ନୂଆଦିଲ୍ଲୀ:ବିଶ୍ୱ ବାଣିଜ୍ୟ ଓ ଅର୍ଥନୀତିର ସୁଚାରୁ ପରିଚାଳନା ପାଇଁନୌଚଳାଚଳର ସ୍ୱାଧୀନତା ଓ ନାବିକମାନଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀରେ ଆୟୋଜିତ BRICS ବିଜନେସ୍ ଫୋରମ୍କୁ ସମ୍ବୋଧିତ କରି ସେ ସୁରକ୍ଷିତ ସମୁଦ୍ରପଥ ଓ ଖୋଲା ସପ୍ଲାଏ ରୁଟ୍ର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।
ମୋଦୀ କହିଛନ୍ତି, ବିଶ୍ୱ ବାଣିଜ୍ୟ ଆଗକୁ ବଢ଼ିବା ପାଇଁ ସମୁଦ୍ରପଥ ସୁରକ୍ଷିତ ରହିବା, ଯୋଗାଣ ମାର୍ଗ ଖୋଲା ରହିବା ଏବଂ ନାବିକମାନେ ସୁରକ୍ଷିତ ରହିବା ଆବଶ୍ୟକ। ଭାରତfreedom of navigationଓ seafarers’ safetyର ଦୃଢ଼ ସମର୍ଥକ ବୋଲି ସେ କହିଛନ୍ତି।
ସମୁଦ୍ରପଥରେ ବାଧା ସୃଷ୍ଟି ହେଲେ ଏହାର ପ୍ରଭାବ କେବଳ ସାମୁଦ୍ରିକ ବାଣିଜ୍ୟରେ ସୀମିତ ରହେ ନାହିଁ, ବରଂ ବିଶ୍ୱରସପ୍ଲାଏ ଚେନ୍, ବ୍ୟବସାୟ ଓ ଅର୍ଥନୀତିଉପରେ ମଧ୍ୟ ପଡ଼ିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ବୈଠକ କରି ଭାରତ-ରୁଷ ସହଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ।
ଉଭୟ ନେତା ରାଜନୈତିକ, ଆର୍ଥିକ, ପ୍ରତିରକ୍ଷା, ଶକ୍ତି, ମହାକାଶ, ଦକ୍ଷତା ବିନିମୟ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ଓ କଳା ସାଗର ଅଞ୍ଚଳର ସଂଘର୍ଷ ଯୋଗୁଁ ସାମୁଦ୍ରିକ ବାଣିଜ୍ୟ ଏବଂ ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ପଡ଼ୁଥିବା ପ୍ରଭାବ ମଧ୍ୟ ଆଲୋଚନାରେ ରହିଥିଲା।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ BRICS ଦେଶଗୁଡ଼ିକ ଏବେ ବିଶ୍ୱର ପ୍ରାୟ୫୦ ପ୍ରତିଶତ ଜନସଂଖ୍ୟା, ୪୦ ପ୍ରତିଶତ ବିଶ୍ୱ GDP ଓ ୨୫ ପ୍ରତିଶତରୁ ଅଧିକ ବିଶ୍ୱ ବାଣିଜ୍ୟର ଅଂଶୀଦାର। ତେଣୁ ବିଶ୍ୱ ଅର୍ଥନୀତିରେ BRICSର ଗୁରୁତ୍ୱ ଦ୍ରୁତ ଭାବେ ବଢ଼ୁଛି।
ତାଙ୍କ ଅନୁସାରେ, BRICS ଦେଶଗୁଡ଼ିକର ମିଳିତ GDP ପ୍ରାୟ୪.୫ ଗୁଣ ବଢ଼ିଛି, ଯେତେବେଳେ ସମଗ୍ର ବିଶ୍ୱର GDP ପ୍ରାୟ ୨.୫ ଗୁଣ ବୃଦ୍ଧି ପାଇଛି। ଅର୍ଥାତ୍ BRICSର ଆର୍ଥିକ ଶକ୍ତି ବିଶ୍ୱ ଅର୍ଥନୀତି ତୁଳନାରେ ପ୍ରାୟ ଦୁଇଗୁଣା ଗତିରେ ବଢ଼ିଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ମୋଦୀ କହିଛନ୍ତି ଯେ ଭାରତ ଏକଗ୍ଲୋବାଲ୍ ସଲ୍ୟୁସନ୍ ହବ୍ଭାବେ ଉଭା ହେଉଛି। ଦେଶରେ ୨ ଲକ୍ଷରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍ ଓ ୧୨୦ଟି ୟୁନିକର୍ଣ୍ଣ ରହିଛି।
