ଜୁଲାଇ ୧ରୁ ଓଡ଼ିଶାରେ ୧୭% ଅଧିକ ବର୍ଷା; ବଢ଼ିପାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ଜୁଲାଇ ୧ରୁ ୧୭ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକଠାରୁ ୧୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀର, ପୁରୀ, ଢେଙ୍କାନାଳ ଓ ଅନୁଗୋଳ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସପୁଆ ନଦୀରେ ୫୦ ବର୍ଷର ରେକର୍ଡ ଭାଙ୍ଗି ଆକସ୍ମିକ ବନ୍ୟା ଆସିଥିବାବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି।
Odisha records 17 percent excess rainfall as Hirakud reservoir water level is expected to rise in July 2026.
Odisha records 17 percent excess rainfall as Hirakud reservoir water level is expected to rise in July 2026.

ଜୁଲାଇ ୧ରୁ ୧୭ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକଠାରୁ ୧୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀ ଓ ଜଳଭଣ୍ଡାରର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି।

ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତଙ୍କ ସୂଚନା ଅନୁଯାୟୀ, ଜୁଲାଇ ୧୭ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଭାବେ ୩୯୧ ମିଲିମିଟର ବର୍ଷା ହେବା କଥା ଥିବାବେଳେ ବାସ୍ତବରେ ୪୧୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକଠାରୁ ୧୭ ପ୍ରତିଶତ ଅଧିକ।

ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ବଙ୍ଗୋମୁଣ୍ଡା ଅଞ୍ଚଳରେ ୧୩୨ ମିଲିମିଟର ବର୍ଷା ହୋଇଥିବାବେଳେ ସପୁଆ ନଦୀର ଜଳସ୍ତର ୫୦ ବର୍ଷର ରେକର୍ଡ ଭାଙ୍ଗିଛି। ଏହା ଯୋଗୁ ମଧୁସୂଦନପାଟଣା ଓ କାକୁଡ଼ିଆ ଗ୍ରାମରେ ପାଣି ପଶିଥିଲା। ତେବେ ଶୁକ୍ରବାର ସକାଳଠାରୁ ଜଳସ୍ତର କମିବା ଆରମ୍ଭ କରିଛି। ଆଗାମୀ ଦିନରେ ପୁଣି ବର୍ଷା ହେଲେ ପରିସ୍ଥିତି ଜଟିଳ ହୋଇପାରେ ବୋଲି ପ୍ରଶାସନ ଚେତାବନୀ ଦେଇଛି।

ବାଲେଶ୍ୱର ଜିଲ୍ଲାର ମଥାନୀଠାରେ ଜଳସ୍ତର ୬.୫ ମିଟରରେ ପହଞ୍ଚିଛି, ଯାହା ବିପଦ ସଙ୍କେତର ନିକଟବର୍ତ୍ତୀ। ସମୁଦ୍ରରେ ଜୁଆର କମିବା ପରେ ପାଣି ନିଷ୍କାସନ ସ୍ୱାଭାବିକ ହେବ ବୋଲି ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବର୍ତ୍ତମାନ କୌଣସି ବଡ଼ ବନ୍ୟା ବିପଦ ନଥିବାବେଳେ ଜଳକା ନଦୀରେ କିଛି ପ୍ରଭାବ ପଡ଼ିଛି।

ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ଜଳସ୍ତର ୬୦୯.୭୫ ଫୁଟ୍ ରହିଛି। ବର୍ତ୍ତମାନ ସମସ୍ତ ଗେଟ୍ ବନ୍ଦ ରହିଥିବାବେଳେ ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆବଶ୍ୟକ ପଡ଼ିଲେ ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇପାରେ। ଜଳଭଣ୍ଡାରର ଜଳ ପରିଚାଳନା ପାଇଁ ଗଠିତ କମିଟି ଖୁବଶୀଘ୍ର ବୈଠକ କରି ଜୁଲାଇ ଓ ଅଗଷ୍ଟ ମାସ ପାଇଁ ଉପଯୁକ୍ତ ଜଳସ୍ତର ନିର୍ଦ୍ଧାରଣ କରିବ।

LIVE TV
LIVE
Latest News
କଟକକୁ ମାଡ଼ିଆସୁଛି ଜଳ ସଙ୍କଟ! ବାଲି ଖନନ ଯୋଗୁଁ କମୁଛି ଭୂତଳ ଜଳସ୍ତର

କଟକକୁ ମାଡ଼ିଆସୁଛି ଜଳ ସଙ୍କଟ! ବାଲି ଖନନ...

