Penta High School ragging video case in Rayagada takes a new turn

ପେଣ୍ଟା ହାଇସ୍କୁଲ ରାଗିଂ ଭିଡିଓକୁ ନେଇ ନୂଆ ମୋଡ଼, ଷଡ଼ଯନ୍ତ୍ର କହିଲା ପ୍ରଶାସନ; ୨ ଜଣଙ୍କ ନାଁରେ ଏତଲା

ରାୟଗଡ଼ା ବ୍ଲକର ପେଣ୍ଟା ଉଚ୍ଚ ବିଦ୍ୟାଳୟ ହଷ୍ଟେଲର ରାଗିଂ ଅଭିଯୋଗକୁ ନେଇ ଘଟଣା ନୂଆ ମୋଡ଼ ନେଇଛି। ଭାଇରାଲ ଭିଡିଓରେ ଦେଖାଯାଇଥିବା ରାଗିଂ ଘଟଣା ସତ ନୁହେଁ ବୋଲି ତଦନ୍ତ ପରେ ଜିଲ୍ଲା ପ୍ରଶାସନ କହିଛି। ପ୍ରଶାସନକୁ ବଦନାମ କରିବା ପାଇଁ ଛାତ୍ରଙ୍କୁ ଭୟଭୀତ କରି ଭିଡିଓ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଦାବି କରାଯାଇଛି। ଭିଡିଓ ପ୍ରସାର ଅଭିଯୋଗରେ ଦୁଇ ଜଣଙ୍କ ନାଁରେ ଚାନ୍ଦିଲି ଥାନାରେ ଏତଲା ହୋଇଛି।

ରାୟଗଡ଼ା ବ୍ଲକ ପେଣ୍ଟା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରାଗିଂ ଅଭିଯୋଗକୁ ନେଇ ଭାଇରାଲ ହୋଇଥିବା ଭିଡିଓକୁ ନେଇ ଘଟଣା ନୂଆ ମୋଡ଼ ନେଇଛି। ତଦନ୍ତ ପରେ ଭାଇରାଲ ଭିଡିଓରେ ରାଗିଂ ନେଇ ଯାହା ଦେଖାଯାଉଛି, ତାହା ସତ ନୁହେଁ ବୋଲି ଜିଲ୍ଲା ପ୍ରଶାସନ କହିଛି।

ଗତକାଲି ପେଣ୍ଟା ଉଚ୍ଚ ବିଦ୍ୟାଳୟ ହଷ୍ଟେଲର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଜଣେ ଦଶମ ଶ୍ରେଣୀର ଛାତ୍ର ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ସହ ବାସନ ଧୋଇବା ଓ ଲୁଗାପଟା ସଫା କରିବାକୁ ବାଧ୍ୟ କରୁଥିବା ଦୃଶ୍ୟ ଥିବା ଅଭିଯୋଗ ହୋଇଥିଲା। ଛାତ୍ର ଜଣକ କାନ୍ଦି କାନ୍ଦି ନିର୍ଯାତନା ସମ୍ପର୍କରେ କହୁଥିବା ମଧ୍ୟ ଭିଡିଓରେ ଦେଖାଯାଇଥିଲା।

ଭିଡିଓ ଭାଇରାଲ ପରେ ଜିଲ୍ଲା ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। ତଦନ୍ତ ପରେ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କହିଛନ୍ତି ଯେ, ଛାତ୍ରଙ୍କୁ ଡରାଇ ଓ ଧମକାଇ ହଷ୍ଟେଲ ଭିତରକୁ ପ୍ରବେଶ କରାଯାଇଥିଲା ଏବଂ ତାଙ୍କୁ ମିଛ କହିବାକୁ ବାଧ୍ୟ କରି ଭିଡିଓ ରେକର୍ଡ କରାଯାଇଥିଲା। ଏହା ପ୍ରଶାସନକୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି ଅଧିକାରୀ ଦାବି କରିଛନ୍ତି।

୨ ଜଣଙ୍କ ନାଁରେ ଏତଲା

ଭାଇରାଲ ଭିଡିଓକୁ ସୋସିଆଲ ମିଡିଆରେ ପ୍ରସାର କରିଥିବା ଅଭିଯୋଗରେ ଛାତ୍ରଙ୍କ ସମ୍ପର୍କୀୟପଙ୍କଜ ନାଏକ ଓ ରାହୁଲ ନାଏକଙ୍କ ନାଁରେ ଚାନ୍ଦିଲି ଥାନାରେ ଏତଲା ହୋଇଛି।

ସେପଟେ ହଷ୍ଟେଲ ରୋଷେୟାଆନନ୍ଦ ମାଣ୍ଡାଙ୍ଗିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତଦନ୍ତରୁ ଜଣାପଡ଼ିଥିବା ଅନୁସାରେ, ତାଙ୍କ ମୋବାଇଲ ଫୋନରୁ ହିଁ ମାଡ଼ ଖାଇଥିବା ଛାତ୍ର ନିଜ ସମ୍ପର୍କୀୟଙ୍କୁ ଫୋନ୍ କରି ଡାକିଥିଲେ।

