ବ୍ରହ୍ମପୁର:ଜଳାଶୟରେ ମିଳୁଥିବା ଶୈବାଳ (Algae) ଉପରେ ଦୀର୍ଘଦିନ ଧରି ଚାଲିଥିବା ଗବେଷଣା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବଟାନି ବିଭାଗର ସହଯୋଗୀ ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ଜେନା ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହୋଇଛନ୍ତି।Science Rank Global Registry 2025ଅନୁଯାୟୀ ସେ ବିଶ୍ୱର ଶୀର୍ଷ ୫ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
ଡ଼. ଜେନା ଗତ ଏକ ଦଶନ୍ଧି ଧରି ଓଡ଼ିଶା ଉପକୂଳର ଦୀଘା ସୀମାଠାରୁ ଆନ୍ଧ୍ରପ୍ରଦେଶ ସୀମା ପର୍ଯ୍ୟନ୍ତ ପ୍ରାୟ ୫୭୦ କିଲୋମିଟର ଅଞ୍ଚଳରୁ ଶୈବାଳ ନମୁନା ସଂଗ୍ରହ କରି ଗବେଷଣା କରୁଛନ୍ତି। ଏହା ସହ ପୋଖରୀ ଓ ହ୍ରଦରୁ ମଧ୍ୟ ବିଭିନ୍ନ ପ୍ରଜାତିର ଶୈବାଳ ସଂଗ୍ରହ କରାଯାଇଛି।
ତାଙ୍କ ଗବେଷଣା ଆଧାରରେ ଏପର୍ଯ୍ୟନ୍ତ ପ୍ରାୟ ୭୦ଟି ଉଚ୍ଚମାନର ଗବେଷଣା ପତ୍ର ପ୍ରକାଶିତ ହୋଇଛି। ଏହି ଗବେଷଣା କାର୍ଯ୍ୟ ପାଇଁ ସେ ବିଶ୍ୱର ୩ ଲକ୍ଷରୁ ଅଧିକ ବୈଜ୍ଞାନିକଙ୍କ ମଧ୍ୟରେ ଶ୍ରେଷ୍ଠ ୫ ପ୍ରତିଶତ ଗବେଷକ ଭାବେ ସ୍ୱୀକୃତି ପାଇଛନ୍ତି।
ଡ଼. ଜେନା କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ଧରି ତାଙ୍କ ଟିମ୍ ମୁଖ୍ୟତଃ ମୁଖ କ୍ୟାନ୍ସର ଓ ମଧୁମେହ ବିରୋଧୀ ଗୁଣ ଥିବା ଶୈବାଳ ଉପରେ ଗବେଷଣା କରୁଛନ୍ତି। ଭବିଷ୍ୟତରେ ଏହି ଗବେଷଣା ଔଷଧ ବିକାଶ କ୍ଷେତ୍ରରେ ବଡ଼ ସଫଳତା ଆଣିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି ସଫଳତାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକମାନେ ସ୍ୱାଗତ କରିଛନ୍ତି। ଗବେଷଣା କ୍ଷେତ୍ରରେ ଏହା ଓଡ଼ିଶା ପାଇଁ ଏକ ଗୌରବମୟ ଅଧ୍ୟାୟ ବୋଲି ମତ ପ୍ରକାଶ ପାଇଛି।
‘ବିଗ୍ ବସ୍ ୨୦’ର ଗ୍ରାଣ୍ଡ ପ୍ରିମିୟର ଶୁଟିଂ...
ଭାରତୀୟ ସିନେମାରେ ମହିଳାଙ୍କୁ କିପରି ଉପସ୍ଥାପନ କରାଯାଉଛି,...
ପ୍ୟାରିସରେପ୍ରିୟଙ୍କା ଚୋପ୍ରା ଓ ଜେନିଫର ଲରେନ୍ସଙ୍କ ଏକ ମଜ...
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ରକିଂ ଷ୍ଟାର୍ ୟଶଙ୍କ ଅଭିନୀତ‘Toxic: A Fairy Tale...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...