସ ପାତ୍ର ପ୍ରଭାତଙ୍କୁ ଘରୁ ଡାକି ନେଇଥିଲେ। ରାତିରେ ବାହାରକୁ ଯିବାକୁ ପରିବାର ଆପତ୍ତି କରିଥିଲେ ମଧ୍ୟ ସେ ଘରୁ ବାହାରି ଯାଇଥିଲେ ଏବଂ ତା’ପରେ ଆଉ ଫେରି ନଥିଲେ। ପରେ ପରିବାର ଲୋକେ ପ୍ରଭାତ ଓ ଟେନିସଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହୋଇନଥିଲେ।
ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରାଯାଇଛି। ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ ମଧ୍ୟ ପ୍ରକାଶ କରିଛନ୍ତି ପରିବାର ସଦସ୍ୟ।
ମୃତଦେହ ଉଦ୍ଧାର ପରେ ଉତ୍ତେଜନା ବଢ଼ିଯାଇଥିଲା। ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକମାନେ ନଖରା-ନିଆଳି ରାସ୍ତା ଅବରୋଧ କରି ଅଭିଯୁକ୍ତମାନଙ୍କ ତୁରନ୍ତ ଗିରଫ ଦାବି କରିଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଉଅ ପର୍ଯ୍ୟନ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେବାକୁ ଦିଆଯିବ ନାହିଁ ବୋଲି ପରିବାର ପକ୍ଷରୁ ଚେତାବନୀ ଦିଆଯାଇଥିଲା।
ଏହି ଘଟଣାରେ ପାହାଳ ଥାନା ପୋଲିସ ଟେନିସ ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ଅନ୍ୟ ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ମଧ୍ୟ ପୋଲିସ ତଲାସି ଜାରି ରଖିଛି।
ମୃତକଙ୍କ ଭାଇ ବିରଞ୍ଚି ବେହେରା କହିଛନ୍ତି ଯେ ଟେନିସ ପାତ୍ର ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କୁ କଡା ଜେରା କଲେ ଘଟଣାର ସତ୍ୟତା ସାମ୍ନାକୁ ଆସିବ। ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାଦ ଥିବା କଥା ମଧ୍ୟ ସେ ଦାବି କରିଛନ୍ତି।
ବର୍ତ୍ତମାନ ପୋଲିସ ଓ ଫରେନ୍ସିକ ବିଶେଷଜ୍ଞ ଦଳ ଘଟଣାସ୍ଥଳରୁ ମିଳିଥିବା ସମସ୍ତ ପ୍ରମାଣର ଯାଞ୍ଚ କରୁଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଓ ଫରେନ୍ସିକ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...
ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...