ଓଡ଼ିଶାରେ ପୁଣିଥରେ ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଆଜି ଓ ମଙ୍ଗଳବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ,ସେପ୍ଟେମ୍ବର ୯ରୁ ରାଜ୍ୟରେ ପୁଣି ଭାରୀରୁ ଅତି ଭାରୀ ବର୍ଷାଆରମ୍ଭ ହୋଇପାରେ।
ଆଜି ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ରାଜ୍ୟର୧୭ଟି ଜିଲ୍ଲାକୁ ହଳଦିଆ ସତର୍କତାଜାରି କରାଯାଇଛି। ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ମଙ୍ଗଳବାର ପାଇଁ ମଧ୍ୟ୨୦ଟି ଜିଲ୍ଲାରେ ହଳଦିଆ ସତର୍କତାଜାରି ହୋଇଛି।
ସେପ୍ଟେମ୍ବର ୯ ତାରିଖରେ ଉତ୍ତର ଓଡ଼ିଶାରକେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରଜିଲ୍ଲାରେ ଅତି ଭାରୀ ବର୍ଷା ହୋଇପାରେ। ଏହା ସହିତ ଅନ୍ୟ୧୧ଟି ଜିଲ୍ଲା ପାଇଁ ହଳଦିଆ ସତର୍କତାଜାରି ହୋଇଛି।
ସେପ୍ଟେମ୍ବର ୧୦ରେକେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକଜିଲ୍ଲାରେ ଅତି ଭାରୀ ବର୍ଷାର ସମ୍ଭାବନା ରହିଛି।
ସେପ୍ଟେମ୍ବର ୧୧ ପାଇଁ୧୭ଟି ଜିଲ୍ଲାରେ ଭାରୀରୁ ଅତି ଭାରୀ ବର୍ଷାର ଚେତାବନୀଜାରି ହୋଇଛି। ସେହିପରି ସେପ୍ଟେମ୍ବର ୧୨ ପାଇଁ୫ଟି ଜିଲ୍ଲାକୁ ହଳଦିଆ ସତର୍କତାଦିଆଯାଇଛି।
ଲଗାତାର ବର୍ଷା ଯୋଗୁଁ ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ନଦୀର ଜଳସ୍ତର ବଢ଼ୁଥିବା ଅଞ୍ଚଳରେ ଚିନ୍ତା ବଢ଼ିଛି। ପାଣିପାଗ ବିଭାଗର ସତର୍କତା ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ୱାଶିଂଟନ୍: ଇରାନ ସହ ଚାଲିଥିବା ଯୁଦ୍ଧ ସମ୍ପର୍କିତ ଆମେରିକୀ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ପଶ୍ଚିମବଙ୍ଗରେ ଡେଙ୍ଗୁ ମୁକାବିଲା ପାଇଁ ସ୍କୁଲ ଛାତ୍ରଛାତ୍ର...
ୟୁକ୍ରେନ୍‌ରେ ଚାଲିଥିବା ଦୀର୍ଘ ଯୁଦ୍ଧକୁ ଶେଷ କରିବା...
ଆମେରିକାର ମାସାଚୁସେଟ୍ସରେ ନିଜ ୩ ଛୋଟ ସନ୍ତାନଙ୍କ ମୃତ୍ୟୁ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଭିସା ଆବେଦନ ସମୟରେ ଦିଆଯାଉଥିବା ବାୟୋମେଟ୍ରିକ୍ ତଥ୍ୟ କେତେ...
ପ୍ରାୟ ଏକ ଦଶନ୍ଧି ଧରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମାଢ଼ି ରୋଗ ଏବଂ ଆଲ୍ଜାଇମର୍ସ ରୋଗ ମଧ୍ୟରେ କୌଣସି ସମ୍ପର୍କ...