କେନ୍ଦ୍ର ଶିକ୍ଷାମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପରେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତାରାହୁଲ ଗାନ୍ଧୀଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହି ଇସ୍ତଫାଦେଶର ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଦିଗରେ ଏକ ବଡ଼ ପଦକ୍ଷେପ।
ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ **'ଏକ୍ସ'**ରେ କରିଥିବା ପୋଷ୍ଟରେ ଗଣତନ୍ତ୍ର, ସମ୍ବିଧାନ ଏବଂ ଦେଶର ଯୁବପିଢ଼ିର ଭବିଷ୍ୟତ ପାଇଁ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଦେଶର ଛାତ୍ରମାନଙ୍କ ସଂଘର୍ଷ ଫଳରେ ଏହି ପଦକ୍ଷେପ ସମ୍ଭବ ହୋଇଛି।
ରାହୁଲ ଗାନ୍ଧୀ କହିଛନ୍ତି ଯେ କେବଳ ଇସ୍ତଫାରେ କଥା ସରିନାହିଁ। ଏବେ ମଧ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାବି ବାକି ରହିଛି—
କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନ ସରକାର ଚାଷୀ, ଶ୍ରମିକ, ଗରିବ ଓ ସମାଜର ବିଭିନ୍ନ ବର୍ଗଙ୍କୁ ଦମନ କରିଆସୁଛି। ସେ କହିଛନ୍ତି ଯେ ସମ୍ବିଧାନିକ ଉପାୟରେ ନିଜ ଅଧିକାର ପାଇଁ ଦୃଢ଼ ଭାବେ ଠିଆ ହେବା ହିଁ ପ୍ରକୃତ ସାହସ ଏବଂଏହି ସରକାରକୁ ହଟାଇବାର ସମୟ ଆସିଛି।
ରାହୁଲ ଗାନ୍ଧୀ ଶନିବାର ନୂଆଦିଲ୍ଲୀସ୍ଥିତ୧୦ ଜନପଥବାସଭବନରେ ଆନ୍ଦୋଳନରତ କିଛି ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଦାବି ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ।
ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...