ଅନ୍ୟପଟେ, ଭିଡିଓରେ ମାଡ଼ ମାରୁଥିବା ଦେଖାଯାଇଥିବା ଦଶମ ଶ୍ରେଣୀର ଛାତ୍ରଙ୍କୁ୧୫ ଦିନ ପାଇଁ ହଷ୍ଟେଲରୁ ବାଦ୍ଦିଆଯାଇଛି।

ଗତକାଲି ସନ୍ଧ୍ୟାରେ ପୁଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ହଷ୍ଟେଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ କାଉନସେଲିଂ କରିଥିଲେ। ଏବେ ଭାଇରାଲ ଭିଡିଓ, ପ୍ରଶାସନର ତଦନ୍ତ ରିପୋର୍ଟ ଏବଂ ଏତଲାକୁ ନେଇ ମାମଲାଟି ଚର୍ଚ୍ଚାରେ ରହିଛି।

Latest News
ଚୀନ୍ ସହର ଉପରେ ପରମାଣୁ ଆକ୍ରମଣ ଆଶଙ୍କା! ଜାପାନକୁ ନେଇ PLAର ବଡ଼ ଚେତାବନୀ

ଚୀନ୍ ସହର ଉପରେ ପରମାଣୁ ଆକ୍ରମଣ ଆଶଙ୍କା!...

ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...

ସ୍ଲିମ୍ ଫିଗର୍, ଅସୀମ ଶକ୍ତି! ୪୫.୭ କେଜି ଓଜନରେ ୧୪୦ କେଜି ଡେଡଲିଫ୍ଟ କଲେ କେୟା

ସ୍ଲିମ୍ ଫିଗର୍, ଅସୀମ ଶକ୍ତି! ୪୫.୭ କେଜି...

ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...

କ୍ରିକେଟ୍ ଛାଡ଼ି ଟିଭି ଶୋ’ରେ ରୋହିତ ଶର୍ମା? ବିସିସିଆଇ ନିୟମରେ କ’ଣ ରହିଛି?

କ୍ରିକେଟ୍ ଛାଡ଼ି ଟିଭି ଶୋ’ରେ ରୋହିତ ଶର୍ମା?...

ଟିମ୍ ଇଣ୍ଡିଆର ‘ହିଟ୍‌ମ୍ୟାନ୍’ ରୋହିତ...

ରୋ-କୋଙ୍କୁ ରୋକିବ ନ୍ୟୁଜିଲାଣ୍ଡ! ବିରାଟ-ରୋହିତଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ

ରୋ-କୋଙ୍କୁ ରୋକିବ ନ୍ୟୁଜିଲାଣ୍ଡ! ବିରାଟ-ରୋହିତଙ୍କ ପାଇଁ ସ୍ୱତନ୍ତ୍ର...

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ନେଇ ବଡ଼ ବୟାନ...

ନେପାଳ ବନ୍ୟାର ୧୩ ଦିନ ପରେ ବି ମିଳୁନି ପତ୍ତା, ୫ ହଜାର ଲୋକ ନିଖୋଜ

ନେପାଳ ବନ୍ୟାର ୧୩ ଦିନ ପରେ ବି...

ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ ୨୫ ଦିନକୁ କମିଲା: ଗ୍ରାହକଙ୍କ ପାଇଁ କ’ଣ ବଦଳିଲା?

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ...

ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି କଳା: ଘଣ୍ଟାକୁ ରୋଜଗାର ₹୧୦ ହଜାର ପର୍ଯ୍ୟନ୍ତ

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି...

ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...

GDP ଭଲ, କିନ୍ତୁ Viksit Bharat 2047 ପାଇଁ ଯଥେଷ୍ଟ ନୁହେଁ: ସୁରଜିତ ଭଲ୍ଲା, ମୋଣ୍ଟେକ ସିଂହ ଅହଲୁୱାଲିଆ

GDP ଭଲ, କିନ୍ତୁ Viksit Bharat 2047...

ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ, ଆମେରିକାରେ ବିମାନ ତିଆରି କର ନଚେତ୍ ବଜାର ବନ୍ଦ

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ,...

ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...

ଚୀନରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନରେ ୬ ମୃତ; ୯ ଜଣ ନିଖୋଜ

ଚୀନରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନରେ ୬...

ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...

ବିଗ୍ ବ୍ୟାଶ୍ ଲିଗ୍‌ରେ ବଡ଼ ପରିବର୍ତ୍ତନ! ଘରୋଇ ନିବେଶ ପାଇଁ ଖୋଲିଲା ଦ୍ୱାର, ପ୍ରଥମେ ବିକ୍ରି ହେବ ରେନେଗେଡ୍ସ

ବିଗ୍ ବ୍ୟାଶ୍ ଲିଗ୍‌ରେ ବଡ଼ ପରିବର୍ତ୍ତନ! ଘରୋଇ...

ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ ଉଦ୍‌ଘାଟିତ, ସହଜ ହେବ ବାଣିଜ୍ୟ ଓ ଯାତାୟାତ

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ...

ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+