କଟକ: କଟକ ସହରର ଜଳସମ୍ପଦକୁ ନେଇ ଚିନ୍ତା ବଢ଼ିଛି। ମହାନଦୀ...

ୱାଶିଂଟନ ସୁନ୍ଦରଙ୍କୁ ନେଇ ଗମ୍ଭୀର-ଲକ୍ଷ୍ମଣଙ୍କ ମଧ୍ୟରେ ମତଭେଦ! ଆଲୋଚନା ପରେ ବାହାରିଲା ରାସ୍ତା

ୱାଶିଂଟନ ସୁନ୍ଦରଙ୍କୁ ନେଇ ଗମ୍ଭୀର-ଲକ୍ଷ୍ମଣଙ୍କ ମଧ୍ୟରେ ମତଭେଦ!...

ଭାରତୀୟ କ୍ରିକେଟ୍‌ରେ ଏକ ଖେଳାଳିଙ୍କୁ ନେଇ ଦୁଇଟି ଦଳ...

ଜାପାନ ବିପକ୍ଷରେ ଐତିହାସିକ ମୁକାବିଲା, ୨୨ ସେପ୍ଟେମ୍ବରରେ ପ୍ରଥମ ଥର T20I ଖେଳିବ ଟିମ୍ ଇଣ୍ଡିଆ

ଜାପାନ ବିପକ୍ଷରେ ଐତିହାସିକ ମୁକାବିଲା, ୨୨ ସେପ୍ଟେମ୍ବରରେ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ଯୋଡ଼ି ହେବାକୁ ଯା...

ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା, ଓଡ଼ିଶାରେ ବଢ଼ିବ ବର୍ଷା! ୯ ଜିଲ୍ଲାକୁ ସତର୍କତା

ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା, ଓଡ଼ିଶାରେ ବଢ଼ିବ ବର୍ଷା!...

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପାଣିପାଗ ବିଭ...

ଅକ୍ଟୋବରରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର! ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା

ଅକ୍ଟୋବରରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର!...

ପୁରୀର ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଭକ୍ତଙ୍...

ଓଡ଼ିଶାରେ କେହି ରହିବେନି ବାସହୀନ! ଖୁବଶୀଘ୍ର ଯୋଗ୍ୟଙ୍କୁ ମିଳିବ PM ଆବାସ: କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ କେହି ରହିବେନି ବାସହୀନ! ଖୁବଶୀଘ୍ର ଯୋଗ୍ୟଙ୍କୁ...

ଓଡ଼ିଶାରେ ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନ...

ଦକ୍ଷିଣ କୋରିଆ ବଦଳରେ ବାଜିଲା ଉତ୍ତର କୋରିଆର ଜାତୀୟ ସଙ୍ଗୀତ, ଏସୀୟ କ୍ରୀଡ଼ାରେ ଆୟୋଜକଙ୍କ ତ୍ରୁଟି

ଦକ୍ଷିଣ କୋରିଆ ବଦଳରେ ବାଜିଲା ଉତ୍ତର କୋରିଆର...

ଜାପାନରେ ଚାଲିଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଆୟୋଜକଙ୍କ ଏକ ଭ...

BCCIରେ ଅମ୍ପାୟାରଙ୍କ ପାରିଶ୍ରମିକ ବଢ଼ିଲା, ଲାଗୁ ହେଲା ମେରିଟ୍ ଆଧାରିତ ପଦୋନ୍ନତି-ଅବନତି ବ୍ୟବସ୍ଥା

BCCIରେ ଅମ୍ପାୟାରଙ୍କ ପାରିଶ୍ରମିକ ବଢ଼ିଲା, ଲାଗୁ ହେଲା...

ଭାରତୀୟ କ୍ରିକେଟ୍‌ରେ ଅମ୍ପାୟାର ଓ ମ୍ୟାଚ୍ ରେଫରିଙ୍କ...

କେନ୍ଦ୍ରାପଡ଼ାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସ୍କୁଟିରୁ ୧ ଲକ୍ଷ ଲୁଟ୍‌, CCTVରେ କଏଦ ହେଲା ଦୃଶ୍ୟ

କେନ୍ଦ୍ରାପଡ଼ାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସ୍କୁଟିରୁ ୧...

କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ବଜାରରେ ଅବସରପ୍ରାପ୍ତ ଜଣେ ବ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+