ବାଲେଶ୍ୱର: ୫ ଶିଶୁ ଓରାଙ୍ଗଉଟାନ୍ ଓଡ଼ିଶାକୁ କିପରି ଆସିଲେ, ସେନେଇ ଚାଲିଥିବା ରହସ୍ୟ ଏବେ ଆହୁରି ଘନୀଭୂତ ହୋଇଛି। ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଟାସ୍କ ଫୋର୍ସ (STF) ହାତରେ ନୂଆ CCTV ଫୁଟେଜ୍ ଲାଗିଛି। ଏହି ଫୁଟେଜ୍ରେ ଦୀଘାର ଏକ ହୋଟେଲ ନିକଟରେ ଏକ କଳା SUV ଦେଖାଯାଇଥିବାରୁ ତାହା ଏବେ STFର ସ୍କାନରରେ ରହିଛି।
CCTV ଫୁଟେଜ୍ ଅନୁସାରେ, ଏକ କଳା SUV ହୋଟେଲ ସମ୍ମୁଖରେ ଅଟକିଥିବା ଦେଖାଯାଇଛି। ଗାଡ଼ିରୁ କିଛି ଲୋକ ବାହାରି ପରସ୍ପର ମଧ୍ୟରେ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖାଯାଇଛି। ତେବେ ସେହି ସମୟରେ ହୋଟେଲଟି ବନ୍ଦ ଥିବା ଜଣାପଡ଼ିଛି। ଏହାକୁ ନେଇ ସେଠାରେ ଲୋକଙ୍କ ଉପସ୍ଥିତି ଓ ଗାଡ଼ିର ଗତିବିଧିକୁ ନେଇ ତଦନ୍ତକାରୀଙ୍କ ସନ୍ଦେହ ବଢ଼ିଛି।
ଏହି ଘଟଣାରେ ଦୀଘାର ସମ୍ପୃକ୍ତ ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କୁ STF ଖୋଜୁଥିବା ଜଣାପଡ଼ିଛି। ଉଭୟେ ଫେରାର ଥିବା ସୂଚନା ମିଳିଛି। ହୋଟେଲ ମାଲିକଙ୍କ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଥିବା କୁହାଯାଉଛି। ଅନ୍ୟପଟେ ହୋଟେଲ ମ୍ୟାନେଜରଙ୍କ ସମେତ ଆଉ ୩ ଜଣଙ୍କୁ STF ପଚରାଉଚରା କରୁଛି।
ତଦନ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ CCTV ଫୁଟେଜ୍ ସାମ୍ନାକୁ ଆସିଛି। ରାତି ପ୍ରାୟ ୧୦ଟା ୫୬ ମିନିଟ୍ରେ ଦୀଘାର ଏକ ହୋଟେଲ ନିକଟ ଦେଇ ଏକ କଳା SUV ଯାଉଥିବା ଦେଖାଯାଇଛି। ପୂର୍ବରୁ ବିଚିତ୍ରପୁର ନିକଟରେ ମଧ୍ୟ ସମାନ ଧରଣର ଏକ କଳା SUVର ଫୁଟେଜ୍ ମିଳିଥିଲା।
ବିଚିତ୍ରପୁରର CCTVରେ ଗାଡ଼ିଟି ରାତି ପ୍ରାୟ ୧୧ଟା ୩୫ ମିନିଟ୍ରେ ଦେଖାଯାଇଥିଲା। ଅର୍ଥାତ୍ ଦୁଇଟି ଫୁଟେଜ୍ ମଧ୍ୟରେ ପ୍ରାୟ ୩୯ ମିନିଟ୍ର ବ୍ୟବଧାନ ରହିଛି। ଏହି ଦୁଇଟି ଗାଡ଼ି ସମାନ କି ନୁହେଁ ଏବଂ ସେହି ସମୟ ମଧ୍ୟରେ SUV କେଉଁ ରାସ୍ତା ଦେଇ ଯାଇଥିଲା, ତାହା ଖୋଜୁଛି STF।
ତଦନ୍ତକାରୀମାନେ ଦୀଘା ଓ ଏହାର ଆଖପାଖ ଅଞ୍ଚଳର ହୋଟେଲ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଥିବା ୧୦୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ସମୟରେ କିଛି ସନ୍ଦେହଜନକ ଗତିବିଧି ସମ୍ପର୍କରେ ତଥ୍ୟ ମିଳିଥିବା କୁହାଯାଉଛି।
ଏବେ STFର ମୁଖ୍ୟ ପ୍ରଶ୍ନ ହେଉଛି—କଳା SUVରେ କିଏ ଥିଲେ, ଗାଡ଼ିଟି କେଉଁଠାରୁ ଆସିଥିଲା, ୩୯ ମିନିଟ୍ ମଧ୍ୟରେ କେଉଁଠି ଅଟକିଥିଲା ଏବଂ ଏହାର ଓରାଙ୍ଗଉଟାନ୍ ଚୋରାଚାଲାଣ ସହ କୌଣସି ସମ୍ପର୍କ ଅଛି କି? ଏହି ସବୁ ଦିଗରୁ ତଦନ୍ତ ଜାରି ରହିଛି।
Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...
ନୂଆଦିଲ୍ଲୀ:ବିଶ୍ୱ ବାଣିଜ୍ୟ ଓ ଅର୍ଥନୀତିର ସୁଚାରୁ ପରିଚାଳନ...
ନୂଆଦିଲ୍ଲୀ:ବିଶ୍ୱର ଇନ୍ଧନ ଓ ସାମୁଦ୍ରିକ ବାଣିଜ୍ୟ ବ୍ୟବସ୍ଥ...
ଭାରତୀୟ କ୍ରିକେଟ୍ ଦଳର ଚୟନ ରଣନୀତିକୁ ନେଇ ନୂଆ ଚର୍ଚ୍ଚା ଆ...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
ନୂଆଦିଲ୍ଲୀରେ ଆୟୋଜିତBRICS ବିଜନେସ୍ ଫୋରମ୍ ସମ୍ମିଳନୀର ଏକ...
ଏସିଆନ୍ ଗେମ୍ସ ପୂର୍ବରୁ ଭାରତୀୟ ଭାରୋତ୍ତୋଳନ ଦଳକୁ ବଡ଼ ଝଟ...
ଏସିଆନ୍ ଗେମ୍ସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳ...
ନୂଆଦିଲ୍ଲୀରେ ଶନିବାରଠାରୁ ଆରମ୍ଭ ହୋଇଥିବା୧୮ତମ BRICS ଶିଖ...
ଆଫଗାନିସ୍ତାନ ବିପକ୍ଷ T20I ସିରିଜ୍‌ ପୂର୍ବରୁ ଦିଲ୍ଲ...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...