Odisha government makes Certificate of Recognition mandatory for opening private primary and upper primary schools.

ଓଡ଼ିଶାରେ ଘରୋଇ ପ୍ରାଥମିକ ସ୍କୁଲ ପାଇଁ CoR ବାଧ୍ୟତାମୂଳକ; ଜାରି ହେଲା ନୂଆ ନିୟମାବଳୀ

ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ନୂଆ ନିୟମାବଳୀ ଜାରି କରିଛି। ଏଣିକି ନୂଆ ସ୍କୁଲ ଖୋଲିବା ପୂର୍ବରୁ ସରକାରଙ୍କଠାରୁ Opening Permission ଓ Certificate of Recognition (CoR) ନେବା ବାଧ୍ୟତାମୂଳକ ହେବ।

ଓଡ଼ିଶାରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ନୂଆ ନିୟମାବଳୀ ଜାରି କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ନିର୍ଦ୍ଦେଶାବଳୀ ଅନୁସାରେ, ନୂଆ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିବା ପୂର୍ବରୁOpening PermissionଏବଂCertificate of Recognition (CoR)ନେବା ବାଧ୍ୟତାମୂଳକ ହେବ।

ନୂଆ ନିୟମ ଅନୁଯାୟୀ, ସ୍କୁଲ ସ୍ଥାପନ କରିବାକୁ ଇଚ୍ଛୁକ ସଂସ୍ଥା କିମ୍ବା ପରିଚାଳନା କମିଟିSocieties Registration Act, 1860କିମ୍ବାIndian Trusts Actଅନୁଯାୟୀ ପଞ୍ଜିକୃତ ହୋଇଥିବା ଦରକାର। ବିଦ୍ୟାଳୟଟି ସମ୍ବିଧାନର ମୂଲ୍ୟବୋଧକୁ ଅନୁସରଣ କରିବା ସହ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶରେ ପର୍ଯ୍ୟାପ୍ତ ଜମି ଏବଂ ଆବଶ୍ୟକ ଭିତ୍ତିଭୂମି ସୁବିଧା ରହିବା ଆବଶ୍ୟକ।

ସ୍କୁଲରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ, ଶୌଚାଳୟ, ପାନୀୟ ଜଳ, ଖେଳ ପଡ଼ିଆ, ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ସହ ଅନ୍ୟାନ୍ୟ ମୌଳିକ ସୁବିଧା ଥିବା ଦରକାର। ଏହା ସହ ଯୋଗ୍ୟ ଓ ପ୍ରଶିକ୍ଷିତ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀ ନିଯୁକ୍ତ କରିବାକୁ ହେବ।

ନୂଆ ନିର୍ଦ୍ଦେଶାବଳୀରେRight of Children to Free and Compulsory Education (RTE) Act, 2009ର ଧାରା ୧୯ ଓ ୨୫ ଅନୁସାରେ ସମସ୍ତ ମାନଦଣ୍ଡ ପାଳନ କରିବାକୁ କୁହାଯାଇଛି। ତେବେ ସ୍କୁଲ ଖୋଲିବା ପାଇଁ ପୂର୍ବରୁ ଆବଶ୍ୟକ ଥିବାEssentiality Certificateଆଉ ବାଧ୍ୟତାମୂଳକ ରହିବ ନାହିଁ।

ଆବେଦନ ପ୍ରକ୍ରିୟା ଅନୁସାରେ, ଘରୋଇ ସ୍କୁଲ ପରିଚାଳନା ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଯାଞ୍ଚ କରିDirector of Primary Educationଙ୍କ ନିକଟକୁ ପଠାଇବେ। ଅନୁମୋଦନ ପରେ DEO ଚୂଡ଼ାନ୍ତ Opening Permission ପ୍ରଦାନ କରିବେ। ଏହି ଅନୁମତି ମିଳିବା ପରେ ହିଁ ସମ୍ପୃକ୍ତ ଶିକ୍ଷାବର୍ଷରେ ସ୍କୁଲ ଆରମ୍ଭ କରାଯାଇପାରିବ।

ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ଘରୋଇ ବିଦ୍ୟାଳୟର ନିୟମିତ ଯାଞ୍ଚ ଓ ତଦାରଖ କରାଯିବ। ଯଦି ଯାଞ୍ଚ ସମୟରେ କୌଣସି ନିୟମ ଉଲ୍ଲଂଘନ ଧରାପଡ଼େ, ତେବେ ପ୍ରଚଳିତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Latest News
୩୦ ବର୍ଷ ହେଲା ବନ୍ୟା ଘେରରେ ସ୍କୁଲ, ସାହି କୋଠଘରେ ପଢୁଛନ୍ତି ୪୪ ଛାତ୍ରଛାତ୍ରୀ

୩୦ ବର୍ଷ ହେଲା ବନ୍ୟା ଘେରରେ ସ୍କୁଲ,...

ବର୍ଷା ଆସିଲେ ସ୍କୁଲ ପାଲଟିଯାଏ ଦ୍ୱୀପ ଢେଙ୍କାନାଳ ଭୁବନ...

ସ୍କୁଲ ଯାଉଥିବା ଛାତ୍ରଙ୍କୁ ତୀରମାଡ଼ ଅଭିଯୋଗ, ବ୍ୟାଗ ଭେଦି ଚାଲିଗଲା ତୀର; ଅଳ୍ପକେ ବର୍ତ୍ତିଲେ

ସ୍କୁଲ ଯାଉଥିବା ଛାତ୍ରଙ୍କୁ ତୀରମାଡ଼ ଅଭିଯୋଗ, ବ୍ୟାଗ...

ଲ ଯିବା ବାଟରେ ତୀରମାଡ଼ ଅଭିଯୋଗ ସୋମବାର ସମ୍ବଲପୁର ଜିଲ...

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭାବନୀୟ ଘଟଣା, କୀଟନାଶକ ପିଇବାକୁ ୫ ଜଣଙ୍କ ଉଦ୍ୟମ ଅଭିଯୋଗ

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭାବନୀୟ ଘଟଣା, କୀଟନାଶକ ପିଇବାକୁ...

ଜନଶୁଣାଣିରେ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲାପାଳଙ୍କ ଜନ...

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ ନାଁ, ତିଆରି ହେବ ସ୍ୱତନ୍ତ୍ର ରାଜନୈତିକ ପରିଚୟ

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ...

ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ମୃତଦେହ; ୧୯ ବର୍ଷୀୟ ଚନ୍ଦ୍ରଙ୍କ ଶେଷ ଯାତ୍ରା

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ମୃତଦେହ; ୧୯...

ରୋଜଗାର ପାଇଁ ଯାଇଥିଲେ, ଫେରିଲା ମୃତଦେହ ରାୟଗଡ଼ ବ୍ଲକ...

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା କରିବ ଇରାନ, ଆମେରିକା ସହ ବଢ଼ିଲା ତିକ୍ତତା

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା...

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ ମ୍ୟାପ୍ ପୋଷ୍ଟକୁ ନେଇ ଚର୍ଚ୍ଚା

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ...

ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+