ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଦେଶର ପ୍ରମୁଖ ତୈଳ ଓ ପ୍ରାକୃତିକ ଗ୍ୟାସ ଉତ୍ପାଦନ ସଂସ୍ଥା ଓଏନ୍ଜିସି (ONGC) ଓଡ଼ିଶା ଉପକୂଳର ମହାନଦୀ ଅଫସୋର ବେସିନରେ ତାହାର ପ୍ରଥମ ଗଭୀର ସମୁଦ୍ର ଅନ୍ୱେଷଣ କୂଅ (Deepwater Exploratory Well) ଖନନ କାର୍ଯ୍ୟ ଆରମ୍ଭ କରିଛି।
ଶନିବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଭର୍ଚୁଆଲ୍ ମାଧ୍ୟମରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ଅନ୍ୱେଷଣ କୂଅର ନାମ ରହିଛି MN-DW18-1-H-D।
ଏହି ଖନନ କାର୍ଯ୍ୟ ‘ସମୁଦ୍ର ମନ୍ଥନ ମିଶନ୍’ ଅଧୀନରେ ଭାରତର ଗଭୀର ସମୁଦ୍ର ଅନ୍ୱେଷଣ କାର୍ଯ୍ୟକ୍ରମର ଏକ ଅଂଶ। ଏହାର ଲକ୍ଷ୍ୟ ହେଉଛି ଦେଶର ଅବ୍ୟବହୃତ ଅଫସୋର ହାଇଡ୍ରୋକାର୍ବନ୍ ଭଣ୍ଡାରକୁ ଚିହ୍ନଟ କରି ଦେଶୀୟ ତୈଳ ଓ ଗ୍ୟାସ ଉତ୍ପାଦନକୁ ବୃଦ୍ଧି କରିବା।
ସୂଚନା ଅନୁସାରେ, ନୂଆ ଅନ୍ୱେଷଣ କୂଅଟି ଓଏନ୍ଜିସିର କୋଣାର୍କ ଆବିଷ୍କାର ସ୍ଥଳଠାରୁ ପ୍ରାୟ ୨୩ ନଟିକାଲ୍ ମାଇଲ୍ ଦୂରରେ ଅବସ୍ଥିତ। ଏହା ପୂର୍ବରୁ ହୋଇଥିବା ଉତ୍କଳ ଓ କୋଣାର୍କ ଆବିଷ୍କାରକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
ଗଭୀର ସମୁଦ୍ର ଅନ୍ୱେଷଣକୁ ତ୍ୱରାନ୍ୱିତ କରିବା ପାଇଁ ଓଏନ୍ଜିସି ଏହି ବର୍ଷ ମୁମ୍ବାଇରେ ‘ଡିପ୍ୱାଟର ଏକ୍ସପ୍ଲୋରେସନ୍ ମିଶନ୍ ସେଣ୍ଟର (DeepX)’ ସ୍ଥାପନ କରିଛି। ଏହି କେନ୍ଦ୍ରରେ ଭୂ-ବୈଜ୍ଞାନିକ, ଉନ୍ନତ ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥା, ବିଶେଷ ପ୍ରଶିକ୍ଷଣ ଓ ଆନ୍ତର୍ଜାତିକ ସହଯୋଗକୁ ଏକାଠି କରାଯାଇଛି।
ଓଏନ୍ଜିସିର ସୂଚନା ଅନୁଯାୟୀ, ଭାରତର ପୂର୍ବ ଓ ପଶ୍ଚିମ ଅଫସୋର ବେସିନରେ ୩,୦୦୦ ମିଟର ପର୍ଯ୍ୟନ୍ତ ଜଳ ଗଭୀରତାରେ ୫,୬୦୦ ମିଲିୟନ୍ ମେଟ୍ରିକ୍ ଟନ୍ ଅଏଲ୍ ଇକ୍ୱିଭାଲେଣ୍ଟ (MMTOE) ହାଇଡ୍ରୋକାର୍ବନ୍ ସମ୍ପଦ ଥିବା ଆକଳନ କରାଯାଇଛି।
କେନ୍ଦ୍ର ସରକାର ଆଗାମୀ ଓପେନ୍ ଏକ୍ରେଜ୍ ଲାଇସେନ୍ସିଂ ପଲିସି (OALP) ପର୍ଯ୍ୟାୟ ମାଧ୍ୟମରେ ପ୍ରାୟ ୧୦ ଲକ୍ଷ ବର୍ଗ କିଲୋମିଟର ଅଫସୋର ଅଞ୍ଚଳକୁ ଅନ୍ୱେଷଣ ପାଇଁ ଖୋଲିବାକୁ ଯାଉଛନ୍ତି।
ଓଏନ୍ଜିସି କହିଛି ଯେ, ଏହି ଗଭୀର ସମୁଦ୍ର ଅନ୍ୱେଷଣ କାର୍ଯ୍ୟକ୍ରମ ଦେଶର ତୈଳ ଓ ଗ୍ୟାସ ଉତ୍ପାଦନକୁ ବଢ଼ାଇବା ସହ ଆମଦାନୀ ଉପରେ ନିର୍ଭରଶୀଳତା କମାଇବ ଏବଂ ଦୀର୍ଘମିଆଦୀ ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବ।
କ୍ରିକେଟ୍‌ପ୍ରେମୀଙ୍କ ଅପେକ୍ଷାରେ ବର୍ଷା ପାଣି ପକାଇଦ...
ମୋବାଇଲ୍ ରିଚାର୍ଜକୁ ନେଇ TRAI ନୂଆ ନିୟମ ଜାରି କରିଛି। Te...
IIT Bombayର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ରବୀନ୍ଦ...
ଆତ୍ମରକ୍ଷା ପାଇଁ ଆରମ୍ଭ ହୋଇଥିବା ଲଢ଼ୁଆ କ୍ରୀଡ଼ାର ଯାତ୍ରା ଏ...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...
ନୂଆଦିଲ୍ଲୀ: ନିଜ ନାଁ ଓ ପରିଚୟପତ୍ରରେ ନିଆଯାଇଥିବା SIM କା...
ମୁମ୍ବାଇ:IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ରସାହିଲ...
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଅଜନାର ନଦୀ ସଫେଇ କରି ଚର୍ଚ୍ଚାକ...
ଚଣ୍ଡୀଗଡ଼ରେ ମାଗଣା iPhone ବାଣ୍ଟିବାକୁ ନେଇ ଘୋଷଣା ହୋଇଥି...
ନିଶିନ୍: ଏସୀୟ କ୍ରୀଡ଼ା ୨୦୨୬ର ମହିଳା କ୍ରିକେଟ୍ ଫାଇନାଲ୍&...
ସାନୋରେ ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ପ୍...