କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀମୋହନ ମାଝୀତାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ତାଙ୍କରଉଚ୍ଚ ଆଦର୍ଶ, ନୈତିକ ମୂଲ୍ୟବୋଧ ଏବଂ ଜନସେବା ପ୍ରତି ଅଙ୍ଗୀକାରର ପ୍ରତିଫଳନ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କାର୍ଯ୍ୟକୁ ଆଗେଇ ନେଇଥିଲେ। ବିଶେଷକରିଜାତୀୟ ଶିକ୍ଷା ନୀତି (NEP) 2020କାର୍ଯ୍ୟକାରୀ କରିବାରେ ତାଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି।
ମୋହନ ମାଝୀ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି। ଏହି ସଂସ୍କାରଗୁଡ଼ିକ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହୋଇଛି।
ସେ ଆହୁରି କହିଛନ୍ତି ଯେ, ନିଜ କାର୍ଯ୍ୟକାଳରେ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ କଲ୍ୟାଣ, ନୈତିକ ମୂଲ୍ୟବୋଧ ଏବଂ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ମତରେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଷ୍ପତ୍ତି ତାଙ୍କରଦୃଢ଼ ନୈତିକତା, ଜବାବଦେହିତା ଏବଂ ଦାୟିତ୍ୱବୋଧର ପ୍ରମାଣ।
ସେ ତାଙ୍କ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇ କହିଛନ୍ତି,"ପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କର ସେବା ଓ ସମର୍ପଣର ଯାତ୍ରା ଆହୁରି ସଫଳ ହେଉ।"
ଉଲ୍ଲେଖଯୋଗ୍ୟ ଯେ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ଜାରି ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ସେ ସୋସିଆଲ ମିଡିଆରେ ସୂଚନା ଦେଇ କହିଥିଲେ ଯେ, ସେ ନିଜର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଦେଶର ଯୁବପିଢ଼ିକୁ ଭାରତର ସବୁଠାରୁ ବଡ଼ ଶକ୍ତି ବୋଲି ବର୍ଣ୍ଣନା କରିବା ସହ ସେମାନଙ୍କୁ ଭ୍ରମ କିମ୍ବା ଷଡ଼ଯନ୍ତ୍ରର ଶିକାର ନ ହେବାକୁ ଆହ୍ୱାନ କରିଥିଲେ।
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...