ରଥଯାତ୍ରା ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ପବିତ୍ର ନଗରୀକୁ ସ୍ୱଚ୍ଛ ଏବଂ ପରିଷ୍କାର ରଖିବା ପାଇଁ ପୁରୀ ପୌର ନିଗମ (PMC) ପକ୍ଷରୁ ନିରନ୍ତର ସ୍ୱଚ୍ଛତା ଅଭିଯାନ ଚାଲିଥିଲା। ରଥଯାତ୍ରା ଦିନ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ଯୋଗୁଁ ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ସ୍ଥାନରେ ବହୁ ପରିମାଣରେ ଆବର୍ଜନା ସୃଷ୍ଟି ହୋଇଥିଲା।
ପ୍ରତିକୂଳ ପାଗ ସତ୍ତ୍ୱେ PMCର ୧୫୦ ଜଣ ସଫେଇ କର୍ମଚାରୀ, ୧୫ଟି JCB ମେସିନ ଏବଂ ୨୦ଟି ଟ୍ରାକ୍ଟର ସହଯୋଗରେ ରାତିସାରା ପ୍ରାୟ ୬ ଘଣ୍ଟା ଧରି ସ୍ୱଚ୍ଛତା କାର୍ଯ୍ୟ ଜାରି ରଖିଥିଲେ। ଫଳରେ ପରଦିନ ରଥ ଟଣା ଆରମ୍ଭ ହେବା ପୂର୍ବରୁ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ସଫା କରାଯାଇଥିଲା।
ପୁରୀ ପୌର ନିଗମର କମିଶନର ତଥା ଯୁବ IAS ଅଧିକାରୀ ସ୍ନେହା ଅର୍ଗୁଲାଙ୍କ ନେତୃତ୍ୱରେ ହୋଇଥିବା ଏହି ସ୍ୱଚ୍ଛତା ଅଭିଯାନକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)ର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଭୂୟସୀ ପ୍ରଶଂସା କରିଛନ୍ତି।
ସାମାଜିକ ଗଣମାଧ୍ୟମ 'X'ରେ ସେ ଲେଖିଛନ୍ତି ଯେ, ପ୍ରତିକୂଳ ପାଗ ସତ୍ତ୍ୱେ PMC ଟିମ୍ ଅତ୍ୟନ୍ତ ଉତ୍କୃଷ୍ଟ କାର୍ଯ୍ୟ କରିଛନ୍ତି। ସ୍ନେହା ଅର୍ଗୁଲାଙ୍କ ସୁଚିନ୍ତିତ ଯୋଜନା, ସମନ୍ୱୟ ଏବଂ ନିଷ୍ଠାପର କାର୍ଯ୍ୟ ସମଗ୍ର ସ୍ୱଚ୍ଛତା ଅଭିଯାନକୁ ସଫଳ କରିପାରିଛି। ସେ ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ନେହା ଏବଂ ତାଙ୍କ ଟିମ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶୁଭେଚ୍ଛା ଜଣାଇଛନ୍ତି।
ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...
ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...