ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର LAMPCS (ଲାର୍ଜ ଏରିଆ ମଲ୍ଟି ପର୍ପୋଜ କୋ-ଅପରେଟିଭ ସୋସାଇଟି) ର ମ୍ୟାନେଜିଙ୍ଗ ଡିରେକ୍ଟର ତାରିଣୀ ତ୍ରିପାଠୀଙ୍କ ବାସଭବନରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଦୁର୍ନୀତି, ଅନୁପାତହୀନ ସମ୍ପତ୍ତି ଓ ଚାଷୀ କଲ୍ୟାଣ ଯୋଜନାରେ ଆର୍ଥିକ ଅନିୟମିତତା ଅଭିଯୋଗକୁ ନେଇ ଏହି ଚଢାଉ ହୋଇଥିବା ସୂଚନା ମିଳିଛି।
ସକାଳ ପ୍ରାୟ ୬ଟା ସମୟରେ ଜିଲୁଣ୍ଡା ସ୍ଥିତ ତାଙ୍କ ବାସଭବନରେ ଛଅ ସଦସ୍ୟ ବିଶିଷ୍ଟ ଭିଜିଲାନ୍ସ ଟିମ୍ ପହଞ୍ଚି ବିଭିନ୍ନ ଦଲିଲପତ୍ର ଯାଞ୍ଚ କରିଥିଲେ। ଟିମ୍ ଚଳ ଓ ଅଚଳ ସମ୍ପତ୍ତି, ବ୍ୟାଙ୍କ ଲେନଦେନ, ଖର୍ଚ୍ଚ ରେକର୍ଡ ଓ ଅନ୍ୟାନ୍ୟ ଆର୍ଥିକ ଦଲିଲର ତଦନ୍ତ କରୁଛି।
ସୂଚନା ଅନୁସାରେ, କଲ୍ୟାଣସିଂହପୁର LAMPCS ଅଧୀନରେ ଚାଲୁଥିବା ଚାଷୀ ସହାୟତା ଓ କ୍ଷୁଦ୍ର ଯୋଜନାଗୁଡ଼ିକର କାର୍ଯ୍ୟାନ୍ବୟନରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଜାଲ୍ ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ତାରିଣୀ ତ୍ରିପାଠୀ ଜୁଲାଇ ୨୦୨୩ ଠାରୁ LAMPCS ଏମଡି ଭାବେ କାର୍ଯ୍ୟରତ ଅଛନ୍ତି। ବିଭିନ୍ନ ସରକାରୀ ଯୋଜନାରେ ଚାଷୀମାନଙ୍କ ପାଇଁ ଥିବା ସୁବିଧାର ଦୁରୁପଯୋଗ ନେଇ ଦୀର୍ଘଦିନ ଧରି ତାଙ୍କ ବିରୋଧରେ ଅଭିଯୋଗ ଆସୁଥିଲା।
ପୂର୍ବରୁ ଭିଜିଲାନ୍ସ ବିଭାଗରେ ଏନେଇ ଅନେକ ଅଭିଯୋଗ ଦାଖଲ ହେବା ପରେ ପ୍ରାରମ୍ଭିକ ଯାଞ୍ଚ କରାଯାଇଥିଲା। ପରେ ତଦନ୍ତକୁ ଆଧାର କରି ଭିଜିଲାନ୍ସ ଚଢାଉ କରାଯାଇଛି। ବର୍ତ୍ତମାନ ମାମଲାରେ ଅଧିକ ତଦନ୍ତ ଜାରି ରହିଛି।
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...