ପବିତ୍ର ଅମରନାଥ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ସମସ୍ତ ଶିବଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ବାର୍ତ୍ତା ଜାରି କରିଛନ୍ତି। ସେ ବାବା ବର୍ଫାନୀଙ୍କ ପବିତ୍ର ଅମରନାଥ ଯାତ୍ରାକୁ ଭାରତର ଆଧ୍ୟାତ୍ମିକ ପରମ୍ପରା ଏବଂ ସାଂସ୍କୃତିକ ଏକତାର ଏକ ଅମୂଲ୍ୟ ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି।
ସାମାଜିକ ଗଣମାଧ୍ୟମ **'ଏକ୍ସ'**ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାବା ବର୍ଫାନୀଙ୍କ ଦର୍ଶନ ସହ ଜଡ଼ିତ ଅମରନାଥ ଯାତ୍ରା ଭାରତର ଆଧ୍ୟାତ୍ମିକ ଚେତନାର ପ୍ରତୀକ। ଏହି ପବିତ୍ର ଅବସରରେ ସେ ଯାତ୍ରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଚିଠି ଲେଖି ‘୫ଟି ସଂକଳ୍ପ’ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଛନ୍ତି। ଏଥିସହ ସମସ୍ତ ଶ୍ରଦ୍ଧାଳୁଙ୍କ ଯାତ୍ରା ସୁରକ୍ଷିତ, ସଫଳ ଏବଂ ମଙ୍ଗଳମୟ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।
ଚିଠିରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଅମରନାଥ ଯାତ୍ରା କେବଳ ଏକ ଧାର୍ମିକ ତୀର୍ଥଯାତ୍ରା ନୁହେଁ, ବରଂ ‘ଏକ ଶ୍ରେଷ୍ଠ ଭାରତ’ର ଭାବନାର ଜୀବନ୍ତ ଉଦାହରଣ। ଏଠାରେ ଦେଶର ବିଭିନ୍ନ ରାଜ୍ୟ, ଭାଷା ଓ ସଂସ୍କୃତିର ଲୋକ ଏକାଠି ହୋଇ ଭକ୍ତି ଓ ଏକତାର ବାର୍ତ୍ତା ଦିଅନ୍ତି।
ସେ ଜାମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକଙ୍କ ଆତିଥ୍ୟ ଭାବନାର ପ୍ରଶଂସା କରିବା ସହ ଭାରତୀୟ ସେନା, ସୁରକ୍ଷା ବଳ, ପୋଲିସ, ସ୍ୱାସ୍ଥ୍ୟକର୍ମୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ନିଷ୍ଠାପୂର୍ଣ୍ଣ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଯାତ୍ରୀମାନଙ୍କୁ ନିମ୍ନଲିଖିତ‘୫ଟି ସଂକଳ୍ପ’ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି—
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂକଳ୍ପଗୁଡ଼ିକ କେବଳ ଯାତ୍ରାକୁ ସଫଳ କରିବ ନାହିଁ, ବରଂ ପରିବେଶ ସୁରକ୍ଷା, ସାମାଜିକ ସଦ୍ଭାବ ଏବଂ ରାଷ୍ଟ୍ର ନିର୍ମାଣରେ ମଧ୍ୟ ସହାୟକ ହେବ।
ଦୁର୍ଯ୍ୟୋଗ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍...
ମଧ୍ୟପ୍ରାଚ୍ୟରେ ଚାଲିଥିବା କୂଟନୀତିକ ତତ୍ପରତା ମଧ୍ୟରେ ନ୍ୟ...
ସିରିଆର ରାଜଧାନୀ ଦମାସକସ୍‌ର ଏକ ବ୍ୟସ୍ତବହୁଳ କ୍ୟାଫେ...
ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଉଭୟ ପକ୍ଷର ବ୍ୟା...
ଲଗାଣ ବର୍ଷାର ପ୍ରଭାବରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଓ କଣ...
ଆମେରିକା ଓ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ପ୍ରାଣ ହରାଇ...
ଦୀର୍ଘ ୨୩ ବର୍ଷର ଆଇନଗତ ଲଢ଼େଇ ପରେ ଝାରସୁଗୁଡ଼ା ଜିଲ୍ଲାର...
ଓଡ଼ିଶାରେ ମୌସୁମୀ ବର୍ଷାର ପ୍ରଭାବ ଜାରି ରହିଛି। ଗୁରୁବାର...
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି...
ମେଘାଳୟର ବହୁଚର୍ଚ୍ଚିତ ହନିମୁନ୍ ହତ୍ୟା ମାମଲାରେ ମୁଖ୍ୟ ଅଭ...
ରାଇରାଖୋଲ ଉପକାରାଗାରକୁ ନେଇ ପୁଣି ଏକ ନୂଆ ବିବାଦ ସାମ୍ନାକ...
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ପଣ୍ଡିତଗାଁ ସରକାରୀ ଉଚ୍ଚ...