ଭୁବନେଶ୍ୱର:ଓଡ଼ିଶାରେ ବୃହତ୍ ଶିଳ୍ପ ଓ ନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦୁବାଇରେ ପହଞ୍ଚିଛନ୍ତି। ଆବୁଧାବିରେ IHC ଏବଂ ଆଦାନୀ ଗ୍ରୁପ୍ ସହ ୧୪ଟି ନୂଆ ପ୍ରକଳ୍ପ ପାଇଁ MoU ସ୍ୱାକ୍ଷର କରିବା ପରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତ କରିଛନ୍ତି।
ଦୁବାଇରେ ପହଞ୍ଚିବା ପରେ ବ୍ୟବସାୟିକ ପ୍ରତିନିଧି ଏବଂ ସେଠାରେ ରହୁଥିବା ଓଡ଼ିଆ ସମୁଦାୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା କରିବେ। ଏଥିରେ ଓଡ଼ିଶାର ଶିଳ୍ପ ସମ୍ଭାବନା ଓ ନିବେଶ ସୁଯୋଗକୁ ବିଶ୍ୱ ବ୍ୟବସାୟ ସମୁଦାୟ ସମ୍ମୁଖରେ ଉପସ୍ଥାପନ କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶା ଓ ବିଶ୍ୱସ୍ତରୀୟ ନିବେଶକଙ୍କ ମଧ୍ୟରେ ସହଭାଗିତାକୁ ଆହୁରି ମଜବୁତ କରାଯାଇଛି। IHC ଓ ଆଦାନୀ ଗ୍ରୁପ୍ ସହ ୧୪ଟି ନୂଆ ପ୍ରକଳ୍ପ ପାଇଁ MoU ସ୍ୱାକ୍ଷର ହୋଇଛି।
IHCର ବ୍ୟବସାୟିକ ଶାଖା ଓ ସହଯୋଗୀ କମ୍ପାନୀଗୁଡ଼ିକ ସହ ଏକ ରାଉଣ୍ଡଟେବୁଲ୍ ବୈଠକ ମଧ୍ୟ ହୋଇଥିଲା। ଜୁଲାଇ ୨ରେ ସ୍ୱାକ୍ଷର ହୋଇଥିବା ଐତିହାସିକ MoUର ଅନୁସରଣରେ ଏହି ବୈଠକ ଆୟୋଜିତ ହୋଇଥିଲା।
ଆଲୋଚନା ସମୟରେ ଏକ ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ସମ୍ଭାବ୍ୟ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ଏହା ସହ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ତହସିଲରେ ଆଲୁମିନା ରିଫାଇନାରୀ ଏବଂ ସୁନ୍ଦରଗଡ଼ ତହସିଲରେ ଆଲୁମିନିୟମ୍ ସ୍ମେଲଟର ପାଇଁ ଜମି ପ୍ରସ୍ତାବ ମଧ୍ୟ ଦିଆଯାଇଛି।
ଏହି ପ୍ରକଳ୍ପଗୁଡ଼ିକରେ ଆନୁମାନିକ₹୨,୧୦,୫୦୦ କୋଟିନିବେଶ ହେବା ସହ ପ୍ରାୟ୮,୬୮,୨୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗସୃଷ୍ଟି ହୋଇପାରେ।
ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆବୁଧାବିରେ ଏକ ନୂଆ ସହଯୋଗ ଢାଞ୍ଚା ମଧ୍ୟ ସ୍ଥାପନ କରାଯାଇଛି। ଦ୍ୱିପାକ୍ଷିକ ବାଣିଜ୍ୟ ବଢ଼ାଇବା ଏବଂ ଓଡ଼ିଶାରେ ନିବେଶ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ଓ IBPG ମଧ୍ୟରେ ଏକ MoU ସ୍ୱାକ୍ଷର ହୋଇଛି।
ଏହି ଆଲୋଚନାରେ ଓଡ଼ିଶାର ହଳଦୀ, ଅଦା ଭଳି ମସଲା ସହ ସାମୁଦ୍ରିକ ଉତ୍ପାଦର ରପ୍ତାନି ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଉଦ୍ୟୋଗୀ ମଧ୍ୟ ଅଂଶଗ୍ରହଣ କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ IHC ନେତୃତ୍ୱ ସହ ଦୀର୍ଘମିଆଦୀ ସହଭାଗିତାର ସମ୍ଭାବନା ନେଇ ଆଲୋଚନା ହେଉଥିବା କହିଛନ୍ତି। ତାଙ୍କ ଅନୁସାରେ, କିଛି ମାସ ପୂର୍ବରୁ ଇଣ୍ଟରନ୍ୟାସନାଲ୍ ରିସୋର୍ସେସ୍ ହୋଲ୍ଡିଂ ଓ ଆଦାନୀ ଏଣ୍ଟରପ୍ରାଇଜେସ୍ ମଧ୍ୟରେ ଓଡ଼ିଶାରେ ପ୍ରସ୍ତାବିତ୧୧.୫ ବିଲିୟନ୍ ଡଲାରର ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପାର୍ଟନରସିପ୍ମାଧ୍ୟମରେ ଏକ ବଡ଼ ପଦକ୍ଷେପ ନିଆଯାଇଥିଲା।
ଦୁବାଇର ଓଡ଼ିଆ ଶିଳ୍ପପତି ଓ ବ୍ୟବସାୟୀମାନେ ମଧ୍ୟ ଓଡ଼ିଶାରେ ନିବେଶର ସୁଯୋଗ ନେଇ ଉତ୍ସାହ ପ୍ରକାଶ କରିଛନ୍ତି। ଓଡ଼ିଶାରେ ବ୍ୟବସାୟ କରିବାର ସୁବିଧା, ସରକାରୀ ସହାୟତା, ସବସିଡି ଓ ପ୍ରଶିକ୍ଷଣ ଭଳି ସୁବିଧା ଉଦ୍ୟୋଗୀଙ୍କୁ ଆକର୍ଷିତ କରୁଥିବା ମଧ୍ୟ ଶିଳ୍ପ ପ୍ରତିନିଧିମାନେ କହିଛନ୍ତି।
ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...
ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ମୋଟା ଦରମା, ଆକର୍ଷଣୀୟ କର୍ପୋରେଟ୍ ଚାକିରି ଓ ଉଜ୍ଜ୍ୱଳ ଭବି...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...