ବିଶ୍ୱରେ ଅନିଶ୍ଚିତତା ଓ ବଢ଼ୁଥିବା ବାଣିଜ୍ୟିକ ପ୍ରତିବନ୍ଧକ ମଧ୍ୟରେ ଭାରତ ଆର୍ଥିକ ସେତୁ ନିର୍ମାଣ କରୁଛି ଏବଂ ଅଭିବୃଦ୍ଧି ଓ ସ୍ଥିରତା ପାଇଁ ନୂଆ ବିଶ୍ୱାସ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।
ରାସ୍ତା, ରେଳପଥ, ବନ୍ଦର ଓ ବିମାନବନ୍ଦର ସମେତ ଭିତ୍ତିଭୂମି ବିକାଶ ଏବଂ resilient supply chains ନିର୍ମାଣ ଉପରେ ଭାରତ ଗୁରୁତ୍ୱ ଦେଉଛି। ଜାହାଜ ନିର୍ମାଣ, ସେମିକଣ୍ଡକ୍ଟର, କ୍ୱାଣ୍ଟମ୍ ଟେକ୍ନୋଲୋଜି, critical minerals ଓ ବାୟୋଟେକ୍ନୋଲୋଜି ଭଳି ରଣନୈତିକ କ୍ଷେତ୍ରରେ ମଧ୍ୟ ଦେଶ କ୍ଷମତା ବିକାଶ
କରୁଛି।
BRICS Business Councilକୁ ପ୍ରଧାନମନ୍ତ୍ରୀ୧୦ଟି ବାଣିଜ୍ୟିକ ପ୍ରତିବନ୍ଧକ ଚିହ୍ନଟ କରି ତାହାକୁ ହଟାଇବାନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି।
ପ୍ରତିବର୍ଷ ୧୦୦ଟି BRICS ଷ୍ଟାର୍ଟଅପ୍କୁ ବିକାଶରେ ସହାୟତା କରିବା ଏବଂ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ୧,୦୦୦ଟି ନୂଆ ବ୍ୟବସାୟିକ ସହଭାଗିତାସୃଷ୍ଟି କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ଏହାର ଅଗ୍ରଗତି ପ୍ରତିବର୍ଷ ସମୀକ୍ଷା କରିବାକୁ ସେ କହିଛନ୍ତି।
ଡିଜିଟାଲ୍ ପେମେଣ୍ଟ ବିଷୟରେ ମୋଦୀ କହିଛନ୍ତି ଯେ ଭାରତରUPIବ୍ୟାପକ ଭାବେ ଆର୍ଥିକ ସମାବେଶ ଓ ଡିଜିଟାଲ୍ କାରବାରକୁ ପରିବର୍ତ୍ତନ କରିଛି। ବିଶ୍ୱର real-time paymentsର ପ୍ରାୟ ୫୦ ପ୍ରତିଶତ UPI ମାଧ୍ୟମରେ ହେଉଥିବା ସେ ଦାବି କରିଛନ୍ତି।
ମୋଦୀ କହିଛନ୍ତି ଯେ BRICSର ବଢ଼ୁଥିବା ଆର୍ଥିକ ଶକ୍ତି ସଦସ୍ୟ ଦେଶଗୁଡ଼ିକୁ ଏକାଠି ହୋଇ ବିଶ୍ୱ ଅର୍ଥନୀତି ପାଇଁ ପ୍ରାସଙ୍ଗିକ ଓ ବ୍ୟବହାରିକ ସମାଧାନ ଦେବାର ଏକ ବଡ଼ ସୁଯୋଗ ପ୍ରଦାନ କରୁଛି।
ବେଙ୍ଗାଲୁରୁ:ବିଦେଶୀ ନିବେଶ ଓ ସୀମାପାର ଆର୍ଥିକ କାରବାରକୁ...
ଇଷ୍ଟ ଜୋନ୍‌ ଦୀର୍ଘ ୧୩ ବର୍ଷ ପରେ ଦୁଲୀପ୍‌ ଟ୍ର...
Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...
ମହମ୍ମଦ ଶାମିଙ୍କୁ ଭାରତୀୟ କ୍ରିକେଟ୍ ଦଳ ଅଣଦେଖା କରିନାହିଁ...
ରାଉରକେଲା: ପରୀକ୍ଷା ଫଳ ପ୍ରକାଶରେ ନୂଆ ରେକର୍ଡ କରିଛି ଓଡ଼...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
ବିରାଟ କୋହଲି ୨୦୨୭ ମସିହାର ODI ବିଶ୍ୱକପ୍‌ ଖେଳିବେ...
ସଙ୍ଗଠିତ ଅପରାଧ ବିରୋଧରେ ପଞ୍ଜାବ ପୁଲିସ ଏବଂ କେନ୍ଦ୍ରୀୟ ଏ...
ଦୁବାଇରେ ଗୁରୁବାର ଖେଳାଯାଇଥିବା ମହିଳା ଏସିଆ କପ୍‌ର...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
ଅହମଦାବାଦ:ଗୁଜରାଟରେ ଏଣିକି ଦୋକାନ, ମଲ୍, ରେସ୍ତୋରାଁ, ହୋଟ...
ମୁମ୍ବାଇ:ମହାରାଷ୍ଟ୍ରର ମହାୟୁତି ସରକାରରେ ମନ୍ତ୍ରୀଙ୍କ କାର...