ଗଞ୍ଜାମ ଜିଲ୍ଲାର ସୋରଡା ଥାନା ଅଧୀନ ଗୁଣ୍ଡିବିରା ନିକଟରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକଙ୍କ ପରିଚୟ ତାରେଇଗୁଞ୍ଜ ଗ୍ରାମର ରାଜୁ ବେହେରା ଭାବେ ହୋଇଛି। ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଗୁରୁତର ଆହତ ଅନାଦି ବେହେରାଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ହସ୍ପିଟାଲକୁ ପଠାଇଥିଲା।
ସୂଚନା ଅନୁଯାୟୀ, ଦୁଇଜଣ ବିବାହ ଉତ୍ସବରୁ ଫେରୁଥିବା ବେଳେ ସ୍କୁଟିଟି ନିୟନ୍ତ୍ରଣ ହରାଇ ଗଛକୁ ଧକ୍କା ଦେଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇବା ସହ ମୃତଦେହକୁ ଆଇନଗତ ପ୍ରକ୍ରିୟା ପାଇଁ ପଠାଇଛି।
ଅନାଦି ବେହେରାଙ୍କ ଅବସ୍ଥା ଏପର୍ଯ୍ୟନ୍ତ ସଙ୍କଟଜନକ ରହିଥିବା ଜଣାପଡ଼ିଛି। ଏହି ଘଟଣା ପୁନର୍ବାର ସୋରଡା ଅଞ୍ଚଳରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଚିନ୍ତା ବଢ଼ାଇଛି।
ଗତ ଦୁଇ ମାସରେ ଏହି ଅଞ୍ଚଳରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ଘଟିଥିବା ବେଳେ ଅବାଧ ଗାଡ଼ି ଚଳାଚଳ ଓ ଯାଞ୍ଚ ଅଭାବକୁ ନେଇ ସ୍ଥାନୀୟ ଲୋକ ଚିନ୍ତା ପ୍ରକାଶ କରିଛନ୍ତି।
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...