ଶୁକ୍ରବାର ବିଳମ୍ବିତ ରାତିରୁ ଲାଗି ରହିଥିବା ପ୍ରବଳ ବର୍ଷା ପରେ ରାଉରକେଲାର ପାନପୋଷ ଅଞ୍ଚଳରେ ଭୟଙ୍କର ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ଶନିବାର ସକାଳେ ଲୋକମାନେ ଘରୁ ବାହାରିବା ବେଳେ ଅନେକ ରାସ୍ତା ଓ ନିମ୍ନାଞ୍ଚଳ ପାଣିରେ ବୁଡ଼ି ରହିଥିବା ଦେଖିଥିଲେ।
ପ୍ରବଳ ବର୍ଷା ସହମାଣ୍ଡିରା ଡ୍ୟାମର ଗେଟ୍ ଖୋଲାଯିବାପରେ ପାଣିର ପ୍ରବାହ ବଢ଼ି ଯାଇଥିଲା। ଫଳରେ ପାନପୋଷର ବିଭିନ୍ନ ରାସ୍ତା ଜଳମଗ୍ନ ହୋଇ ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ଅନେକ ଆବାସିକ ଅଞ୍ଚଳରେ ବର୍ଷା ପାଣି ପଶିଯିବା ସହ ରାସ୍ତାଘାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ଯାତାୟାତରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଅନେକ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ବଜାର ଓ ବ୍ୟବସାୟ ମଧ୍ୟ ଏହାର ପ୍ରଭାବରେ ବ୍ୟାହତ ହୋଇଛି।
ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ଏହି ଜଳବନ୍ଦୀ ସମସ୍ୟା ଆଜିର ନୁହେଁ।ପ୍ରାୟ ୧୫ ବର୍ଷ ଧରିବର୍ଷା ହେଲେ ପାନପୋଷରେ ସମାନ ପରିସ୍ଥିତି ଦେଖାଯାଉଛି।
ସେମାନଙ୍କ ଅଭିଯୋଗ ଅନୁସାରେ, ରାସ୍ତା ଓ ସେତୁ ନିର୍ମାଣ ହୋଇଥିଲେ ମଧ୍ୟ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ହୋଇନାହିଁ। ଫଳରେ ପ୍ରତ୍ୟେକ ବର୍ଷା ଋତୁରେ ଏହି ସମସ୍ୟା ପୁଣି ଦେଖାଦେଉଛି।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,"ଗତ ୧୫ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ରାସ୍ତା ଓ ପୋଲ ନିର୍ମାଣ ହୋଇଥିଲେ ମଧ୍ୟ ଜଳ ନିଷ୍କାସନ ବ୍ୟବସ୍ଥାର କୌଣସି ସୁଧାର ହୋଇନାହିଁ। ପାଖରେ ଏକ ସ୍କୁଲ ଥିବାରୁ ଛାତ୍ରଛାତ୍ରୀମାନେ ଯାତାୟାତରେ ବହୁତ ଅସୁବିଧା ଭୋଗୁଛନ୍ତି।"
ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନର ରାଜନୀତି ପୁଣିଥରେ ଚର୍ଚ୍ଚାର...
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
୨୦୦୪ ଲୋକସଭା ନିର୍ବାଚନ ପରେ ଡ଼. ମନମୋହନ ସିଂହଙ୍କ ନେତୃତ୍...
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ...
ଅଦାନୀ ଗ୍ରୁପ୍‌ର ଅଦାନୀ ଏନର୍ଜି ସଲ୍ୟୁସନ୍ସ ଲିମିଟେଡ...
କେନ୍ଦ୍ର ଶିକ୍ଷାମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପର...
ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ...
ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର କିଛି ଦିନ ଧରି ସ୍ଥିର...
ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷର ପ୍ରଭ...