ଓଡ଼ିଶାରେ ବୈଧ ବୀମା ବିନା ଚାଲୁଥିବା ଗାଡ଼ି ମାଲିକଙ୍କ ପାଇଁ ଆସିଛି ସତର୍କବାଣୀ। ବିନା ବୀମାରେ ଗାଡ଼ି ଚଳାଇଲେ ପରିବହନ ବିଭାଗ କଡ଼ା ପଦକ୍ଷେପ ନେବ। ଏପରି ଗାଡ଼ିକୁ ଜବତ କରାଯିବା ସହ ଗୁରୁତର କିମ୍ବା ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ବାତିଲକରାଯାଇପାରେ।
ସୂଚନା ଅନୁସାରେ, ଟୋଲ୍ଗେଟ୍ଗୁଡ଼ିକରେ ଯାଞ୍ଚକୁ ଆହୁରି କଡ଼ା କରାଯିବ।e-Detection ବ୍ୟବସ୍ଥାମାଧ୍ୟମରେ ଗାଡ଼ିର ଗୁରୁତ୍ୱପୂର୍ଣ୍ଣ ଦଲିଲ ଇଲେକ୍ଟ୍ରୋନିକ୍ ଭାବେ ଯାଞ୍ଚ କରାଯିବ। ଏଥିରେ ବୈଧ ବୀମା, ଫିଟନେସ୍ ସାର୍ଟିଫିକେଟ୍ ଏବଂ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ (PUC) ସାର୍ଟିଫିକେଟ୍ ଆଦି ଯାଞ୍ଚ ହେବ।
ଯାଞ୍ଚ ସମୟରେ କୌଣସି ଗାଡ଼ିର ଆବଶ୍ୟକ ଦଲିଲ ବୈଧ ନଥିଲେ ତୁରନ୍ତe-Challanକଟାଯିବ। ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ମାଲିକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ।
ଗୁରୁତର କିମ୍ବା ପୁନଃପୁନଃ ନିୟମ ଉଲ୍ଲଂଘନ ହେଲେ ଗାଡ଼ିକୁ ଜବତ କରିବା ସହ ତାହାରRC ବାତିଲ ପାଇଁ ପଦକ୍ଷେପନିଆଯାଇପାରେ।
ରାସ୍ତା ସୁରକ୍ଷା ବଢ଼ାଇବା ଏବଂ ଗାଡ଼ି ମାଲିକମାନେ ଆବଶ୍ୟକ ଦଲିଲ ସହ ଯାନବାହନ ଚଳାଇବା ନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। e-Detection ବ୍ୟବସ୍ଥା ଦ୍ୱାରା ବିନା ବୀମା କିମ୍ବା ଆବଶ୍ୟକ ସାର୍ଟିଫିକେଟ୍ ବିନା ଚାଲୁଥିବା ଗାଡ଼ି ଚିହ୍ନଟ କରିବା ସହଜ ହେବ।
ପରିବହନ ବିଭାଗର ଉପଲବ୍ଧ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ୬୫,୭୩,୬୩୩ଟି ଗାଡ଼ିର ବୈଧ ବୀମା ନଥିବାଜଣାପଡ଼ିଛି। ଏହି ବଡ଼ ସଂଖ୍ୟାକୁ ଦୃଷ୍ଟିରେ ରଖି ନିୟମ ପାଳନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।
ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...